Posted inଜାତୀୟ

ପ୍ରଲୋଭନ ନଚେତ୍‌ ଜେଲ ଭୟ

କୋଲକାତା,୨୨ା୭(ପି.ଟି.): ଭାଜପା କର୍ନାଟକ ସୂତ୍ର ପ୍ରୟୋଗ କରି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଶୈଳୀରେ ଘୋଡ଼ାବେପାର ଉଦ୍ୟମ ଚଳାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକମାନଙ୍କୁ ଅର୍ଥ ଓ ଅନ୍ୟ ପ୍ରଲୋଭନ ଦେଖାଇ କିଣିବାକୁ ଉଦ୍ୟମ ଚଳାଇଛି। ଯେଉଁ ବିଧାୟକମାନେ ଭାଜପାରେ ଯୋଗଦେବାକୁ ମଙ୍ଗୁନାହାନ୍ତି, ସେମାନଙ୍କୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଜରିଆରେ ବ୍ଲାକ୍‌ମେଲିଂ କରାଯାଉଛି। ଟିଏମ୍‌ସି ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫସାଇ ଜେଲ୍‌ରେ ପୂରାଇବାକୁ ଧମକ ଦିଆଯାଉଛି ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ଶହୀଦ ଦିବସ ପାଳନ ଅବସରରେ ଟିଏମ୍‌ସି ସୁପ୍ରିମୋ ମମତା ଭାଜପା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କ୍ଷମତା ଅକ୍ତିଆର ପାଇଁ ଗୈରିକ ଦଳ ସବୁଠି ଘୋଡ଼ାବେପାର କରୁଛି। କର୍ନାଟକର ଘୋଡ଼ାବେପାର ମଡେଲ ପଶ୍ଚିମବଙ୍ଗରେ ମଧ୍ୟ ଆପଣେଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଟିଏମ୍‌ସି ନେତାମାନଙ୍କୁ ସମନ କରୁଛନ୍ତି। ଭାଜପାରେ ମିଶ, ନଚେତ ଜେଲ୍‌ ଯାଅ ବୋଲି ତଦନ୍ତକାରୀ ଅଧିକାରୀମାନେ ଭୟ ଦେଖାଉଛନ୍ତି। ଭାଜପା ପକ୍ଷରୁ ଟିଏମ୍‌ସି ବିଧାୟକମାନଙ୍କୁ ଜଣପିଛା ୨ କୋଟି ଟଙ୍କା ଓ ଗୋଟିଏ ଲେଖାଏ ପେଟ୍ରୋଲ ପମ୍ପ୍‌ର ପ୍ରଲୋଭନ ଦେଖାଯାଉଛି। ଗ୍ରାମସଭା ସ୍ତରରେ ୨୦ ଲକ୍ଷ ଟଙ୍କାର ଲୋଭ ଦେଖାଯାଉଛି। କର୍ନାଟକ ଭଳି ସବୁଠି ଘୋଡ଼ାବେପାର କରି କ୍ଷମତା ହାସଲର ଉଦ୍ୟମ ଚାଲିଛି। ଭାଜପା ସବୁକିଛି କିଣିପାରିବ ବୋଲି ମନେକରୁଛି। ଗରିବଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବାବେଳେ ଭାଜପା ନେତାମାନେ ବିପୁଳ କମିଶନ ଖାଇଛନ୍ତି। ଭାଜପା ଯେତିକି କଳାଧନ ହଡ଼ପ କରିଛି ତାହା ଫେରସ୍ତ କରିବା ଦାବିରେ ଟିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମମତା ଚେତାବନୀ ଦେଇଛନ୍ତି। ତେବେ ଘଣ୍ଟାଏ ଧରି ଦେଇଥିବା ଭାଷଣରେ ମମତା କୌଣସି ଭାଜପା ନେତାଙ୍କ ନାମ ଧରି ନ ଥିଲେ। ଭାଜପା ଇଭିଏମ୍‌ ଜାଲିଆତି କରି ୨୦୧୯ ସାଧାରଣ ନିର୍ବାଚନ ଜିତିଛି। ଏହି ନିର୍ବାଚନ ଇତିହାସ ନୁହେଁ, ବରଂ ଏକ ରହସ୍ୟ। ନିର୍ବାଚନ କମିଶନ (ଇସି) ଇଭିଏମ୍‌ ବଦଳରେ ବାଲଟ୍‌ ପେପର ଜରିଆରେ ନିର୍ବାଚନ କରାନ୍ତୁ। କେନ୍ଦ୍ରରେ ଭାଜପା ସରକାର ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ତିଷ୍ଠିପାରିବ ନାହିଁ। ସୁରୁଖୁରୁରେ ପାର୍ଲାମେଣ୍ଟ ଚାଲିବା କ୍ଷମତାସୀନ ଦଳର ନୁହେଁ, ବରଂ ବିରୋଧୀ ଦଳଗୁଡ଼ିକର ଶ୍ରେୟ। ଲୋକ ସଭାର ୪୨ ଆସନରୁ ମାତ୍ର ୧୮ଟି ଦଖଲ କରି ଭାଜପା ଏପରି ବ୍ୟବହାର କରୁଛି ଯେମିତିକି ଏହି ଦଳ ସମଗ୍ର ପଶ୍ଚିମବଙ୍ଗକୁ ଜିତିଯାଇଛି। ସିପିଆଇଏମ୍‌ ଏବଂ କଂଗ୍ରେସର ପ୍ରତ୍ୟାଖ୍ୟାତ ନେତା ଓ ଗୁଣ୍ଡାଙ୍କୁ ନେଇ ଚଳୁଥିବା ଭାଜପା ଏକ ପରଜୀବୀ ବୋଲି ମମତା କଡ଼ା ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୧୯୯୩ ଜୁଲାଇ ୨୧ରେ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବିକ୍ଷୋଭ କରୁଥିବାବେଳେ ପୋଲିସ ଗୁଳିରେ ଯୁବକଂଗ୍ରେସର ୧୩ କର୍ମୀ ପ୍ରାଣ ହରାଇଥିଲେ। ମମତା ସେତେବେଳେ ଯୁବକଂଗ୍ରେସ ନେତା ଥିବାରୁ ଟିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଲୋକେ ଯେପରି ଯୋଗଦେଇ ନ ପାରିବେ ସେଥିଲାଗି ରେଲଓ୍ବେ ପକ୍ଷରୁ ଅନେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିଦିଆଯାଇଛି ବୋଲି ମମତା ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନ ପରେ ଏହା ହେଉଛି ମମତାଙ୍କ ପ୍ରଥମ ବଡ଼ଧରଣର ରାଲି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ୧୫ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨୮।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଥମୁ...

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ...

‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ...

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି...

ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ

ଚଣ୍ଡିଗଡ଼,୯ା୨; ପଞ୍ଜାବର ତରନ୍‌ ତାରନ୍‌ ଜିଲା ଅନ୍ତର୍ଗତ ପହଓ୍ବିନ୍ଦ୍‌ ଗ୍ରାମରେ ଶନିବାର ଅନୁଷ୍ଠିତ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇ ୨ ଜଣ...

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା...

କଂଗ୍ରେସ ଏକ ‘କନଫ୍ୟୁଜ୍‌ ପାର୍ଟି’: ଶାହା

ଥିରୁଭାନନ୍ତପୁରମ୍‌,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ...

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ନୂଆଦିଲ୍ଲୀ,୨୦।୪: ମଣିଷର ଲୋଭ କେବେ ମରେନା। ବେଳେବେଳେ ଲୋଭ ଯୋଗୁ କେତେକ ଏଭଳି କାଣ୍ଡ କରିବସନ୍ତି ଯାହା ମଣିଷ ପଣିଆ ଉପରେ ସୃଷ୍ଟିକରେ ପ୍ରଶ୍ନ ଚିହ୍ନ।...

Advertisement
Archives

Model This Week