ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରେମ ଏଟିଏମ୍‌ ପଛରେ କି ରହସ୍ୟ ରହିଛି ତାହା ତ ନିଶ୍ଚୟ ଜାଣିବେ, ହେଲେ ସିନେମାଟି ଦେଖିଲା ପରେ। କଥା କ’ଣ କି, ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶନାରେ ଏହାର ଶୁଟିଂ ଚାଲୁ ରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍‌ ସେତିକିବେଳେ ତା’ ଜୀବନ ରାସ୍ତାରେ ପାଦ ଦିଏ ରୂପସୀ ଆରାଧନା। ଆଉ ତା’ପରେ? ତାକୁ ଦେଖିବା ପରେ ତାହାର କୋଟିପତି ହେବାର ଆଶା ପୂରଣ ହୁଏ କି? ପୂର୍ବରୁ ବିବାହ କରିଥିଲେ ମଧ୍ୟ ସୁନ୍ଦରୀ ଆରାଧନାକୁ ପ୍ରେମା ଆପଣେଇ ନିଏ କି? ବିବାହ ପରେ ଏପରି ସମ୍ପର୍କ ବିଷୟରେ ପ୍ରେମାର ପତ୍ନୀ ଜାଣିବା ପରେ ସେମାନଙ୍କ ବୈବାହିକ ଜୀବନ କିପରି କଟେ? ଏ ସବୁର ଉତ୍ତର ରହିଛି ଏହି ସିନେମାରେ। ନବାଗତ ପ୍ରଯୋଜକ ସୁରେନ୍ଦ୍ର ନାରାୟଣ ପ୍ରଧାନ ଏବଂ ନବନୀତା ମିଶ୍ର ଚିତ୍ରଟିର ପ୍ରଯୋଜନା କରିଛନ୍ତି। ଡ. ନିର୍ମଳ ନାୟକଙ୍କ ରଚିତ ପାଞ୍ଚଟି ଗୀତକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଚଳଚ୍ଚିତ୍ରର ନାୟକ (ପ୍ରେମା) ଭାବରେ ପ୍ରଦୀପ ଦତ୍ତ ଅଭିନୟ କରୁଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଦିବ୍ୟା। ଏମାନଙ୍କ ବ୍ୟତୀତ ଲିପିକା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ସ୍ନିଗ୍‌ଧା ମହାନ୍ତି ଏବଂ ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରରେ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’ ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ...

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍‌ ଦେଇଛନ୍ତି। କିନ୍ତୁ...

ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ସନା ଖାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବାକୁଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସେ ଏହି ସୂଚନା ଦେଇଛନ୍ତି। ସନା କହିଛନ୍ତି...

ଆସନ୍ତା ବର୍ଷ ରିଲିଜ ହେବ ‘ସ୍ତ୍ରୀ ୨’

ମୁମ୍ବାଇ: କମେଡି-ହରର ମୁଭି ‘ସ୍ତ୍ରୀ’କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ...

ସ୍କୁଲ ଫିସ୍‌ ଦେବା ପାଇଁ ବାସନ ବିକୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ବ୍ୟାଡ୍‌ମ୍ୟାନ୍‌ ଗୁଲଶନ ଗ୍ରୋଭରଙ୍କୁ ଆଜି ୬୫ ବର୍ଷ ହୋଇଛି। ପିଲାଦିନକୁ ଦାରିଦ୍ର୍ୟରେ ବିତାଇଥିବା ଗୁଲଶାନ କେବଳ ବଲିଉଡରେ ନୁହେଁ, ହଲିଉଡ, ଜର୍ମାନ, ଅଷ୍ଟ୍ରେଲିୟ, ପୋଲାଣ୍ଡ,...

ରାଜୁଙ୍କୁ ଶୁଣାଯାଉଛି ବିଗ୍‌ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା

ବମ୍ବେ: ହୃଦ୍‌ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍‌ସର ଆଇସିୟୁରେ...

ହେଲିକପ୍ଟରରେ ଗଲେ କ୍ୟାଟ୍‌-ଭିକି

ମୁମ୍ବାଇ: ରାଜସ୍ଥାନର ମାଧପୁରର ସିକ୍ସ ସେନ୍ସ ରିସର୍ଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବି ଭିକି କୌଶଲଙ୍କ ବିବାହ ଗୁରୁବାର ଅନୁଷ୍ଠିତ ହୋଇଥିଲା। ତେବେ ଆଜି ସକାଳେ...

Advertisement
Archives

Model This Week