Posted inଫୁରସତ

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି କେହି ଭୋଜଶ୍ୱର ଶିବ ମନ୍ଦି ବୋଲି ମଧ୍ୟ କହି ଥାଆନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ଗୋଟିଏ ଖଣ୍ଡ ଚିକ୍କଣ ଲାଲ ପାଷାଣ ପଥରରେ ତିଆରି କରାଯାଇଛି। ତାହାପୁଣି ଅଧାଗଢା। ମନ୍ଦିର ଅଥବା ଲିଙ୍ଗ ସବୁ ଏଠାରେ ଅଧାଗଢା ଅବସ୍ଥାରେ ପୂଜା କରାଯାଉଛନ୍ତି। ଗର୍ଭ ଗୃହର ଦୁଇ ପଟରେ ଯବୁନା ଦେବୀ ଓ ଗଙ୍ଗା ଦେବୀଙ୍କ ମୂର୍ତ୍ତି ଲାଗିଛି। ଏହି ମନ୍ଦିରକୁ ଉତ୍ତର ଭାରତର ସୋମନାଥ ବୋଲି ମଧ୍ୟ କୁହାଯାଇଥାଏ। ଏହା ଭୋଜପୁରର ଏକ ପାହାଡ ଉପରେ ୧୧୫ ଫୁଟ ଲମ୍ବା, ୮୨ ଫୁଟ ଚଉଡ଼ା ଓ ୧୩ ଫୁଟ ଉଚ୍ଚ ଚଉତରା ଉପରେ ନିର୍ମାଣ କରାଯାଇଛି। ତେବେ ପରମାର ବଂଶର ପ୍ରସିଦ୍ଧ ରାଜା ଭୋଜ ଏହାକୁ ନିର୍ମାଣ କରିଥିବା ଇତିହାସ କୁହେ। ମନ୍ଦିର ମଧ୍ୟରେ ଶିବ-ପାର୍ବତୀ, ବ୍ରହ୍ମା-ସରସ୍ବତୀ, ରାମ-ସୀତା ଏବଂ ବିଷ୍ଣୁ-ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି। ବହୁ ଦୂରଦୂରାନ୍ତରରୁ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି ବୋଲି ଶୁଣିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?