Posted inଫୁରସତ

ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ୪ କିଲୋମିଟର ବରଫରେ ଚାଲିଲେ ଗର୍ଭବତୀ

ହିମାଚଳପ୍ରଦେଶ: ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ସହି ନ ପାରି ୪ କିଲୋମିଟର ବରଫରେ ଚାଲି ହସ୍ପିଟାଲରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତୀର୍ଥନ ଘାଟି ନୋହାଣ୍ଡା ପଞ୍ଚାୟତ ଝଲେରି ଗାଁର ସଞ୍ଜୁଙ୍କ କ୍ଷେତ୍ରରେ ଏପରି ଘଟିଛି। ରାସ୍ତାରେ ଏତେ ବରଫ ପଡ଼ିଥିଲା କି ଘରୁ ବାହାରିବା କଷ୍ଟକର ଥିଲା। ମାତ୍ର ସଞ୍ଜୁଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ସ୍ବାମୀ ରୋଶନ୍‌ ଲାଲ୍‌ ଏବଂ ଶାଶୁଙ୍କ ସହ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ନ ଥିଲେ କି କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲା। ଫଳରେ ସେଠାରୁ ୪ କିଲୋମିଟର ଦୂର ସେଗୁଶୈଣୀ ପିଏଚ୍‌ସିକୁ ଯାଇଥିଲେ।

ରୋଶନ୍‌ଲାଲ୍‌ କୁହନ୍ତି, ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ବିଗିଡ଼ିବାରେ ଲାଗିଲା ଯେ କୌଣସି ଗାଡ଼ିମଟରକୁ ଅପେକ୍ଷା ନ କରି ତାଙ୍କୁ ଚଲାଇ ଚଲାଇ ନେବାକୁ ପଡ଼ିଲା। ବରଫରେ ସଞ୍ଜୁଙ୍କ ପାଦ ଖସି ଯାଉଥାଏ କିନ୍ତୁ ଶାଶୁ ଏବଂ ସ୍ବାମୀ ଦୁଇ ହାତ ଧରି ନେଇଥିଲେ। ଏହି ଘଟଣା ପରେ ତାଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି...

କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା

ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ...

ଗୋରୁମୁଣ୍ଡ ଥାପି କପାତୋଳା

ଚନିଆ ବନାମ ଚୈତନ୍ୟ ବାବୁଙ୍କର ଚେତନା ଜାଗ୍ରତ ହେଲା । ନା, ଆଉ ସେ ନିଜ ପ୍ରାଣପ୍ରିୟା ପତ୍ନୀଙ୍କୁ ଗାଁରେ ଛାଡି ବାହାର ରାଇଜରେ ପଡି...

ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ କର୍ନେଲ ଶିବରାମ ଶତପଥୀ

ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର...

ବିବାହ ବେଦିରେ ବର ପଛପଟେ ଥାଇ କନ୍ୟା କଲେ ଏମିତି, ଭିଡିଓ ଦେଖି ହସି ହସି ଗଡିବେ

ବିବାହ ସମୟରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡିବେ। ଗୁରୁଦ୍ୱାର...

ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ୧୬ ବର୍ଷ ବୟସ୍କା ବାଳିକା

ହେଲସିଙ୍କି, ୧୦।୧୦: ଫିନଲାଣ୍ଡ୍‌ରେ ଜଣେ ୧୬ ବର୍ଷ ବୟସ୍କା ବାଳିକାଙ୍କୁ ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ସନା ମରିନ୍‌...

ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍‌

କ୍ରିକେଟରେ କ୍ୟାଚ୍‌ ହିଁ ମ୍ୟାଚ୍‌ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ...

ହାତଧରି ମାଙ୍କଡ଼ ଦେଉଛି ଏପରି ବାର୍ତ୍ତା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week