ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର ଏକ କମ୍ପାନୀ ଏହି କାମ କରିଛି। ନୋଭା ସ୍କୋଟିଆ ଅଞ୍ଚଳର ହାଲିଫାକ୍ସରେ ପ୍ରାୟ ୮୦ ପ୍ରତିଶତ ପ୍ଲାଷ୍ଟିକୁ ରିସାକ୍ଲି କରିଛି ଏକ କମ୍ପାନୀ। ଗୁଡଉଡ୍‌ ନାମକ ଏହି କମ୍ପାନୀ ଏବେ ପ୍ଲାଷ୍ଟିକୁ କାଠଭଳି ରୂପ ଦେଉଛି। ଯାହାର ବ୍ୟବହାର କୋଠା ନିର୍ମାଣରେ ବ୍ୟବହାର କରାଯାଉଛି। କାଠଭଳି ଏଥିରେ ଡ୍ରିଲ୍‌ କରିହେଉଥିବା କୁହାଯାଉଛି। ହାଲିଫାକ୍ସର ରାଜନେତା କମ୍ପାନୀର ଏହି କାମରେ ଖୁସି ବ୍ୟକ୍ତ କରିଛନ୍ତି। ଏହା କେବଳ ଯେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣକୁ କମ୍‌ କରୁଛି ତା’ନୁହେଁ ବରଂ ଗଛ କାଟିକାବୁ ମଧ୍ୟ କମ୍‌ କରିପାରିଛି ବୋଲି ସ୍ଥାନୀୟ ରାଜନେତା କହିଛନ୍ତି। ଗତବର୍ଷ ଡିସେମ୍ବରରେ ଏହି କମ୍ପାନୀ ନିଜର ନାଁ ଗୁଡଉଡ୍‌ ରଖିଛି। ଏହି କମ୍ପାନୀ ସୋବୋ ଗ୍ରୋସରୀ ଷ୍ଟୋର ସହ ମିଶି ଏମିତି ଏକ ପାର୍କିଂ ଏରିଆ ପ୍ରସ୍ତୁତ କରିଥିଲା ଯାହା ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କରାଯାଇଥିଲା। କମ୍ପାନୀର ଅଧ୍ୟକ୍ଷ ମାଇକ ଚୌସି କୁହନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ପାରିବ ନାହିଁ। ହେଲେ ଏଥିରେ ପାର୍କର ବେଞ୍ଚ, ପିକନିକ ଟେବୁଲ ଭଳି କିଛି ଜିନିଷ ପ୍ରସ୍ତୁତ କରି କିଛିଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର...

କାନାଡାରୁ ମିଳିଲା ସବୁଠୁ ପୁରୁଣା ପାଣି

ଓଟ୍ଟାଓ୍ବା,୨।୫ : କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଦଳ ଆବିଷ୍କାର କରିଛି ଭୁପୃଷ୍ଟର ସବୁଠୁ ପୁରୁଣା ପାଣି। ବିଶେଷଜ୍ଞମାନଙ୍କୁ ଓଣ୍ଟାରିଓର ଏକ ଖଣିରୁ ୨୦୦୯ରେ ମିଳିଥିଲା...

ନଓ୍ବାଜ୍‌ ଶରିଫ୍‌ଙ୍କୁ ଜେଲ୍‌ରେ ଦିଆଯାଇଛି ଜହର: ପୁଅ ଆଣିଲେ ଅଭିଯୋଗ

ଇସଲାମାବାଦ୍‌,୨୩।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ପୁଅ ହୁସେନ୍‌ ନଓ୍ବାଜ୍‌ ଲଣ୍ଡନରୁ ଟୁଇଟ୍‌ କରି ପାକିସ୍ତାନ ସରକାରଙ୍କ...

ପୁଣି ଫେରିଲା ଲକ୍‌ଡାଉନ୍‌, ଓମିକ୍ରନ୍‌କୁ ନେଇ ଲୋକେ ଆତଙ୍କିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍‌...

ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍‌ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ...

ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌...

ବିସ୍ଫୋରଣ ପରେ ପେଶାୱରରେ ମେଡିକାଲ ଏମରଜେନ୍ସି, ଆହତଙ୍କୁ ମିଳୁନି ରକ୍ତ, ସମ୍ପୂର୍ଣ୍ଣ ପାକିସ୍ତାନରେ ହାଇ ଆଲର୍ଟ

ଇସଲାମାବାଦ,୩୧ ।୧: ପାକିସ୍ତାନର ପେଶାୱରରେ ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଏକ ବଡ ବିସ୍ଫୋରଣ ହୋଇଛି । ପେଶାୱରର ଏକ ମସଜିଦରେ ଆତଙ୍କବାଦୀ ଆତ୍ମଘାତି ବିସ୍ଫୋରଣ...

ଘରଭଡ଼ାରୁ ବିରକ୍ତ ହୋଇ ଗୁମ୍ଫାରେ ୧୬ ବର୍ଷ

ୱାଶିଂଟନ: ଲୋକେ ଅନେକ ସମୟରେ ଘରେ ରହି ରହି ବିରକ୍ତ ହୋଇଯା’ନ୍ତି। ଫଳରେ ସେମାନେ ବାହାରକୁ ବୁଲିବାକୁ ଯାଇଥା’ନ୍ତି। ହେଲେ ଏଠାରେ ଜଣେ ବ୍ୟକ୍ତି ୧୬...

Advertisement
Archives

Model This Week