ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କଲେ ଜନ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଭାରତ ମଧ୍ୟ ଏହାସହ ଲଢିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ଏହା ପରେ ବି ଭାରତରେ ବେଳକୁ ବେଳ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କରୋନା ମୁକାବିଲା ପାଇଁ ଜନ ସେନା ମୁଖ୍ୟ ପଓ୍ବନ କଲ୍ୟାଣ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହାସହ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ମଧ୍ୟ ପଓ୍ବନ ୫୦ ଲକ୍ଷ ଲେଖାଏଁ ଟଙ୍କା ଦାନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ମହାମାରୀର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତ ଭାରତରେ ପ୍ରାୟ ୬୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ,୨୧।୭(ଡି.ଏନ୍‌.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୦।୧୦: ଜମ୍ମୂ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ କାଠୁଆ ଜିଲାର ହିରାନଗର ସେକ୍ଟରରେ ମୋର୍ଟାର ଶେଲିଂ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର

ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ସାକ୍ଷାତ୍‌ କରି...

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ...

ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ...

ଆଜି ମୁକୁଟ ପିନ୍ଧିବେ ସିଦ୍ଧୁ: ପ୍ରଥମେ କ୍ୟାପଟେନ୍‌ଙ୍କ ସହ ପିଇବେ ଚା’

ଚଣ୍ଡିଗଡ,୨୩।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନୂତନ ସଭାପତିି ନବଜୋତ ସିଂ ସିଦ୍ଧୁ କିଛି ସମୟ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ। ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ...

କରୋନା ଆକ୍ରାନ୍ତ ଏମ୍‌ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ...

ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍‌

ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ...

Advertisement


Archives

Model This Week