ନୂଆଦିଲ୍ଲୀ,୩୧-୧(ପି.ଟି.):ଫଳ ପଚାଇବା ପାଇଁ ସେଥିରେ ରାସାୟନିକ ପ୍ରୟୋଗ କରିବା ଗ୍ରାହକଙ୍କୁ ବିଷ ଦେବା ସହ ସମାନ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କ’ଣ ପାଇଁ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡସଂହିତା ଲାଗୁ ନ ହେବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏପରିକି ଦୁଇଦିନ ହେଲେ ମଧ୍ୟ ଏଭଳି ବ୍ୟକ୍ତିମାନଙ୍କୁ ଜେଲ୍ ପଠାଇବା ଆବଶ୍ୟକ ବୋଲି ଜଷ୍ଟିସ୍ ଜି.ଏସ୍. ସିସ୍ତାନି ଏବଂ ଏ.ଜେ. ଭମ୍ବାନୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଫଳ ଓ ପନିପରିବାରେ ରାସାୟନିକ ପ୍ରୟୋଗ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ମତ ରଖିଛନ୍ତି। ଏବେ ବି ଫଳ ପଚାଇବା ପାଇଁ କାଲ୍ସିୟମ କାର୍ବାଇଡ୍ ଭଳି ରସାୟନ ବ୍ୟବହାର କରାଯାଉଛି କି ବୋଲି ଭାରତର ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)ଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ।

୩ୟ ଦିନରେ ପହଞ୍ଚିଲା ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଆନ୍ଦୋଳନ
ପୁଡୁଚେରୀ,୧୦।୧- ଗଭର୍ନର କିରନ ବେଦୀଙ୍କୁ ହଟାଇବା ଦାବିରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ପୁଡୁଚେରୀର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା...

୨ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଲା ଭାଜପା
ସିର୍ସା,୨୫-୧୦: ହରିୟାଣା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ପକ୍ଷରୁ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନିଆଯାଇଛି। ମୋଟ ୮...

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ
ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ...

କୃଷକ ଆନ୍ଦୋଳନସ୍ଥଳରେ ପୁଣି ଗଡ଼ିଲା ମୁଣ୍ଡ
ନୂଆଦିଲ୍ଲୀ, ୧୭।୧୨- ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନସ୍ଥଳରେ ଗୁରୁବାର ସକାଳେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ
ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର...

ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ
ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦...

କର୍ନାଟକ କ୍ୟାବିନେଟ୍ରେ ୭ ନୂଆ ମନ୍ତ୍ରୀ
ବେଙ୍ଗାଲୁରୁ,୧୪ା୧: କର୍ନାଟକର ବିଏସ୍ ୟେଦୁରପ୍ପା ସରକାର ବୁଧବାର ତାଙ୍କ ୧୭ ମାସ ପୁରୁଣା କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।...

ଆବଦ୍ଧାଞ୍ଚଳ ବାହାରେ ଲକ୍ଡାଉନ ମନା
ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍ମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ବାହାରେ ଲକ୍ଡାଉନ୍ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ...