ପ୍ରଦୂଷଣ ପ୍ରଭାବରୁ ରକ୍ଷାକରିବ ଗୁଡ଼

ପ୍ରଦୂଷଣ ଯୋଗୁ ଲୋକେ ଆଜ୍‌ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି। ତେବେ ଗୁଡ଼ ସେବନ ଦ୍ୱାରା ଏହି ସମସ୍ୟାରୁ କିଛି ପରିମାଣରେ ରକ୍ଷାପାଇପାରିବେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣା ଅନୁସାରେ, ଧୂଳି ଏବଂ ଧୂଆଁରେ କାମ କରୁଥିବା ଶ୍ରମିକ ଦୈନନ୍ଦିନ ଗୁଡ଼ ସେବନ କରିଥାନ୍ତି। ଫଳରେ ପ୍ରଦୂଷଣ ଯୋଗୁ ଦେଖାଦେଉଥିବା ରୋଗର ସମ୍ଭାବନା ସେମାନଙ୍କଠାରେ କମ୍‌ ଥାଏ। ପ୍ରକୃତରେ ଗୁଡ଼ ପ୍ରାକୃତିକ ରୂପରେ ଶରୀରରେ ଟକ୍ସିନକୁ ନିଷ୍କାସିତ କରିବାରେ ସାହାଯ୍ୟ କରିଥାଏ। କାହିଁ କେଉଁ କାଳରୁ ଗୁଡ଼ ଭାରତୀୟଙ୍କ ଖାଦ୍ୟ ତାଲିକାର ଏକ ଅଂଶ ପାଲଟିଆସିଛି। ଆଜି ବି ଅନେକ ଲୋକ ଖାଇବାରେ ଗୁଡ଼କୁ ପ୍ରାଧାନ୍ୟ ଦେଉଛନ୍ତି। କାରଣ ଏହା ପାଚନକ୍ରିୟାକୁ ସୁସ୍ଥ ରଖିଥାଏ। ଶରୀରର ମେଟାବଲିଜିମ୍‌ ସ୍ତରକୁ ମଧ୍ୟ ସୁଦୃଢ଼ ରଖିଥାଏ। ଏଥିରେ ଆଣ୍ଟି ଆଲର୍ଜିକ୍‌ ଗୁଣ ଥିବାରୁ ଆଜ୍‌ମା ରୋଗୀଙ୍କ ପାଇଁ ବେଶ୍‌ ଭଲ ମହୌଷଧି ଭାବେ ବିବେଚିତ ହୋଇଥାଏ। ପ୍ରଦୂଷଣ ଯୋଗୁ ସବୁଠୁ ଅଧିକ କଷ୍ଟ ନିଃଶ୍ୱାସ ନେବାରେ ହୋଇଥାଏ। ବିଷାକ୍ତ ପବନ କାରଣରୁ ପିଲାଠୁ ବୁଢ଼ା ସଭିଙ୍କ ରୋଗପ୍ରତିରୋଧକ କ୍ଷମତା ଦୁର୍ବଳ ହେବାରେ ଲାଗିଛି। ଗବେଷଣାରେ ଗୁଡ଼କୁ ଏସମସ୍ତ ସମସ୍ୟାରୁ ରକ୍ଷା ପାଇବାର ସଫଳ ନିଦାନ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି...

ସୁନା ବିନା ମନ ବୁଝେନା

ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍‌ ସମ୍ଭ୍ରାନ୍ତ ମନେକରେ। ହେଲେ...

କ୍ରନିକ୍‌ ରୋଗ ଓ ଛଣାତେଲ

ଆଜିକାଲି ଛଣାଛଣି ଏବଂ ଚଟପଟିଜାତୀୟ ଖାଦ୍ୟର ଚାହିଦା ଅଧିକ। ଅନେକେ ଏପରି ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ତେଲକୁ ଏକାଧିକ ଥର ବ୍ୟବହାର କରିଥାଆନ୍ତି। ଅନେକେ...

ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ବଢ଼େ ଧନ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ‘ଚାଣକ୍ୟ ନୀତି’ରେ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ...

ଆରମ୍ଭ ହେଲା ନବରାତ୍ରି: ଜାଣନ୍ତୁ ଏହି ଦିନଗୁଡ଼ିକରେ କ’ଣ ଖାଇବା ଉଚିତ; କେଉଁଟି ନୁହେଁ

ରବିବାରଠାରୁ ଆରମ୍ଭ ହୋଇଛି ନବରାତ୍ରି। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଭକ୍ତମାନେ ଉପବାସ କରିଥା’ନ୍ତି। ତେବେ ବ୍ରତ ରଖୁଥିବା ସମୟରେ...

ମାନସିକ ଚାପଗ୍ରସ୍ତ ଥିଲେ ଏହିସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ

ଆଜିର ଦୁନିଆରେ ପ୍ରତ୍ୟେକ ଲୋକ କାମ, ସଫଳତା, ପଦ ଓ ଅର୍ଥ ପଛରେ ଦୌଡ଼ୁଛନ୍ତି। ସମ୍ପର୍କରେ ମଧ୍ୟ ଆଗପରି ମଧୁରତା ନାହିଁ। ଲୋକମାନେ ଆତ୍ମକୈନ୍ଦ୍ରିକ ହୋଇଗଲେଣି...

ସକାଳେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ...

ଶୋଇବା ବେଳେ ଏପରି ଭୁଲ କରୁଛନ୍ତି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ...

Advertisement
Archives

Model This Week