ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି ସାଧାରଣରେ କୁହାଯାଇଥାଏ। ମେହନ୍ତରଙ୍କୁ ନୀଚ ଦୃଷ୍ଟିରେ ଦେଖାଯାଉଥିବାର ଗଦା ଗଦା କାହାଣୀ ବିଷୟରେ ଅଧିକାଂଶ ଜାଣିଥିବେ। କିନ୍ତୁ ସମୟ ସହ ମଣିଷର ଚିନ୍ତାରେ ଅନେକ ପରିବର୍ତ୍ତନ ଆସୁଛି। ବାସ୍ତବତାକୁ ସ୍ବୀକାର କରିବା ଯଦିଓ କଷ୍ଟକର ବ୍ୟାପାର, ତଥାପି ଏମିତି ଲୋକ ଅଛନ୍ତି ସେମାନେ ନିଜ ଧାରାରେ ଜୀବନ ଜିଇବାକୁ ଚେଷ୍ଟା କରିଥାଆନ୍ତି। ଚକାଚକ ଦୁନିଆର ସାମଗ୍ରୀ ସହ ଚଳିବାକୁ ସମସ୍ତଙ୍କ ଇଚ୍ଛା ଥିଲେ ମଧ୍ୟ କିଛି ଲୋକ ସମାଜରେ ନିଜର ଏକ ପଦଚିହ୍ନ ଛାଡ଼ିଯିବା ଲାଗି ଭିନ୍ନ ଚରିତ୍ର ପୋଷଣ କରିବାକୁ ପସନ୍ଦ କରନ୍ତି। ଅଳିଆ ଗୋଟାଇବାକୁ କ୍ୟାରିୟର କରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଆଉ ପାଦେ ଆଗେଇ ଯାଇ କହିଲେ ଏଣେତେଣେ ବିକ୍ଷିପ୍ତ ପଡ଼ି ରହିଥିବା ପଦାର୍ଥକୁ ସାଉଁଟି ପରିବେଶକୁ ସ୍ବଚ୍ଛ କରିବାକୁ ଆଗ୍ରହ ରଖୁଥିବା ବ୍ୟକ୍ତି ଯେ ଦିନେ ସେଲିବ୍ରିଟି ପାଲଟିଯାଇ ପାରନ୍ତି, ତାହାର ସଦ୍ୟ ଆଇକନ୍‌ ହେଉଛନ୍ତି-ରିପୁ ଦମନ ବେଭ୍‌ଲି। ନିକଟରେ କେନ୍ଦ୍ର ସରକାର ତାଙ୍କୁ ପ୍ଲଗିଂ ଆମ୍ବାସାଡର ଅଫ୍‌ ଇଣ୍ଡିଆ ସମ୍ମାନ ଦେଇଛନ୍ତି। ଭାରତକୁ ସ୍ବଚ୍ଛ ସହ ଫିଟ୍‌ ଇଣ୍ଡିଆ କରିବାକୁ ନିରନ୍ତର ପ୍ରୟାସ କରୁଥିବାରୁ ରିପୁଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀରୁ ଦେଶର ଛୋଟ ସହର ଯାଏ ତାଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ରିପୁଙ୍କ ପଦକ୍ଷେପକୁ ସ୍ବାଗତ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ପଲ୍ଲୀକୁ ମଧ୍ୟ ଛୁଇଁ ଯାଇଛି। ତାଙ୍କ ଚଲାପଥର ସହଯାତ୍ରୀ ପିଲାମାନେ କିଭଳି ଅଧିକରୁ ଅଧିକ ହୋଇପାରିବେ ସେଥିଲାଗି ରିପୁ ପ୍ରୟାସରତ। ସେ ବୁଝିଛନ୍ତି ଆଜିର ପିଲା ମୁଣ୍ଡରେ ସ୍ବଚ୍ଛତାର ଭାବନା ପ୍ରବେଶ କଲେ ଭାରତ ସୁସ୍ଥ ଓ ସବଳ ହୋଇପାରିବ।
ଦିଲ୍ଲୀର ୩୧ ବର୍ଷୀୟ ରିପୁ ହେଉଛନ୍ତି ଜଣେ ମାରାଥନ୍‌ର, ଟ୍ରାଭେଲର, ଉଦ୍ୟୋଗୀ, ବ୍ଲଗର ଏବଂ ପରିବେଶପ୍ରେମୀ। କିଛି ବର୍ଷ ପୂର୍ବରୁ ସେ ‘ମାଇଁ ସିଟି ମାଇଁ ରେସ୍‌ପନ୍‌ସିବିଲିଟି’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ସାଧାରଣରେ ମାରାଥନକାରୀମାନେ ଦୌଡ଼ି ପଳାଇଯିବା ପରେ ପଛରେ ଆବର୍ଜନା ଛାଡ଼ିଦେଇଥାଆନ୍ତି। ହେଲେ ରିପୁଙ୍କ ଅଭିଯାନ କହେ ଦୌଡ଼ିବା ବେଳେ ବାଟରେ ପଡ଼ିଥିବା ଅଳିଆ ଗୋଟାଇ ପରିବେଶକୁ ସଫାସୁତରା ରଖିବା ହେଉଛି ସମସ୍ତଙ୍କ କାର୍ଯ୍ୟ। ସେଥିଲାଗି ସେ ତାଙ୍କ ସଫ୍ଟଓ୍ବେର ଷ୍ଟାର୍ଟଅପ୍‌କୁ ଛାଡ଼ି ରାସ୍ତାରେ ଲୋକଙ୍କ ସହ ମିଶି ନୂଆ କିଛି କରି ଦେଖାଇବାରେ ଲାଗିଛନ୍ତି। ଭାରତକୁ ଅଳିଆ ଓ ଆବର୍ଜନା ମୁକ୍ତ କରିବା ଦିଗରେ ସେ ଯେଉଁ ଉତ୍ସାହ ଯୁବପିଢ଼ିଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି, ତାହାକୁ ସବୁ ବର୍ଗ ଅନୁସରଣ କରିବାରେ ଲାଗିଲେଣି। କେନ୍ଦ୍ର ସରକାର ‘ସ୍ବଚ୍ଛ ଭାରତ’ ଅଭିଯାନରେ ରିପୁଙ୍କୁ ଆଦରଣୀୟ ବ୍ୟକ୍ତି ଭାବେ ମାନ୍ୟତା ଦେବା ହେଉଛି ସୁସ୍ଥ ଓ ସବଳ ଭାରତ ପ୍ରତି ଏକ ବଡ଼ ସମ୍ମାନ। ୨୦୧୭ରେ ରିପୁ ତାଙ୍କ ଟିମ୍‌ ସହ ‘ପ୍ଲଗିଂ’ ଆରମ୍ଭ କରିଥିଲେ। ପ୍ଲଗିଂ ହେଉଛି ‘ସ୍ବଦେଶୀ ସୁସ୍ଥତା’ ହେବାର ଏକ ଅଭିନବ ଅଭିଯାନ। ଦୌଡ଼ିବା ସହ ଆବର୍ଜନା ସଂଗ୍ରହ କରି ନିଜକୁ ଫିଟ୍‌ ରଖିବା ସହ ପରିବେଶକୁ ନିର୍ମଳ ରଖିବାର ଏହା ବାର୍ତ୍ତା ଦେଇ ଚାଲିଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଫିଟ୍‌ ଇଣ୍ଡିଆ ପ୍ଲଗିଂ ରନ୍‌’ ଆରମ୍ଭ ହୋଇ ଡିସେମ୍ବର ୫ରେ ଦେଶର ୫୦ ସହରର ପ୍ରାୟ ୧୦୦୦ କିଲୋମିଟର ଅତିକ୍ରମ କରିବା ପରେ ଏହା ସ୍ବଚ୍ଛତାର ଏକ ମାଇଲଖୁଣ୍ଟ ବସାଇପାରିଛି। ରିପୁ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି।
କାହିଁକି ରିପୁ ଏଭଳି ଭିନ୍ନ ଦୁନିଆରେ ବଞ୍ଚିବାକୁ ଚାହିଁଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ହେବା ସ୍ବାଭାବିକ। ଏହାର ଉତ୍ତର ଦେବାକୁ ଯାଇ ସେ ବର୍ଣ୍ଣନା କରିଛନ୍ତି ଯେ, ତାଙ୍କ ଜୀବନର ଆଦ୍ୟ କ୍ୟାରିୟର ଭାରତରେ ଥିବା କେତେକ ଜଣାଶୁଣା ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି)ରେ କାମ କରିବାରେ କଟିଥିଲା। କର୍ମଜଞ୍ଜାଳ ଜୀବନ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସମୟ ଦେଉ ନ ଥିଲା। ସେ ମୋଟା ହୋଇଯାଇଥିଲେ। ଓଜନ କମାଇବାକୁ ଯାଇ ସେ ବହୁ ବାଟ ଦୌଡ଼ିବା ଆରମ୍ଭ କଲେ। ଫଳରେ ସେ ଫିଟ୍‌ ହେବାକୁ ଲାଗିଲେ। ପ୍ରାତଃ ସମୟରେ କମ୍‌ ଲୋକ ଯାତାୟାତ କରୁଥିବାରୁ ସେ ଦୌଡ଼ିବା ବେଳେ ରାସ୍ତାରେ ପଡ଼ିଥିବା ଅଳିଆକୁ ଉଠାଇ ନିକଟସ୍ଥ ଡଷ୍ଟବିନ୍‌ରେ ପକାଇବାକୁ ଲାଗିଲେ। ଏହା କଲା ବେଳେ ସେ ନିଜକୁ ସୁସ୍ଥ ରଖିବା ସହ ପରିବେଶକୁ ପରିଚ୍ଛନ୍ନ କରିବାରେ ସହାୟକ ହେଲେ। ପ୍ରଥମେ ଲୋକେ ତାଙ୍କୁ ଦେଖି ହସୁଥିଲେ, ଏବେ ଅନୁସରଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri