ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌ କଣ୍ଟ୍ରୋଭର୍ସିଆଲ୍‌ ପର୍ସନ୍‌ ହେବାକୁ ରାକ୍ଷୀ କିଛି ବି କରିପାରନ୍ତି। ତେଣୁ ସୋସିଆଲ ମିଡିଆରେ ଲଗାତର ରାକ୍ଷୀଙ୍କ ଅଜବ-ଗଜବ ଭିଡିଓ ସବୁ ଦେଖିବାକୁ ମିଳିଥାଏ। ଗତ ଅଗଷ୍ଟରେ ହଠାତ୍‌ ନିଜକୁ ବିବାହିତା ଘୋଷଣା କରିଥିବା ରାକ୍ଷୀ ସାଓ୍ବନ୍ତ ଏବେ ପ୍ରେଗ୍ନେଣ୍ଟ ଥିବା କହୁଛନ୍ତି। ନିଜକୁ ପ୍ରେଗ୍ନେଣ୍ଟ୍‌ କହି ଇନ୍‌ଷ୍ଟାଗ୍ରାମରେ ଏକ ଫନୀ ଭିଡିଓ ଶେୟାର କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ୟୁଜର୍ସ କରିଛନ୍ତି ରାକ୍ଷୀଙ୍କୁ ଟ୍ରୋଲ୍‌। ଗତ ଅଗଷ୍ଟରେ ରାକ୍ଷୀ ବିବାହ କରିଥିବା କହି ହଠାତ ମୁଣ୍ଡରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧି ଆସିଥିଲେ। ହେଲେ ସେ ଆଜିଯାଏଁ ନିଜ ସ୍ବାମୀଙ୍କୁ ଲୁଚାଇ ରଖି କଣ୍ଟ୍ରୋଭର୍ସିରେ ରହୁଛନ୍ତି। ରାକ୍ଷୀଙ୍କ କହିବା ଅନୁସାରେ, ସେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି ଓ ବ୍ୟକ୍ତିଗତ ଜୀବନକୁ ଅଲଗା ରଖିବାଲାଗି ତାଙ୍କ ସ୍ବାମୀ କ୍ୟାମେରା ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲା ଜେମ୍ସ ବଣ୍ଡ ସିରିଜ୍‌ : ରିଲିଜ୍‌ ହେଲା ‘ନୋ ଟାଇମ୍‌ ଟୁ ଡାଇ’ର ଆକ୍ସନ୍‌ ଟିଜର୍‌

ନୂଆଦିଲ୍ଲୀ: ଜେମ୍ସ ବଣ୍ଡ ସିରିଜର ଫିଲ୍ମ ‘ନୋ ଟାଇମ୍‌ ଟୁ ଡାଇ’ର ଆକ୍ସନ୍‌ ଟିଜର୍‌ ରିଲିଜ ହୋଇଛି। ଡାନିଏଲ କ୍ରେଗଙ୍କ ଅଭିନୀତ ଏହି ଫିଲ୍ମର ଟିଜର୍‌...

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌...

ମହେନ୍ଦ୍ର ସିଂ ଧୋନୀ ଭୂମିକାରେ ନିଜକୁ ଦେଖି ଖୁସି ହୋଇଥିଲେ ସୁଶାନ୍ତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ତର୍କ ବିତର୍କ ଚାଲିଛି। ବର୍ତ୍ତମାନ ବଂଶାନୁବାଦକୁ ନେଇ ଆଲୋଚନା ଜୋର୍‌ ଧରିଛି। ଅନ୍ୟପକ୍ଷରେ...

ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ...

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ...

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ଜିଆ ଖାଁଙ୍କ ସୁଇସାଇଡ୍‌ ମିଷ୍ଟ୍ରିକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ବଲିଉଡ୍‌ ତା’ର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ। ତେବେ ବଲିଉଡ୍‌ର ଏମିତି ଏକ ବହୁ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *