ଫିଫା ମହିଳା ବିଶ୍ୱକପ୍‌: କୋଭିଡ-୧୯ ସତ୍ତ୍ୱେ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଆଶାବାଦୀ

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ-୧୯ର ଆତଙ୍କ ସତ୍ତ୍ୱେ ଆସନ୍ତା ନଭେମ୍ବରରରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ବେଶ୍‌ ଆଶାବାଦୀ ଅଛି। ସାରା ଦେଶ ତଥା ବିଶ୍ୱକପ୍‌ରେ ସବୁ ବଡ଼ବଡ଼ କ୍ରୀଡ଼ା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହୁଥିବା ବେଳେ ଏଆଇଏଫ୍‌ଏଫ୍‌ କିନ୍ତୁ ବିଶ୍ୱକପ୍‌ ଆୟୋଜନ ନେଇ ସକାରାତ୍ମକ ମନୋଭାବ ପୋଷଣ କରିଛି। ବିଶ୍ୱକପ୍‌ ଆୟୋଜନ ହେବାକୁ ଆହୁରି ୭ ମାସ ବାକି ରହିଥିବା ବେଳେ ସେତେବେଳକୁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବ ବୋଲି ଆଶା କରାଯାଉଛି। ତେବେ ସବୁକିଛି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି। ପରିସ୍ଥିତି ଉପରେ ଫିଫା କଡ଼ା ନଜର ରଖିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଆହୁରି ବହୁତ ସମୟ ବାକି ଅଛି। ଏବେ ଆମେ ଅପେକ୍ଷା କରିବା ସହ ସ୍ଥିତି ଉପରେ ନଜର ରଖିବା କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଭାରତରେ ନଭେମ୍ବର ୨ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ନବୀ ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ୱର ଓ ଗୁଆହାଟୀରେ ଆୟୋଜନ ହେବ। ଅବଶ୍ୟ ଟୁର୍ନାମେଣ୍ଟ ପାଇଁ ୟୁରୋପୀୟ ଓ ଆଫ୍ରିକୀୟ କ୍ୱାଲିଫାୟର ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। କିପରି କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟଗୁଡିକ ଆରମ୍ଭ ହେବ ଫିଫା ଏ ନେଇ ସବୁ କନଫେଡେରେଶନର ପ୍ରତିନିଧିଙ୍କ ସହ ଯୋଗାଯୋଗ ରକ୍ଷାକରିବା ସହ କାର୍ଯ୍ୟ କରିବା ଜାରି ରଖିଛି।
ଉଲ୍ଲେଖଥାଉ କି, କୋଭିଡ-୧୯ ସଂକ୍ରମଣ ପାଇଁ ବଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଓ ୟୁରୋ ୨୦୨୦ ଫୁଟବଲ ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଗତ ସପ୍ତାହରେ ଭାରତରେ କିପରି ଏହି ଭାଇରସ୍‌ ସଂକ୍ରମଣ ହେଉଛି ଓ ଏହାର ପ୍ରଭାବ ଉପରେ ଫିଫା ନଜର ରଖିଛି ବୋଲି କହିଥିଲା। ଭାରତରେ ଏହି ଭାଇରସ୍‌କୁ କିପରି ନିୟନ୍ତ୍ରଣ କରାଯାଉଛି ସେ ନେଇ ମଧ୍ୟ ଫିଫା ଅନୁଧ୍ୟାନ କରୁଛି। ଯଦି ସେଭଳି ପରିସ୍ଥିତି ଉପୁଜେ ତେବେ ଫିଫା ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିକଳ୍ପ ଉପରେ ବିଚାର କରିବ। ବିଶ୍ୱକପ୍‌ରେ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିବେ। ଏଥିରେ ଏପର୍ଯ୍ୟନ୍ତ କେବଳ ୩ଟି ଦେଶ ସ୍ଥାନ ପକ୍କା କରିପାରିଛନ୍ତି। ଆୟୋଜକ ଦେଶ ହିସାବରେ ଭାରତ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସେହିପରି ଏସିଆନ କ୍ୱାଲିଫାୟର୍ସ ଚାମ୍ପିୟନ ହିସାବରେ ଉତ୍ତର କୋରିଆ ଓ ରନର୍ସଅପ୍‌ ଭାବେ ଜାପାନ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ରୂପାରେ ତିଆରି! କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଛି ବିଶ୍ୱର ସର୍ବୋଚ୍ଚ...

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri