ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟାୟ ଉଚ୍ଛେଦ ମାଟିରେ ମିଶିଲା ଛୋଟାଙ୍କ ଆଉ ୨୪ ବଖରା

ଖୋର୍ଦ୍ଧା ଅଫିସ,୨୨। ୭

ବ୍ରାଉନସୁଗାର ଓ ପଥର ବ୍ୟବସାୟୀ ସୁଧାଂଶୁ ପରିଡା ଓରଫ ଛୋଟା ଏସଟିଏଫ ରିମାଣ୍ଡ ଅବଧି ସରିଲା ପରେ ଏବେ ଖୋର୍ଦ୍ଧା ସବ୍‌ଜେଲରେ ଅଛନ୍ତି। ଏଭଳିସ୍ଥଳେ ପ୍ରଥମ ପର୍ଯ୍ୟାୟରେ ଛୋଟାଙ୍କ ୧୪ ବଖରା ଉଚ୍ଛେଦ ହୋଇଥିବାବେଳେ ୨ୟ ପର୍ଯ୍ୟାୟ ସୋମବାର ଆଉ ୨୪ ବଖରା ଅର୍ଦ୍ଧନିର୍ମିତ ଘରକୁ ପ୍ରଶାସନ ଭାଙ୍ଗିଛି। ଭାରପ୍ରାପ୍ତ ଉପଜିଲାପାଳ ତଥା ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ ସାମଲଙ୍କ ନେତୃତ୍ୱରେ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ଉମାପ୍ରସାଦ ସିଂ ଉପସ୍ଥିତ ଥିଲେ। ଏହି ଅର୍ଦ୍ଧନିର୍ମିତ ଘରଗୁଡିକ ବିଶ୍ୱସ୍ତ ସହଯୋଗୀଙ୍କ ପାଇଁ ନିର୍ମାଣ କରାଯାଉଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳରେ ସରକାରୀ ଜମିରେ ବହୁ ବେଆଇନ ଘର ମଧ୍ୟ ରହିଛି। ଏ ନେଇ ତହସିଲଦାରଙ୍କୁ ପଚାରିବାରୁ ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଫନୀ ପ୍ୟାକେଜ୍‌
ଫନୀ ବାତ୍ୟାରେ ଘର ଭାଙ୍ଗି ଯାଇଥିବା ଓ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନ ପରିବାରକୁ ଛୋଟା ପ୍ୟାକେଜ ଦେଇଥିଲା। ତେବେ ଛୋଟା ଆଧାର କାର୍ଡର ଜେରକ୍ସ ନେଇ ପରିବାର ପିଛା ୨ ହଜାର ଟଙ୍କା ଦେଇଥିଲେ। ଯେଉଁମାନଙ୍କର ଅଧିକ କ୍ଷତି ହୋଇଥିଲା ୫ ହଜାର ଟଙ୍କା ଦେଇଥିଲା। ଘର ତିଆରି ପାଇଁ ଛୋଟା ଶ୍ରମିକ ଓ ରାଜମିସ୍ତ୍ରି ଯୋଗାଇ ଦେଇଥିଲା। ମିସ୍ତ୍ରିକୁ ଦିନକୁ ୧ ହଜାର ଟଙ୍କା, ଖାଇବା ଓ ଶ୍ରମିକଙ୍କୁ ଖାଇବା ସହ ୫୦୦ ଟଙ୍କା ଦେଉଥିଲା। ଫଳରେ ସେ ସମୟରେ ଶ୍ରମିକ ଓ ରାଜମିସ୍ତ୍ରିମାନେ ଅନ୍ୟ କାହାରି କାମ ନ କରି କେବଳ ଛୋଟାଙ୍କ କାମ କରୁଥିଲେ।

ଗୁରୁଜଙ୍ଗରେ ବ୍ୟବସାୟ ପାଇଁ ଛୋଟାଙ୍କୁ ଅଫର

ବ୍ରାଉନସୁଗାର କାରବାର କରିବାକୁ ଛୋଟାଙ୍କୁ ଗୁରୁଜଙ୍ଗ ଆମନ୍ତ୍ରଣ କରାଯାଇଥିଲା। ସ୍ବଳ୍ପ ଦାମରେ ସରକାରୀ ଜମି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ସହ ଉଚ୍ଛେଦ ହେବନାହିଁ ବୋଲି କୁହାଯାଇଥିଲା। ଏପରିକି ବ୍ରାଉନସୁଗାର ବ୍ୟବସାୟରେ ଆଞ୍ଚ ଆସିବନି, ଅବାଧରେ କାରବାର ଚାଲିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଅଫର ଛୋଟାଙ୍କୁ ପୂର୍ବତନ କାଉନସିଲର ଦେଇଥିଲେ। ଛୋଟା ଜମି କିଣି ଘର କରିବା ସମୟରେ ପୂର୍ବତନ କାଉନସିଲର ସମସ୍ତ ପ୍ରକାରର ସହଯୋଗ କରିଥିଲେ। ପ୍ରାୟ ୨ କୋଟି ଟଙ୍କାର ଘର ନିର୍ମାଣ ସମୟରେ ରାଜସ୍ବ ବିଭାଗ କେବଳ ନୋଟିସ୍‌ କରି ଦେଇ ଚୁପ ରହିଥିଲା। ଅନ୍ୟପକ୍ଷେ ବ୍ୟବସାୟକୁ ଭୟ ନ ଥିଲା। ପ୍ରତି ବଦଳରେ ଛୋଟା ପୂର୍ବତନ କାଉନ୍‌ସିଲରଙ୍କୁ ମାସକୁ ଦରମା ଦେବା ସହ ବିଭିନ୍ନ ସମୟରେ ଭଲ ପ୍ୟାକେଜ୍‌ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଚଢ଼ାଉର ସାମ୍ନା କରି ପାରି ନ ଥିଲେ ପୂର୍ବତନ କାଉନସିଲର। ସମସ୍ତ ପ୍ରକାରର ରାଜନୈତିକ ପ୍ରୋତ୍ସାହନ ଏସ୍‌ଟିଏଫ୍‌ ଆଗରେ ହାର ମାନିଥିଲା। ଶେଷରେ ଛୋଟାଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ କାଉନ୍‌ସିଲର କହିଥିଲେ। ଏପରିକି କୋର୍ଟରେ ଯେତେବେଳେ ଏସ୍‌ଟିଏଫ୍‌ ପହଞ୍ଚତ୍ ଛୋଟାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲା ସେତେବେଳେ ପୂର୍ବତନ କାଉନସିଲର ସହଯୋଗ କରି କିଛି ଆଇନଜୀବୀଙ୍କ ମାଧ୍ୟମରେ ରକ୍ଷା ପାଇ ଯାଇଥିଲେ। ଏବେ ଏସ୍‌ଟିଏଫ୍‌ ପଞ୍ଝାରୁ ଖସାଇ ନେବାକୁ ଉଦ୍ୟମ ଅବ୍ୟାହତି ରଖିଛନ୍ତି। କୋର୍ଟରୁ କିପରି ଛୋଟା ଜାମିନ ପାଇବେ ସେନେଇ ପୂର୍ବତନ କାଉନସିଲର ଲାଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri