କାଶୀନଗର, ୨୬ା୬(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ୍ କାର୍ଯ୍ୟାଳୟରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ବିଭିନ୍ନ ପଦବୀରେ କେହି ଅଧିକାରୀ ନାହାନ୍ତି। ଫାଇଲ୍ ପରେ ଫାଇଲ୍ ଆସୁଛି। କିନ୍ତୁ ଚେୟାର୍ ଖାଲି ଥିବାରୁ ଅଫିସ୍ କାମ ତ୍ୱରାନ୍ବିତ ହୋଇପାରୁନାହିଁ। ଖୋଦ୍ ବିଡିଓ ନିଜ ବ୍ଲକ୍ ସହ ୩ଟି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବା କାର୍ଯ୍ୟ ସୁପରିଚାଳନା ଦିଗରେ ସଙ୍କଟ ସୃଷ୍ଟି କରିଛି।
ବ୍ଲକ୍ରେ ସମସ୍ତ ସମ୍ପ୍ରସାରଣ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ସେହିପରି କାର୍ଯ୍ୟାଳୟର ପିଏ ପଦବୀରେ ମଧ୍ୟ କେହି ନ ଥିବା ବେଳେ ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ (ବିଏସ୍ଏସ୍ଓ)ଙ୍କ ପଦବୀରେ ମଧ୍ୟ କେହି ନଥିବା ଜଣାପଡ଼ିଛି। ମୁଖ୍ୟ କିରାଣି ଓ କ୍ୟାଶିୟର୍ ବ୍ଲକ ଅଫିସ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ । ନିକଟ ଅତୀତରେ ଏହି ଦୁଇଟି ପଦବୀରେ ଥିବା କର୍ମଚାରୀଙ୍କ ବଦଳି ହେବା ପରେ ସେମାନଙ୍କ ଚୌକି ମଧ୍ୟ ଖାଲି ପଡ଼ିଛି। ଏହା ବ୍ୟତୀତ ଏବେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ୪ ଟି କାର୍ଯ୍ୟାଳୟର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତହସିଲଦାରଙ୍କ ଲମ୍ବା ଛୁଟି ଓ କାଶୀନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇିଥିବାରୁ ଉଭୟ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟ ବିଡିଓଙ୍କୁ ଦିଆଯାଇଛି । ପାରମ୍ପରିକ ଭାବେ ସେ ମଧ୍ୟ ସବ୍ଟ୍ରେଜେରି ଅଫିସର ରହିଛନ୍ତି । ନିଜର ମୂଳ ଦାୟିତ୍ୱ ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଦାୟିତ୍ୱରେ ବିଡିଓ ରହିଥିବା ବେଳେ ବ୍ଲକ୍ ଅଫିସ୍ରେ ମୁଖ୍ୟ କିରାଣି ଓ କ୍ୟାଶିଅରଙ୍କ ବଦଳି ପରେ ସେମାନଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ୱ ଦିଆଯାଇ ନ ଥିବାରୁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସରକାରୀ କାର୍ଯ୍ୟ କିଭଳି ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଚିନ୍ତାବ୍ୟକ୍ତ କରିଛନ୍ତି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଅସ୍ବାଭାବିକ ମୁଣ୍ଡ ସହ ବଞ୍ଚୁଛନ୍ତି ଶିବଶଙ୍କର: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯିବ
ଜୟପୁର,୧୨ା୬(ଡି.ଏନ୍.ଏ.): ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ବୈରାଗୀମଠ ଗ୍ରାମର ଦିନ ମଜୁରିଆ ଟୁନା ପରଜାଙ୍କ ପୁଅ ଶିବଶଙ୍କର (୧୪)ଙ୍କ ପିଲାଟି ଦିନରୁ ମୁଣ୍ଡ ଅସ୍ବାଭାବିକ ଭାବେ...

ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’
ବୈପାରୀଗୁଡ଼ା,୨୦ା୫(ଡି.ଏନ୍.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍ବିସିସି ସଂସ୍ଥା ଏହାକୁ...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ
ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି
ଟିକିରି,୨୩।୩(ଡି.ଏନ୍.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍ରେ କାର୍ଯ୍ୟକାରୀ ହେଉ ନ ଥିବାରୁ...

ରାୟଗଡ଼ାରେ ୩ଟି ରାଉଣ୍ଡରେ ବିଜେଡି ଆଗୁଆ
ରାୟଗଡ଼ା ଅଫିସ୍,୨୩ା୫: ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ଟି ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ଲାଲବିହାରୀ ହିମିରିକାଙ୍କୁ ପ୍ରଥମ ରାଉଣ୍ଡରେ ୧୫୪୬, ଦ୍ୱିତୀୟ...

୩ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମଙ୍ଗଳ କୁଞ୍ଜାମି୍, ବୁଦୁରା ମାଡକାମି...

ଲିଫ୍ଟ ଇରିଗେଶନ ଅଫିସ ନିକଟ ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ
ଗୁଣପୁର,୧।୧୦(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣୁପୁର ଥାନା ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା
ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ...