ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳରେ ଗତ ୨୦୧୮ରେ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇ ମରୁଡି ଦେଖାଦେଇଥିଲା । ଏଥିରେ ୭ଟି ଗ୍ରାମପଞ୍ଚାୟତ ଯଥା ବେହେରା, ଜୟନ୍ତପୁର, କଦଳୀମୁଣ୍ଡା, ତେଣ୍ଡାପାଲି, ଜୟନ୍ତପୁର, ଦହଗାଁ ଓ ଛଞ୍ଚାଣବାହିଲି ପଞ୍ଚାୟତ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ସରକାରଙ୍କ ତରଫରୁ ଆକଳନ କରାଯାଇ ୮୦ ପ୍ରତିଶତ ମରୁଡି ଘୋଷଣା ହୋଇଥିଲା ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ଇତିମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବୀମା ଟଙ୍କା ଆଜି ଯାଏ ମିଳିନାହିଁ। ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ପ୍ରଶାସନ ପାଖକୁ ଦୌଡି ଥିଲେ ସୁଦ୍ଧା କୌଣସି ସୁଫଳ ପାଇନାହାନ୍ତି । ଏହାକୁ ନେଇ ବୁଧବାର ପୁଣି ଚାଷୀମାନେ ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅବସରରେ ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ କଳାହାଣ୍ଡି ଜିଲାପାଳ, କୃଷି ନିର୍ଦ୍ଦେଶକ, କୃଷୀମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେରାଇନ୍‌ ଡ୍ରାଇଭ୍‌ ଭିଡିଓ ଅପ୍‌ଲୋଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟରେ ରବିବାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ମନୋରମ ଭିଡିଓ ଅପ୍‌ଲୋଡ କରାଯାଇଛି। ୪୮ ସେକେଣ୍ଡର ଏହି...

ପରିବେଶ ସୁରକ୍ଷା ପ୍ରତି ବିପଦ ନାହିଁ: ଜିଲାପାଳ

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଉପରେ ଜିଲାପାଳ...

ନକଲି ଡାକ୍ତରଙ୍କ ଅସଲି ଡାକ୍ତରାଣୀ ସ୍ତ୍ରୀ ଗିରଫ

ଭୁବନେଶ୍ୱର,୫।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ କମିଶନରେଟ ପୋଲିସ ଗିରଫ କରିଛି।...

ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି...

ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା, କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା

ଜମନକିରା,୩।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦରମହକୁମାର ଚାରିଆଡ଼େ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରତିକାର...

ଶପଥ ନେଲେ ଅଳକା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବ୍ରଜରାଜନଗର ବିଧାୟକ ଭାବେ ସୋମବାର ଶପଥ ନେଇଛନ୍ତି ଅଳକା ମହାନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ଅଳକା...

ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୭।୨(ବ୍ୟୁରୋ): କୋଭିଡ୍‌ କଟକଣା ସହ ରାଜ୍ୟରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିବ। ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଦଶମ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ବସି ପାଠ...

ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ଜଗନ୍ନାଥ ମଙ୍ଗଳମ୍‌ରେ ମୁଗ୍ଧ ହେଲେ ଦର୍ଶକ

କଟକ ଅଫିସ,୨୩ା୧୧: ମଞ୍ଚରେ ହେଲା ପହଣ୍ଡି ବିଜେ ଆଉ ରଥଟଣା। ବାଜିଲା ‘ଚତର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ’ ଗୀତ। ଜଗନ୍ନାଥ ମଙ୍ଗଳମ୍‌ ନୃତ୍ୟରେ ସୃଷ୍ଟି...

Advertisement
Archives

Model This Week