ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଫୁଲବାଣୀ ଅଫିସ, ୪ା୬-କନ୍ଧମାଳ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଜିଲାର ନବ ନିର୍ବାଚିତ ୩ ବିଧାୟକଙ୍କୁ ସ୍ବାଗତ କରାଯାଇଥିଲା ା ଜିଲାପାଳ ଡ.ବୃନ୍ଦା ଡି ଏଥିରେ ସଭାପତିତ୍ୱ କରି ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ ା ଏଥିପାଇଁ ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ଦରକାର ା ବିପର୍ଯ୍ୟୟ ପରେ ଥଇଥାନ ପଦକ୍ଷେପକୁ ଠିକ ଭାବେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ା
ବନ୍ୟା ମୁକାବିଲା ପାଇଁ ଦୁର୍ବଳ ସ୍ଥିତରେ ଥିବା ସ୍ଥାନ, ଅଞ୍ଚଳ ଆଦି ପରିଦର୍ଶନ କରି ସମ୍ପୃକ୍ତ ବିଭାଗକୁ ବିଡିଓ ଏବଂ ତହସିଲଦାର ରିପୋର୍ଟ ଦେବେ ା ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି ପାଇଁ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ ଏବଂ ପୌର ପରିଷଦର ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ପ୍ଳାବିତ ଅଞ୍ଚଳରେ ଅସ୍ଥାୟୀ ପୋଲିସ୍‌ ଓୟାରଲେସ୍‌ ଷ୍ଟେଶନ୍‌ ସ୍ଥାପନ ଏବଂ ଅସ୍ଥାୟୀ ଟେଲିଫୋନ୍‌ ସଂଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିଭଳି ବିଦ୍ୟୁତ, ଟେଲି ଯୋଗାଯୋଗ ଏବଂ ରାସ୍ତା ମରାମତି, ଆବଶ୍ୟକ ସ୍ଥଳେ ଓଡ୍ରାଫ୍‌, ଏନଡିଆର୍‌ଏଫ୍‌ର ସାହାଯ୍ୟ ନିମନ୍ତେ ଆଗୁଆ ଯୋଜନା କରାଯାଇଛି। ବିଭିନ୍ନ ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ ପାଇଁ ବିଡିଓ ଏବଂ ତହସିଲଦାରମାନଙ୍କୁ ମଧ୍ୟ କୁହାଯାଇଛି ା ଆଗାମୀ ୨ ମାସ ପାଇଁ ଜିଲାର ବିଭିନ୍ନ ସ୍ଥାନ ସମେତ ଦୁର୍ଗମ ଅଞ୍ଚଳଗୁଡିକରେ ଆବଶ୍ୟକ ପରିମାଣର ଚୁଡ଼ା, ଗୁଡ଼ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ସେହିପରି ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସାପକାମୁଡ଼ା ଇଞ୍ଜେକ୍ସନ୍‌ ଏବଂ ଅନ୍ୟାନ୍ୟ ଔଷଧ ମହଜୁଦ ରଖିବାକୁ କୁହାଯାଇଥିଲା। ଡାକ୍ତରଖାନା, ଅଙ୍ଗନୱାଡ଼ି କେନ୍ଦ୍ର, ଆଶାକର୍ମୀ ବିଶେଷକରି ଅପହଂଚ ଇଲାକା ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର୍‌, ହାଲୋଜିନ୍‌ ବଟିକା ଓ ଅନ୍ୟାନ୍ୟ ଦରକାରୀ ଔଷଧ ମହଜୁଦ୍‌ କରିବା ପାଇଁ ଜିଲା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋ-ଖାଦ୍ୟ ଏବଂ ଔଷଧ ମହଜୁଦ କରି ରଖିବାକୁ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ବିଡିଓମାନେ ପ୍ରତିଦିନ ପୂର୍ବାହ୍ନ ୧୧ଟା ସୁଦ୍ଧା ବୃଷ୍ଟିପାତ ବିବରଣୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା, ଓଡ଼ିଶା ବୃଷ୍ଟିପାତ ପର୍ଯ୍ୟାଲୋଚନା ପୋର୍ଟାଲ୍‌ରେ ଅପ୍‌ଲୋଡ଼୍‌ କରିବା, ସେମାନଙ୍କ ଅଞ୍ଚଳର ଜଳଉତ୍ସ ଗୁଡ଼ିକ ଦୈନିକ ତଦାରଖ କରି ପିଇବା ପାଣି ବିଶୋଧନ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡ଼ା ଉପ ଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ସମସ୍ତ ତହସିଲଦାର, ବିଡିଓମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର.ଉଦୟଗିରି, ନୂଆଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ: ଲୋକେ ହନ୍ତସନ୍ତ

ଆର.ଉଦୟଗିରି,୧ା୫(ଡି.ଏନ.ଏ.)- ଗଜପତି ଜିଲାର ଆର.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ କାଟ ସମସ୍ୟା ଲାଗି ରହିଛି। ଆର.ଉଦୟଗିରି ବ୍ଲକର ୧୫ ଗଁା ଓ ନୂଆଗଡ...

କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ...

ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ: ଟ୍ରେନ୍‌, ବସ୍‌ରେ ଆସୁଥିବା ପ୍ରବାସୀଙ୍କୁ କରାଯାଉଛି ସାନିଟାଇଜ

ଛତ୍ରପୁର,୧।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ...

ଟ୍ରକ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୭ା୩: ବଡ଼ବଜାର ଥାନା ଅଧୀନ ଫାଷ୍ଟଗେଟ୍‌ ସ୍ଥିତ ଛେଳିକଟା ଘର ସମ୍ମୁଖରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରକରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ...

ପାର୍ବଣରେ ବନ୍ଧା ହେଲେଣି ୮୮୨ ଜୁଆଡି

ଛତ୍ରପୁର,୧୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂଜା ପାର୍ବଣ ଋତୁ ଆସିଲେ ଜୁଆଖେଳ ଆସର ଜମିଥାଏ। ଦଶହରା ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଓ କାଜୀପୂଜା ପର୍ଯ୍ୟନ୍ତ...

କୃମି ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ

ଧରାକୋଟ, ୧୦ା୨ (ଡି.ଏନ୍‌.ଏ): ଜାତୀୟ କୃମି ନାଶକ ଦିବସ ଅବସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶୁକ୍ରବାର ବ୍ଲକର ସମସ୍ତ ବିଦ୍ୟାଳୟରେ କୃମି ନାସକ ଔଷଧ...

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ...

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଅଟକ

ବ୍ରହ୍ମପୁର ଅଫିସ,୫।୧୦: ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ...

Advertisement
Archives

Model This Week