Posted inଜାତୀୟ

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ସେଠାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଶରଦ ଯାଦବ ମଧ୍ୟ ଜମ୍ମୁ-କଶ୍ମୀର ଗସ୍ତ କରିପାରନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଥିଲେ କି ସରକାର ଯେଉଁ ଦାବି କରୁଛନ୍ତି ଜମ୍ମୁ-କଶ୍ମୀରରେ ଶାନ୍ତ ବାତାବରଣ ଅଛି ତାହା ଭୁଲ୍‌। ସେଠାରେ ସ୍ଥାନେ ସ୍ଥାନେ ଏବେବି ଅଶାନ୍ତ ବାତାବରଣ ଲାଗି ରହିଛି ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏହି ଟୁଇଟ୍‌ର ଉତ୍ତର ଦେଇ ସତ୍ୟପାଲ ମଲିକ କହିଥିଲେ, ଜମ୍ମୁ-କଶ୍ମୀରର ସ୍ଥିତି ପରଖିବାକୁ ରାହୁଲ ଥରେ ଏଠାକୁ ଆସନ୍ତୁ। ଆଉ ଏହାପରେ ଏବେ ରାହୁଲ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଛନ୍ତି। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ

ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର...

ଭାଜପାକୁ ସହଯୋଗ: ମାମଲା ହଟିଲା

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ଜଳସେଚନ ପ୍ରକଳ୍ପ ଦୁର୍ନୀତିକୁ ନେଇ ୯ଟି ମାମଲାର ତଦନ୍ତକୁ ସୋମବାର ରାଜ୍ୟ ଦୁର୍ନୀତି ନିର୍ବାରଣ ବ୍ୟୁରୋ (ଏସିବି) ବନ୍ଦ କରିଦେଇଛି। କୌଣସି ଜଳସେଚନ...

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ: ଜାମିଆରେ ପୋଲିସ-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ନୂଆଦିଲ୍ଲୀ,୧୩।୧୨: ନାଗରିକତା ସଂଶୋଧନ ବିଲ୍‌(ସିଏବି)କୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ବିରୋଧର ନିଆଁ ଉତ୍ତରପୂର୍ବ ରାଜ୍ୟ ପରେ ଏବେ ଦିଲ୍ଲୀରେ...

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ...

ନିୟନ୍ତ୍ରଣ ରେଖାରେ ଉଡ଼ିବୁଲୁଛି ପାକିସ୍ତାନର ଏଫ୍‌-୧୬, ମିରାଜ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୦।୫: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଏଠାରେ ପାକିସ୍ତାନର ଏଫ୍‌-୧୬, ଜେଏଫ୍‌-୧୭ ଏବଂ ମିରାଜ-୩ ଯୁଦ୍ଧ ବିମାନ ଉଡ଼ିବୁଲୁଛି। ପାକିସ୍ତାନର...

ଚିନ୍ତା ବଢାଇଲାଣି ରାଜଧାନୀର ସଂକ୍ରମଣ, ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ, ୨ ମୃତ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ସଂକ୍ରମଣ ଚିନ୍ତା ବଢାଇଲାଣି । ଗତ ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ ଚିହ୍ନଟ...

୨ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ,୧।୩: ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ହେବା ପାଇଁ ମନା କରି ଦେଇଛନ୍ତି ତୁର୍କୀର ଇଲ୍କର ଅଇସି। ଏ ନେଇ ଟାଟା ପ୍ରବକ୍ତା...

Advertisement
Archives

Model This Week