ଫିଫା ମହିଳା ବିଶ୍ୱକପ୍‌: କୋଭିଡ-୧୯ ସତ୍ତ୍ୱେ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଆଶାବାଦୀ

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ-୧୯ର ଆତଙ୍କ ସତ୍ତ୍ୱେ ଆସନ୍ତା ନଭେମ୍ବରରରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ବେଶ୍‌ ଆଶାବାଦୀ ଅଛି। ସାରା ଦେଶ ତଥା ବିଶ୍ୱକପ୍‌ରେ ସବୁ ବଡ଼ବଡ଼ କ୍ରୀଡ଼ା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହୁଥିବା ବେଳେ ଏଆଇଏଫ୍‌ଏଫ୍‌ କିନ୍ତୁ ବିଶ୍ୱକପ୍‌ ଆୟୋଜନ ନେଇ ସକାରାତ୍ମକ ମନୋଭାବ ପୋଷଣ କରିଛି। ବିଶ୍ୱକପ୍‌ ଆୟୋଜନ ହେବାକୁ ଆହୁରି ୭ ମାସ ବାକି ରହିଥିବା ବେଳେ ସେତେବେଳକୁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବ ବୋଲି ଆଶା କରାଯାଉଛି। ତେବେ ସବୁକିଛି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି। ପରିସ୍ଥିତି ଉପରେ ଫିଫା କଡ଼ା ନଜର ରଖିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଆହୁରି ବହୁତ ସମୟ ବାକି ଅଛି। ଏବେ ଆମେ ଅପେକ୍ଷା କରିବା ସହ ସ୍ଥିତି ଉପରେ ନଜର ରଖିବା କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଭାରତରେ ନଭେମ୍ବର ୨ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ନବୀ ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ୱର ଓ ଗୁଆହାଟୀରେ ଆୟୋଜନ ହେବ। ଅବଶ୍ୟ ଟୁର୍ନାମେଣ୍ଟ ପାଇଁ ୟୁରୋପୀୟ ଓ ଆଫ୍ରିକୀୟ କ୍ୱାଲିଫାୟର ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। କିପରି କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟଗୁଡିକ ଆରମ୍ଭ ହେବ ଫିଫା ଏ ନେଇ ସବୁ କନଫେଡେରେଶନର ପ୍ରତିନିଧିଙ୍କ ସହ ଯୋଗାଯୋଗ ରକ୍ଷାକରିବା ସହ କାର୍ଯ୍ୟ କରିବା ଜାରି ରଖିଛି।
ଉଲ୍ଲେଖଥାଉ କି, କୋଭିଡ-୧୯ ସଂକ୍ରମଣ ପାଇଁ ବଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଓ ୟୁରୋ ୨୦୨୦ ଫୁଟବଲ ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଗତ ସପ୍ତାହରେ ଭାରତରେ କିପରି ଏହି ଭାଇରସ୍‌ ସଂକ୍ରମଣ ହେଉଛି ଓ ଏହାର ପ୍ରଭାବ ଉପରେ ଫିଫା ନଜର ରଖିଛି ବୋଲି କହିଥିଲା। ଭାରତରେ ଏହି ଭାଇରସ୍‌କୁ କିପରି ନିୟନ୍ତ୍ରଣ କରାଯାଉଛି ସେ ନେଇ ମଧ୍ୟ ଫିଫା ଅନୁଧ୍ୟାନ କରୁଛି। ଯଦି ସେଭଳି ପରିସ୍ଥିତି ଉପୁଜେ ତେବେ ଫିଫା ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିକଳ୍ପ ଉପରେ ବିଚାର କରିବ। ବିଶ୍ୱକପ୍‌ରେ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିବେ। ଏଥିରେ ଏପର୍ଯ୍ୟନ୍ତ କେବଳ ୩ଟି ଦେଶ ସ୍ଥାନ ପକ୍କା କରିପାରିଛନ୍ତି। ଆୟୋଜକ ଦେଶ ହିସାବରେ ଭାରତ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସେହିପରି ଏସିଆନ କ୍ୱାଲିଫାୟର୍ସ ଚାମ୍ପିୟନ ହିସାବରେ ଉତ୍ତର କୋରିଆ ଓ ରନର୍ସଅପ୍‌ ଭାବେ ଜାପାନ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?