ପ୍ରବେଶପଥ ବନ୍ଦ କରିଦେଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୨୭।୩-ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ଭୂତାଣୁକୁ ଦମନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ଔଷଧ ବାହାରି ନ ଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ ସଚେତନତା, ସତର୍କତା ତଥା ସାମାଜିକ ଦୂରତ୍ୱ ଅବଲମ୍ବନ ହିଁ କରୋନା ପ୍ରତିହତ ପାଇଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ଦୃଷ୍ଟିରୁ ଗତ ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଭାରତରେ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ତେବେ ଲୋକଙ୍କ ଖାମଖିଆଲି ମନୋଭାବ ଯୋଗୁ କେତେକ ସ୍ଥଳେ ଏହି କଟକଣା ବାଟବଣା ହୋଇପଡ଼ିଥିବା ମଧ୍ୟ ପରିଲକ୍ଷିତ ହେଉଛି । ଅନ୍ୟପଟେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପାଲି ବୁଗବୁଗା ଗ୍ରାମବାସୀ ଶୁକ୍ରବାରଠାରୁ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶପଥକୁ ବନ୍ଦ ସହିତ ସମଗ୍ର ଗ୍ରାମକୁ ଲକ୍‌ ଡାଉନ୍‌ କରିଦେଇଛନ୍ତି । କେବଳ ସେତିକି ନୁହେଁ, ଗତ କିଛିଦିନ ତଳେ ରାଜ୍ୟ ବାହାରେ ରହୁଥିବା ୫ଜଣ ଉକ୍ତ ଗ୍ରାମକୁ ପହଞ୍ଚିଥିଲେ ବି ସଚେତନତା ଦୃଷ୍ଟିରୁ ସେହି ୫ଯୁବକ ନିଜ ଘରକୁ ଯାଇ ନ ଥିଲେ । ଗ୍ରାମର ଏକ କ୍ଲବ ଘର ମଧ୍ୟରେ ସେମାନେ ହୋମ୍‌ କ୍ବାରାଣ୍ଟାଇନରେ ରହୁଛନ୍ତି । ସେହିପରି ଗ୍ରାମରେ ମଦ, କୁସୁନା ଭଳି ନିଶା କାରବାରକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଅତି ଜରୁରୀ କାମ ପଡ଼ିଲେ ଗ୍ରାମର କେହି ପଦାକୁ ବାହାରୁଛନ୍ତି, ନ ଚେତ୍‌ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଗ୍ରାମ ଓ ଘର ମଧ୍ୟରେ ରହୁଥିବା ଗ୍ରାମବାସୀ କହୁଛନ୍ତି । ସହର ମଧ୍ୟରେ ଲକ୍‌ ଡାଉନ୍‌ କଟକଣା ବାଟବଣା ହୋଇପଡ଼ୁ ଥିବାବେଳେ ପାଲିବୁଗବୁଗା ଭଳି ଏକ ନିପଟ ମଫସଲିଆ ଗ୍ରାମର ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…

କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଦିଗପହଣ୍ଡିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍‌ ମାମଲା: ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ସନ୍ତୋଷ ସେଠୀ ଓରଫ କେଳା(୩୪) ଏବଂ ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ (୩୭)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?