Posted inଜାତୀୟ

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର ଇମ୍ଫ୍ରାରେ ଯୁବତୀ ଜଣଙ୍କ କାର୍ଯ୍ୟରତ ଥିଲେ। ଡ୍ରାଫ୍ଟସ୍‌ମ୍ୟାନ ପଦରେ ୬ ମାସ ପାଇଁ ଟ୍ରେନିଙ୍ଗ ପିରିୟଡରେ ରହିଥିଲେ। ମହିଳାକର୍ମୀଙ୍କ ଦ୍ୱାରା ଗଠିତ ହୋଇଥିବା ହ୍ବାଟସ୍‌ ଆପ୍‌ ଗ୍ରୁପରେ ଉକ୍ତ ଯୁବତୀ ଅଫିସର ପରିସ୍ଥିତକୁ ନେଇ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମ୍ୟାସେଜ କରିଥିଲେ। ଏହି ମ୍ୟାସେଜ କେଉଁଭଳି ଭାବେ କମ୍ପାନୀର ମ୍ୟାନେଜମେଣ୍ଟ ପାଖରେ ପହଞ୍ଚିଥିଲା। ମ୍ୟାନେଜର ଓ ଅନ୍ୟ ଅଫିସରଙ୍କ ସହ ଏକ ମିଟିଙ୍ଗ କରାଯାଇ ଯୁବତୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏଥିସହ ଏହି ଟ୍ରେନିଂ ପିରିୟଡରେ ତାଙ୍କର କାର୍ଯ୍ୟଶୈଳି ଭଲ ନାହିଁ ଏବଂ ମ୍ୟାସେଜ ଡିଲିଟ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମ୍ୟାନେଜମେଣ୍ଟ କହିଥିଲା। ଏହି କାର୍ଯ୍ୟାନୁଷ୍ଠାନରୁ ଯୁବତୀ ଜଣକ ଚିନ୍ତାଗ୍ରସ୍ତ ହୋଇ କମ୍ପାନୀର ୪ମହଲାକୁ ଚଢ଼ିଯାଇଥିଲେ। ଛାତରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଫିସର କର୍ମଚାରୀମାନେ ତାଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ ଯୁବତୀ ଜଣକ କାହାରି କଥା ଶୁଣି ନ ଥିଲେ। ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ମ୍ୟାନେଜର ପ୍ରତିଶୃତି ଦେବା ପରେ ଯୁବତୀ ଜଣଙ୍କ ତଳକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିକଟରେ ଭୂକମ୍ପ…

ଅହମଦାବାଦ, ୨୧।୬ : ଗୁଜରାଟର ନର୍ମଦା ଜିଲାର କଓ୍ବେଡ଼ିଆ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ଥିଲା ବୋଲି...

‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ

ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର...

ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାମଙ୍କ ସଦ୍‌ଗୁଣ...

୮ରେ ରୁଷିଆ ଯିବେ ଜୟଶଙ୍କର

ନୂଆଦିଲ୍ଲୀ, ୨୮/୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନଭେମ୍ବର ୮ରେ ରୁଷିଆ ଗସ୍ତ କରି ତାଙ୍କ ପ୍ରତିପକ୍ଷ ସେରେଗି ଲାଭ୍ରୋଭଙ୍କୁ ଭେଟିବେ। ଏହି ଅବସରରେ ଜୟଶଙ୍କର...

କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ...

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ...

Advertisement
Archives

Model This Week