ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ମନ୍ତ୍ରୀ ଦାଶ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ମନ୍ତ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ପାଇଁ ଅବଧି ସୀମାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରିଛନ୍ତିି।
ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧିକରିବା ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଅର୍ଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭. ୭୯ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୋଲିସର ସହାୟତା 

ରତ୍ନଗିରି,୮।୪(ଡି.ଏନ.ଏ): ଯାଜପୁର ଜିଲା ବରୀ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବରୀ ପୋଲିସ ସହଯୋଗର ହାତ ବଢାଇଛି। ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ...

କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ: ମିଳିବ ୬ହଜାର କୋଟି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ରେଳ ଅନୁଦାନ। ରାଜ୍ୟ ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା...

ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ...

ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର

ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍‌ଶୀଘ୍ର ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ...

ବିଲ୍‌ଡରଙ୍କ ଗାଡ଼ି ସହ ଜଳିଗଲା ୩ କାର

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.) : ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ସୋମବାର ୩ଟି ଗାଡ଼ି ଜଳିଯାଇଛି। ଉକ୍ତ ଗାଡ଼ି ମଧ୍ୟରେ ଜଣେ ବିଲ୍‌ଡରଙ୍କ ଗାଡ଼ି ପୋଡ଼ିବା...

ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଲାଗି ୩୬.୧୩ କୋଟି

ଢେଙ୍କାନାଳ ଅଫିସ, ୨୯।୫-କୋଭିଡ୍‌-୧୯ ମୁକାବିଲା ଏବଂ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଢେଙ୍କାନାଳ ଜିଲାକୁ ୩୬.୧୩ କୋଟି ଟଙ୍କା ମଞ୍ଜୁର...

ସଙ୍କଟରେ ପ୍ରାଣୀ ଚିକିତ୍ସା

ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍‌/ ପାରଳାଖେମୁଣ୍ଡି (ଡି.ଏନ୍‌.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା) ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ...

ଲାଞ୍ଚ ନେଇ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଢେଙ୍କାନାଳ ଅଫିସ,୨୩।୮: ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ୫ ଶହ...

Advertisement
Archives

Model This Week