Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ରିପୋର୍ଟକୁ ଖଣ୍ଡନ କରିନାହିଁ। ତେଣୁ ପ୍ରଧାନମନ୍ତ୍ରୀ ନିଜେ ଏହାକୁ ପ୍ରମାଣ କିମ୍ବା ଖଣ୍ଡନ କରନ୍ତୁ, ନଚେତ୍‌ କ୍ଷମାମାଗନ୍ତୁ ବୋଲି ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦାବି କରାଯାଇଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାନୁୟାରୀ ୨ରେ ନୂଆଦିଲ୍ଲୀରେ ଜାଇଦସ କାଡିଲା, ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ଏବଂ ଓ୍ବକ୍‌ହାର୍ଡଟ ଭଳି ଓଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ମୋଦି ବୈଠକ କରିଥିଲେ। ଉକ୍ତ ବୈଠକରେ ମୋଦି କୁଆଡ଼େ କହିଥିଲେ ଯେ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ଲାଞ୍ଚ ଦେଉଛନ୍ତି। ଡାକ୍ତରମାନଙ୍କୁ ମହିଳା, ଗେଜେଟ୍ସ ଓ ବିଦେଶ ଯାତ୍ରା ଭଳି ଲାଞ୍ଚ ନ ଦେବା ପାଇଁ ସେ ଉକ୍ତ କମ୍ପାନୀଗୁଡ଼ିକୁ ତାଗିଦ କରିଥିଲେ ବୋଲି ଜାତୀୟ ସ୍ତରର ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଫାର୍ମା କମ୍ପାନୀଗୁଡ଼ିକର ମେଡିକାଲ୍‌ ରିପ୍ରେଜେଣ୍ଟେଟିଭ୍‌ମାନେ ଡାକ୍ତରମାନଙ୍କ ଅନୁଗ୍ରହ ହାସଲ ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି। ଏପରି କି ସେମାନେ ମହିଳା ଓ ବିଭିନ୍ନ ସାମଗ୍ରୀ ଯୋଗାଇବା ସହ ବିଦେଶ ଗସ୍ତ ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ‘ସପୋର୍ଟ ଫର୍‌ ଆଡ୍‌ଭୋକେସି ଆଣ୍ଡ ଟ୍ରେନିଂ ଟୁ ହେଲ୍‌ଥ’ ନାମକ ଏକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ପକ୍ଷରୁ ଜାରି ଏକ ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ଉକ୍ତ ବୈଠକ କରିଥିଲେ। ମୋଦି ସେମାନଙ୍କୁ ଆହୁରି କହିଥିଲେ ଯେ ମେଡିସିନ ମାର୍କେଟିଂ ପାଇଁ ଏପରି ଉପାୟ ଆପଣାଇଲେ ସରକାର କଠୋର ଆଇନ ପ୍ରଣୟନ କରିବାକୁ ବାଧ୍ୟହେବେ। ଉକ୍ତ ବୈଠକରେ ଯୋଗଦେଇଥିବା ପିଏମ୍‌ଓର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତର ଡାକ୍ତରମାନଙ୍କ ସର୍ବବୃହତ୍‌ ସଙ୍ଗଠନ ଆଇଏମ୍‌ଏ କ୍ଷୋଭ ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ଆଇଏମ୍‌ଏ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ ଏପରି କୌଣସି ବୈଠକ ଅନୁଷ୍ଠିତ ହୋଇଥିଲା କି? ଯଦି ବୈଠକ ହୋଇଥିଲା ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଥିଲେ କି ? ଏନେଇ ପିଏମ୍‌ଓ ସ୍ପଷ୍ଟୀକରଣ ଦେଉ। ପିଏମ୍‌ଓ ଉକ୍ତ ରିପୋର୍ଟକୁ ଖଣ୍ଡନ କରି ନାହିଁ। ତେଣୁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ବିସ୍ତୃତ ତଥ୍ୟ ଥିଲେ ସରକାର ତାହା ପ୍ରଦାନ କରନ୍ତୁ। ଅନ୍ୟପକ୍ଷରେ ସରକାର ଏହାକୁ ପ୍ରମାଣ କରିପାରିବେ ନାହିଁ ବୋଲି ଆଇଏମ୍‌ଏ ସନ୍ଦେହ ବ୍ୟକ୍ତ କରିଛି। ଯଦି ଯାଞ୍ଚ କରାଯାଇ ନ ଥିବା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି ତେବେ ସେ ଦେଶର ଡାକ୍ତରମାନଙ୍କୁ କ୍ଷମାମାଗିବା ହିଁ ଉଚିତ ହେବ ବୋଲି ଆଇଏମ୍‌ଏ ନିଜ ବିବୃତିରେ ଦାବି କରିଛି। ପିଏମ୍‌ଓଠାରୁ ଆସିଥିବା ବିଷୟବସ୍ତୁ ଓ ଭାଷା ଚକିତ କରିଦେବା ଭଳି। ଏହା ପିଏମ୍‌ଓକୁ ଶୋଭା ଦେଉନାହିଁ ବୋଲି ଆଇଏମ୍‌ଏ ଅଧ୍ୟକ୍ଷ ରାଜନ ଶର୍ମା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କିତା ହତ୍ୟା ମାମଲା: ଅଭିଯୁକ୍ତଙ୍କ ବାପା-ଭାଇଙ୍କୁ ଦଳରୁ ବହିଷ୍କୃତ କଲା ଭାଜପା

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ଭାଜପା ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଭାଜପା...

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍‌ଘାତ ଆକ୍ରାନ୍ତ...

ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା

ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି...

ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨।୮(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ତାଙ୍କ ବ୍ୟବହାରର ତଦନ୍ତ ଲାଗି ତିନିଜଣିଆ ବିଚାରପତି କମିଟି...

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ...

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)...

ଗ୍ରେନେଡ୍‌ ମାଡ଼ରେ ୧୧ ଆହତ

ଶ୍ରୀନଗର, ୧୩ା୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...

Advertisement
Archives

Model This Week