ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି ସାଧାରଣରେ କୁହାଯାଇଥାଏ। ମେହନ୍ତରଙ୍କୁ ନୀଚ ଦୃଷ୍ଟିରେ ଦେଖାଯାଉଥିବାର ଗଦା ଗଦା କାହାଣୀ ବିଷୟରେ ଅଧିକାଂଶ ଜାଣିଥିବେ। କିନ୍ତୁ ସମୟ ସହ ମଣିଷର ଚିନ୍ତାରେ ଅନେକ ପରିବର୍ତ୍ତନ ଆସୁଛି। ବାସ୍ତବତାକୁ ସ୍ବୀକାର କରିବା ଯଦିଓ କଷ୍ଟକର ବ୍ୟାପାର, ତଥାପି ଏମିତି ଲୋକ ଅଛନ୍ତି ସେମାନେ ନିଜ ଧାରାରେ ଜୀବନ ଜିଇବାକୁ ଚେଷ୍ଟା କରିଥାଆନ୍ତି। ଚକାଚକ ଦୁନିଆର ସାମଗ୍ରୀ ସହ ଚଳିବାକୁ ସମସ୍ତଙ୍କ ଇଚ୍ଛା ଥିଲେ ମଧ୍ୟ କିଛି ଲୋକ ସମାଜରେ ନିଜର ଏକ ପଦଚିହ୍ନ ଛାଡ଼ିଯିବା ଲାଗି ଭିନ୍ନ ଚରିତ୍ର ପୋଷଣ କରିବାକୁ ପସନ୍ଦ କରନ୍ତି। ଅଳିଆ ଗୋଟାଇବାକୁ କ୍ୟାରିୟର କରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଆଉ ପାଦେ ଆଗେଇ ଯାଇ କହିଲେ ଏଣେତେଣେ ବିକ୍ଷିପ୍ତ ପଡ଼ି ରହିଥିବା ପଦାର୍ଥକୁ ସାଉଁଟି ପରିବେଶକୁ ସ୍ବଚ୍ଛ କରିବାକୁ ଆଗ୍ରହ ରଖୁଥିବା ବ୍ୟକ୍ତି ଯେ ଦିନେ ସେଲିବ୍ରିଟି ପାଲଟିଯାଇ ପାରନ୍ତି, ତାହାର ସଦ୍ୟ ଆଇକନ୍‌ ହେଉଛନ୍ତି-ରିପୁ ଦମନ ବେଭ୍‌ଲି। ନିକଟରେ କେନ୍ଦ୍ର ସରକାର ତାଙ୍କୁ ପ୍ଲଗିଂ ଆମ୍ବାସାଡର ଅଫ୍‌ ଇଣ୍ଡିଆ ସମ୍ମାନ ଦେଇଛନ୍ତି। ଭାରତକୁ ସ୍ବଚ୍ଛ ସହ ଫିଟ୍‌ ଇଣ୍ଡିଆ କରିବାକୁ ନିରନ୍ତର ପ୍ରୟାସ କରୁଥିବାରୁ ରିପୁଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀରୁ ଦେଶର ଛୋଟ ସହର ଯାଏ ତାଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ରିପୁଙ୍କ ପଦକ୍ଷେପକୁ ସ୍ବାଗତ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ପଲ୍ଲୀକୁ ମଧ୍ୟ ଛୁଇଁ ଯାଇଛି। ତାଙ୍କ ଚଲାପଥର ସହଯାତ୍ରୀ ପିଲାମାନେ କିଭଳି ଅଧିକରୁ ଅଧିକ ହୋଇପାରିବେ ସେଥିଲାଗି ରିପୁ ପ୍ରୟାସରତ। ସେ ବୁଝିଛନ୍ତି ଆଜିର ପିଲା ମୁଣ୍ଡରେ ସ୍ବଚ୍ଛତାର ଭାବନା ପ୍ରବେଶ କଲେ ଭାରତ ସୁସ୍ଥ ଓ ସବଳ ହୋଇପାରିବ।
ଦିଲ୍ଲୀର ୩୧ ବର୍ଷୀୟ ରିପୁ ହେଉଛନ୍ତି ଜଣେ ମାରାଥନ୍‌ର, ଟ୍ରାଭେଲର, ଉଦ୍ୟୋଗୀ, ବ୍ଲଗର ଏବଂ ପରିବେଶପ୍ରେମୀ। କିଛି ବର୍ଷ ପୂର୍ବରୁ ସେ ‘ମାଇଁ ସିଟି ମାଇଁ ରେସ୍‌ପନ୍‌ସିବିଲିଟି’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ସାଧାରଣରେ ମାରାଥନକାରୀମାନେ ଦୌଡ଼ି ପଳାଇଯିବା ପରେ ପଛରେ ଆବର୍ଜନା ଛାଡ଼ିଦେଇଥାଆନ୍ତି। ହେଲେ ରିପୁଙ୍କ ଅଭିଯାନ କହେ ଦୌଡ଼ିବା ବେଳେ ବାଟରେ ପଡ଼ିଥିବା ଅଳିଆ ଗୋଟାଇ ପରିବେଶକୁ ସଫାସୁତରା ରଖିବା ହେଉଛି ସମସ୍ତଙ୍କ କାର୍ଯ୍ୟ। ସେଥିଲାଗି ସେ ତାଙ୍କ ସଫ୍ଟଓ୍ବେର ଷ୍ଟାର୍ଟଅପ୍‌କୁ ଛାଡ଼ି ରାସ୍ତାରେ ଲୋକଙ୍କ ସହ ମିଶି ନୂଆ କିଛି କରି ଦେଖାଇବାରେ ଲାଗିଛନ୍ତି। ଭାରତକୁ ଅଳିଆ ଓ ଆବର୍ଜନା ମୁକ୍ତ କରିବା ଦିଗରେ ସେ ଯେଉଁ ଉତ୍ସାହ ଯୁବପିଢ଼ିଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି, ତାହାକୁ ସବୁ ବର୍ଗ ଅନୁସରଣ କରିବାରେ ଲାଗିଲେଣି। କେନ୍ଦ୍ର ସରକାର ‘ସ୍ବଚ୍ଛ ଭାରତ’ ଅଭିଯାନରେ ରିପୁଙ୍କୁ ଆଦରଣୀୟ ବ୍ୟକ୍ତି ଭାବେ ମାନ୍ୟତା ଦେବା ହେଉଛି ସୁସ୍ଥ ଓ ସବଳ ଭାରତ ପ୍ରତି ଏକ ବଡ଼ ସମ୍ମାନ। ୨୦୧୭ରେ ରିପୁ ତାଙ୍କ ଟିମ୍‌ ସହ ‘ପ୍ଲଗିଂ’ ଆରମ୍ଭ କରିଥିଲେ। ପ୍ଲଗିଂ ହେଉଛି ‘ସ୍ବଦେଶୀ ସୁସ୍ଥତା’ ହେବାର ଏକ ଅଭିନବ ଅଭିଯାନ। ଦୌଡ଼ିବା ସହ ଆବର୍ଜନା ସଂଗ୍ରହ କରି ନିଜକୁ ଫିଟ୍‌ ରଖିବା ସହ ପରିବେଶକୁ ନିର୍ମଳ ରଖିବାର ଏହା ବାର୍ତ୍ତା ଦେଇ ଚାଲିଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଫିଟ୍‌ ଇଣ୍ଡିଆ ପ୍ଲଗିଂ ରନ୍‌’ ଆରମ୍ଭ ହୋଇ ଡିସେମ୍ବର ୫ରେ ଦେଶର ୫୦ ସହରର ପ୍ରାୟ ୧୦୦୦ କିଲୋମିଟର ଅତିକ୍ରମ କରିବା ପରେ ଏହା ସ୍ବଚ୍ଛତାର ଏକ ମାଇଲଖୁଣ୍ଟ ବସାଇପାରିଛି। ରିପୁ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି।
କାହିଁକି ରିପୁ ଏଭଳି ଭିନ୍ନ ଦୁନିଆରେ ବଞ୍ଚିବାକୁ ଚାହିଁଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ହେବା ସ୍ବାଭାବିକ। ଏହାର ଉତ୍ତର ଦେବାକୁ ଯାଇ ସେ ବର୍ଣ୍ଣନା କରିଛନ୍ତି ଯେ, ତାଙ୍କ ଜୀବନର ଆଦ୍ୟ କ୍ୟାରିୟର ଭାରତରେ ଥିବା କେତେକ ଜଣାଶୁଣା ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି)ରେ କାମ କରିବାରେ କଟିଥିଲା। କର୍ମଜଞ୍ଜାଳ ଜୀବନ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସମୟ ଦେଉ ନ ଥିଲା। ସେ ମୋଟା ହୋଇଯାଇଥିଲେ। ଓଜନ କମାଇବାକୁ ଯାଇ ସେ ବହୁ ବାଟ ଦୌଡ଼ିବା ଆରମ୍ଭ କଲେ। ଫଳରେ ସେ ଫିଟ୍‌ ହେବାକୁ ଲାଗିଲେ। ପ୍ରାତଃ ସମୟରେ କମ୍‌ ଲୋକ ଯାତାୟାତ କରୁଥିବାରୁ ସେ ଦୌଡ଼ିବା ବେଳେ ରାସ୍ତାରେ ପଡ଼ିଥିବା ଅଳିଆକୁ ଉଠାଇ ନିକଟସ୍ଥ ଡଷ୍ଟବିନ୍‌ରେ ପକାଇବାକୁ ଲାଗିଲେ। ଏହା କଲା ବେଳେ ସେ ନିଜକୁ ସୁସ୍ଥ ରଖିବା ସହ ପରିବେଶକୁ ପରିଚ୍ଛନ୍ନ କରିବାରେ ସହାୟକ ହେଲେ। ପ୍ରଥମେ ଲୋକେ ତାଙ୍କୁ ଦେଖି ହସୁଥିଲେ, ଏବେ ଅନୁସରଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri