Posted inଜାତୀୟ

ପ୍ରଧାନମନ୍ତ୍ରୀ ଅର୍ଥନୀତି ବୁଝନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ,୨୯ା୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତି ବୁଝନ୍ତି ନାହିଁ। ସେ ଭାରତର ବହୁଳବାଦୀ ଛବିକୁ ବିଶ୍ୱରେ କଳଙ୍କିତ କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଆଲବର୍ଟ ହଲ୍‌ରେ ଆୟୋଜିତ ‘ଯୁବ ଆକ୍ରୋଶ’ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, କୋଟି କୋଟି ଯୁବତୀଯୁବକ ସେମାନଙ୍କ ଚାକିରି ହରାଇଛନ୍ତି। ଉପା ସରକାର ଅମଳରେ ଅଭିବୃଦ୍ଧି ହାର ୯% ଥିବାବେଳେ ଏହା ଏବେ ୫%କୁ ଖସିଯାଇଛି। ଗରିବ ଓ ଚାଷୀ ଟଙ୍କା ପାଇଲେ ଖର୍ଚ୍ଚ କରନ୍ତି। ଏଥିରୁ ଅର୍ଥନୀତିକୁ ବଳ ମିଳେ। ମୋଦି ଅର୍ଥନୀତିର ମୂଳ ତଥ୍ୟକୁ ବୁଝିନାହାନ୍ତି। ପ୍ରଧାନମନ୍ତ୍ରୀ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ଉପରେ ଦୀର୍ଘ ଭାଷଣ ଦେଉଥିବାବେଳେ ବେରୋଜଗାରୀ ପ୍ରସଙ୍ଗକୁ ନେଇ ଚୁପ୍‌ ରହୁଛନ୍ତି। ହିନ୍ଦୁସ୍ଥାନକୁ ବଦଳାଇବା ପାଇଁ ଯୁବ ସମାଜ ନିର୍ଭୀକ ହୋଇ ଆଗେଇ ଆସନ୍ତୁ ବୋଲି ରାହୁଲ ଏହି ଅବସରରେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ନ ମିଳିବାରୁ ସୁପ୍ରିମକୋର୍ଟ ଆଗରେ ଆତ୍ମହୁତି : ପୀଡ଼ିତାଙ୍କ ମୃତ୍ୟୁ

ଲକ୍ଷ୍ନୌ,୨୪।୮: ବିଏସ୍‌ପି ଏମ୍‌ପି ଅତୁଲ ରାଇଙ୍କ ବିରୋଧରେ ୨୦୧୯ରେ ବଳାତ୍କାର ଅଭିଯୋଗ ଆଣିଥିବା ପୂର୍ବ ଉତ୍ତରପ୍ରଦେଶର ୨୪ ବର୍ଷୀୟା ମହିଳାଙ୍କର ମଙ୍ଗଳବାର ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ...

ଚେନ୍ନାଇରେ ଘରେ ପଶିଲା ପାଣି

ଚେନ୍ନାଇ, ୮।୧୧ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାମିଲନାଡୁ ଉତ୍ତର ଉପକୂଳ ଅଞ୍ଚଳରେ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବହୁ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର, ୨।୮: ଜମ୍ମୁ-କଶ୍ମୀରର ସୋପିୟାଂରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ୍‌ ଶହୀଦ ହୋଇଛନ୍ତି ବୋଲି ଜଣାପଡିଛି।...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ...

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ ।...

ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା...

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ...

ପୁଞ୍ଚ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୧୨- ଭାରତୀୟ ସୁରକ୍ଷାକର୍ମୀଙ୍କୁ ରବିବାର ମିଳିଛି ଏକ ବଡ଼ ସଫଳତା। ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ। ଏହି...

Advertisement
Archives

Model This Week