ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ସକାଳେ ଏହି ନାବାଳକଙ୍କ ମୃତଦେହ ଢାବାରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାଲିଆପାଳ ପୋଲିସ ପହଞ୍ଚି ଏହାକୁ ଏକ ଆତ୍ମହତ୍ୟା ଘଟଣା କହି ଫେରିଯାଇଥିଲା। ପରେ ପୂର୍ବାହ୍ନ ୯ଟା ବେଳକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବା ସକାଶେ ପୋଲିସ ଆସିବାରୁ ସ୍ଥାନୀୟ ଲୋକେ ଓ ନାବାଳକଙ୍କ ପରିବାର ସହ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଘଟଣା ବୋଲି କହି ଗ୍ରାମବାସୀ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଉତ୍ତେଜନା ତୀବ୍ରରୂପ ନେବାରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଲୋକେ ପୋଲିସକୁ ଗୋଡେଇ ଗୋଡେଇ ପିଟିଥିଲେ। ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଏଥିରୁ ବର୍ତ୍ତି ନ ଥିଲେ। ଇଡକୋ ଛକ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେମାନେ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାକୁ ନିଅଁା ଲଗାଇ ପୋଡିଦେବା ସହ ଢାବା ମାଲିକଙ୍କ କଚୁଆପଡାସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ। ତାଙ୍କ ଘରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ଇଡକୋ ଛକରେ ଲୋକେ ରାସ୍ତା ଅବରୋଧ କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ସମୟରେ ଏସ୍‌ପି ବି. ଯୁଗଳ କିଶୋର ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ରାସ୍ତାରୋକୋ କରିଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କୁହାଯିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଅପରାହ୍ନରେ ନାବାଳକଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ପଠାଯାଇଥିଲା।
ସ୍ଥାନୀୟ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜଣାପଡିଛି ଯେ, ବାଲିଆପାଳ-ବସ୍ତା ରାସ୍ତାର ଇଡ୍‌କୋ ଛକରେ ଥିବା ରାଜଧାନୀ ଢାବା ଏବଂ ରେଷ୍ଟୁରାଣ୍ଟରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁଅ ବିଜୟ ୨ ବର୍ଷ ହେବ କାମ କରିଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ କରିଥିଲେ। ୨୦ କି.ମି. ଦୂର ଉଲୁଡ଼ା ଗ୍ରାମରୁ ନାବାଳକଙ୍କ ପରିବାର ସମେତ ଶତାଧିକ ଲୋକ ଆସି ସେଠାରେ ପହଞ୍ଚିଥିଲେ। ସେତେବେଳେ ଢାବା ମଧ୍ୟରେ କାହାକୁ ଦେଖିବାକୁ ମିଳି ନ ଥିଲା। ଏହି ସମୟରେ ତଦନ୍ତ କରିବାକୁ ଥାନାଧିକାରୀ ଆସି ପହଞ୍ଚିଥିଲେ। ପୋଲିସ ତଦନ୍ତରେ ବିଳମ୍ବ କରିବା ଏବଂ ଏହାକୁ ଆତ୍ମହତ୍ୟା ଘଟଣା ଦର୍ଶାଇବାରୁ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ସେଠାରେ ଢାବା ମାଲିକଙ୍କୁ ଗିରଫ ଦାବି କରି ଲୋକେ ରାସ୍ତାରୋକୋ କରିଥିଲେ। ଆଇଆଇସି ସେମାନଙ୍କୁ ରାସ୍ତାରୁ ଉଠିଯିବା ପାଇଁ କହିବାରୁ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ତାଙ୍କୁ ଗୋଡ଼େଇ ମାଡ଼ ମାରିଥିଲେ ା ଏହି ଘଟଣାରେ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ବସ୍ତା ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ବସ୍ତା ଓ ସିଂଲା ଆଇଆଇସି ମଧ୍ୟ ଆସି ପହଞ୍ଚିଥିଲେ। ଅପରାହ୍ନରେ ବାଲିଆପାଳ ତହସିଲଦାରଙ୍କ ଉପସ୍ଥିତିରେ ନାବାଳକଙ୍କ ମୃତଦେହ ଢାବାରୁ ବାହାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଯାଇଛି। ମୃତ ନାବାଳକଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ସହାବିଦ୍ଦିନ ସାହା ଓ ଅନ୍ୟ କର୍ମଚାରୀ ମିଶି ତାଙ୍କ ପୁଅକୁ ମାରିଦେଇ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରିଥିବା କହିଛି। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି, ଏ.ଏଲ.ଓ ସଞ୍ଜୟ କେଶ୍ୱରୀ ଜେନା ଏବଂ ବାଲିଆପାଳ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅପରପକ୍ଷେ ପୋଲିସ ପ୍ରତିହିଂସା ପରାୟଣ ହୋଇ ଗଣ୍ଡଗୋଳରେ ସମ୍ପୃକ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏ ସମ୍ପର୍କରେ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ପଚାରିବାରୁ କହିଛନ୍ତି, ଢାବାରେ ନାବାଳକଙ୍କ ଆମତ୍ହତ୍ୟା ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ଘଟଣାର ମଧ୍ୟ ତଦନ୍ତ କରାଯିବ। ବାଲିଆପାଳରେ ବଢୁଥିବା ଅପରାଧ ଘଟଣା ଉପରେ ପୋଲିସ ନଜର ରଖିଛି। ବତ୍ତର୍ର୍ମାନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ନେ ଆରପାରେ: ୩ ଝି’ର ଭବିଷତ୍‌ ଚିନ୍‌ତାରେ ପୁଷ୍ପକାନ୍ତି

  ଅତାବିରା, ୨୧।୧ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍‌ନେ ପ୍ରଶାନ୍ତ...

ଭଙ୍ଗା ପଲାରେ କଟୁଛି ଦିନ

ରାଇସୁଆଁ, ୧।୧(ଡି.ଏନ.ଏ.): ସରକାର ନିରାଶ୍ରୟଙ୍କ ଥଇଥାନ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ...

ପ୍ରୋତ୍ସାହନ ନାହିଁ, ଦୁର୍ଦ୍ଦିନରେ ପଥର କାରିଗର

କୋକସରା, ୩୦।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ ହେଉଛି ପଥର କାରିଗରଙ୍କ ପାଇଁ ପରିଚିତ ଶିଳ୍ପୀ ଗ୍ରାମ। ଏହି...

କ୍ୟାବିନେଟ୍‌ ବୈଠକରେ ୯ ପ୍ରସ୍ତାବକୁ ମଞ୍ଜୁରୀ: ସରକାରୀ ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ପରିବାରଲୋକଙ୍କୁ ଥଇଥାନ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୯ଟି ପ୍ରସ୍ତାବକୁ...

ଆଜି ରାଜ୍ୟରେ ୭୩ ପଜିଟିଭ୍‌ ଚିହ୍ନଟ, ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରବିବାର ରାଜ୍ୟରୁ ୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଥମୁନି ସଂକ୍ରମଣ: ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୪୯ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ସହରରୁ ପୁଣି ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା...

ବାଇକ୍‌କୁ ପିଟିଲା ଟ୍ରକ୍‌: ଚାଲିଗଲା ବାପ-ପୁଅଙ୍କ ଜୀବନ

ନୂଆପଡ଼ା ଅଫିସ୍‌,୧୬।୨(ଡି.ଏନ୍‌.ଏ): ନୂଆପଡ଼ା ଜିଲା ଲଖନା ଥାନା କୁସଦହନାସ୍ଥିତ ବିଜୁ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା...

ପଳସା ସ୍ବାସ୍ଥ୍ୟଉପକେନ୍ଦ୍ର କାୟାକଳ୍ପ ବିଜେତା

ଖଇରା, ୨ ।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପଳସା ସ୍ବାସ୍ଥ୍ୟ ଉପକେନ୍ଦ୍ର କାୟାକଳ୍ପ ବିଜେତା ହେବା ସହ କୁରୁଣ୍ଟା ଓ ଡଗରପଡା...

Advertisement
Archives

Model This Week