ଫାଇଲେରିଆ ବଟିକା ଖାଇ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ପାତ୍ରପୁର,୧୧ା୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ବୁରୁପଡ଼ା ପ୍ରାଥମିକ ବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସୋମବାର ଫାଇଲେରିଆ ବଟିକା ଖାଇ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ପ୍ରକାଶ ଯେ, ସୋମବାର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପରେ ଫାଇଲେରିଆ ବଟିକା ଖାଇବାକୁ ଦେଇଥିଲେ। ଅପରାହ୍ନରେ ବିଦ୍ୟାଳୟ ଛୁଟିପରେ ସମସ୍ତେ ଘରକୁ ଯାଇଥିଲେ। ସନ୍ଧ୍ୟାରେ କେତେଜଣ ଛାତ୍ରୀଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଅଭିଭାବକମାନେ ଅଟୋ ଓ ବାଇକ୍‌ରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗ୍ରାମର ମାଧବ ବେହେରା, ପବିତ୍ର ପ୍ରଧାନ, ଅଜିତ ପ୍ରଧାନ, ଚେତନ ସାହୁ, ଲିପି ସେଠୀ, ସାଇ ପ୍ରଧାନ, ସନ୍ଧ୍ୟା ବେହେରା, ଚାନ୍ଦିନୀ ବେହେରା, ନନ୍ଦିନୀ ବେହେରା, ସନିଆ ପ୍ରଧାନ, ନିଶି ପ୍ରଧାନ, ଆରତି ପ୍ରଧାନ, ସ୍ନେହା ପ୍ରଧାନ, ସୋନାଲି କନ୍ୟାରୀ, ଶ୍ରୀୟା ପ୍ରଧାନ, ସଞୟ ବେହେରା, ପୂଜା ବେହେରା, ସୁରେଶ ବେହେରା, ମଙ୍ଗଳା ବେହେରା, ଅର୍ଚ୍ଚିତା ବେହେରା, ଅନିତା ବେହେରା, ବାବୁଲା ସାହୁ, ରାଜେଶ୍ୱରୀ ବେହେରା, ଗାୟତ୍ରୀ ପ୍ରଧାନ, ଅଙ୍କିତ ପ୍ରଧାନଙ୍କ ସହ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେବା ସହ ଗ୍ରାମବାସୀ ସ୍କୁଲ ଆଗରେ ରୁଣ୍ଡହୋଇ ପାଟିତୁଣ୍ଡ କରିଥିଲେ। ଖବର ଲେଖାହେବା ସୁଦ୍ଧା ପ୍ରଶାସନ କିମ୍ବା ବିଦ୍ୟାଳୟର କୌଣସି ଶିକ୍ଷକ ଗ୍ରାମରେ ପହଞ୍ଚତ୍ ନାହାନ୍ତି। ଏନେଇ ପ୍ରଧାନ ଶିକ୍ଷକ ଫକୀର ମୋହନ ବେହେରାଙ୍କୁ କଲ୍‌ କରିଥିଲେ ମଧ୍ୟ ସେ ଫୋନ ରିସିଭ କରୁନାହାନ୍ତି। ପ୍ରାଥମିକ ଚିକିତ୍ସା ପରେ
କେତେଜଣ ଛାତ୍ରୀଛାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେରଗଡ଼ ତହସିଲ କାର୍ଯ୍ୟର ସମୀକ୍ଷା କଲେ ଆର୍‌ଡିସି

ଶେରଗଡ଼,୨ା୮(ଡି.ଏନ.ଏ.)- ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆପନ୍ନା ଆଓ ଶୁକ୍ରବାର ଶେରଗଡ଼ ତହସିଲ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଥର୍ମାଲ ସ୍କ୍ରିନିଂ ପରେ ଆରମ୍ଭ ହେଲା ଯୁକ୍ତ ୨ ମୂଲ୍ୟାୟନ

ଭଞ୍ଜନଗର,୧୭।୬(ଡି.ଏନ.ଏ)- ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଠାରୁ ଯୁକ୍ତ୨ କଳା ମୂଲ୍ୟାୟନ ଆରମ୍ଭ ହୋଇଛି। ମୁଲ୍ୟାୟନକୁ ଆସିଥିବା ଅଧ୍ୟାପିକା ଅଧ୍ୟାପକଙ୍କ ପ୍ରଥମେ ଥର୍ମାଲ...

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ...

ମାସ୍କ ନ ପିନ୍ଧି ଦେଲେ ୮୭ ହଜାରରୁ ଅଧିକ ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୯।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ

ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।...

ବିଏମ୍‌ସି ପକ୍ଷରୁ ବ୍ରହ୍ମପୁରର ବିିଭିନ୍ନ ସାହିରେ ବିଶୋଧନ ଆରମ୍ଭ

ବ୍ରହ୍ମପୁର ଅଫିସ,୩ା୪: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ବିଭିନ୍ନ ସାହିକୁ ବିଶୋଧନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।...

ସାଇକେଲରେ ସବୁଜ ବାହିନୀର ସଚେତନତା

ବ୍ରହ୍ମପୁର ଅଫିସ,୨ା୧- ନୂତନ ବର୍ଷକୁ କିଛି ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବ୍ରହ୍ମପୁର ସବୁଜ ବାହିନୀ କର୍ମକର୍ତ୍ତା । ନୂତନ ବର୍ଷରୁ ଗୃହ ମଧ୍ୟରେ ଚାରା...

ଚଢ଼ାଦରରେ ଧାନ ବିହନ ବିକ୍ରି ଅଭିଯୋଗ

ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ...

Advertisement
Archives

Model This Week