Posted inଖେଳ

ପ୍ରଶଂସକଙ୍କ ଚପଲ ଫେରାଉଥିବା ଡିକକ୍‌ଙ୍କ ଭିଡିଓ ଭାଇରାଲ

ରାଞ୍ଚି,୨୧।୧୦- କ୍ରିକେଟ ମ୍ୟାଚ୍‌ବେଳେ ପ୍ରଶଂସକମାନେ ସୁରକ୍ଷା କର୍ଡନ ଅତିକ୍ରମ କରି ପସନ୍ଦୀୟ ଖେଳାଳିଙ୍କ ପାଦ ଛୁଇଁବା ସହ ସେଲ୍‌ଫି ନେବା ଘଟଣା ଦେଶରେ ନୂଆ ନୁହେଁ। ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଜଣେ ପ୍ରଶଂସକ ସୁରକ୍ଷା କର୍ଡନ ଡେଇଁ ଭ୍ରମଣକାରୀ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ଙ୍କ ପାଦ ଛୁଇଁଥିଲେ। ଏହାର ତୁରନ୍ତ ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗ୍ରାଉଣ୍ଡ ବାହାରକୁ ଟାଣି ନେଇଥିଲେ। ଏଠାରେ ପ୍ରଶଂସକ କୌତୂହଳପୂର୍ଣ୍ଣ ତ୍ରୁଟି କରିଦେଇଥିଲେ। ଉକ୍ତ ପ୍ରଶଂସକ ନିଜ ଚପଲ ଗ୍ରାଉଣ୍ଡରେ ଛାଡ଼ି ଦେଇଥିଲେ। କିନ୍ତୁ ଡିକକ୍‌ ତାଙ୍କ ପ୍ରଶଂସକଙ୍କ ଚପଲ ଫେରାଇ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ

ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ...

ଡବ୍ଲ୍ୟୁପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌: ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ

ମୁମ୍ବାଇ,୫ା୩: ଶନିବାର ମହିଳା ପ୍ରିମିୟର୍‌ ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ। ଡି. ଓ୍ବାଇ ପାଟିଲ ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ...

କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ର ଭାରତୀୟ ପୁରୁଷ ଟିଟି ଦଳ

ନୂଆଦିଲ୍ଲୀ,୪।୧୨ (ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଦଳ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଅଷ୍ଟମସ୍ଥାନକୁ...

ଆଇପିଏଲ୍‌ର ଅଫିସିଆଲ ପାର୍ଟନର ହେଲା ଅପ୍‌ଷ୍ଟକ୍ସ

ନୂଆଦିଲ୍ଲୀ, ୧୭ା୩ (ପି.ଟି.)-ଭାରତର ଅନ୍ୟତମ ଡିଜିଟାଲ ବ୍ରୋକୋରେଜ ସଂସ୍ଥା ଅପ୍‌ଷ୍ଟକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଅଫିସିଆଲ ପାର୍ଟନର ଭାବେ ଯୋଗଦେଇଛି। ଆଇପିଏଲ୍‌ ଗଭର୍ନିଂ...

ବଡ଼ ରେକର୍ଡ ହାସଲ କଲେ ଜାଡେଜା

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା...

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା...

ଆଇପିଏଲ୍‌ରେ ଏହି ବିରଳ ସଫଳତା ପାଇବାରେ ରାବାଡା ପ୍ରଥମ ବୋଲର

ଦୁବାଇ, ୩୦।୯: ଆଇପିଏଲ୍‌-୧୩ତମ ସିଜନର ଏକାଦଶ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୫ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପରାସ୍ତ...

ଆରସିବି ୪ ୱିକେଟରେ ବିଜୟୀ…

ମୁମ୍ବାଇ, ୫।୪ :  ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର  ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ଠାରୁ ୪ ୱିକେଟରେ ବିଜୟ ହାସଲ କରିଛି...

Advertisement
Archives

Model This Week