ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା ବେଳେ ଏହା ଯେଉଁ ୪୯ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପ୍ରଥମେ ପ୍ରୟୋଗ କରାଯାଇଥିଲା ସେ ଏବେ ସୁସ୍ଥ ହୋଇଥିବା ଜଣାପଡିଛି। ଏହାସହ ତାଙ୍କୁ ଏବେ ହସ୍ପିଟାଲରୁ ଘରକୁ ଯିବାକୁ ମନୁମତି ମଧ୍ୟ ପ୍ରଦାନ କରାଯାଇଛି। ପ୍ଲାଜମା ଥେରାପି ଦ୍ୱାରା ଠିକ୍‌ ହୋଇଥିବା ଦେଶର ଏହି ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା କୁହାଯାଉଛି। ଏହାକୁ ଦେଖିବା ପରେ ଏବେ ମୁମ୍ବାଇ ଓ ଇନ୍ଦୋରରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ଜଣାପଡିଛି। ବୃହାନମୁମ୍ବାଇ ନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ପ୍ଲାଜମା ନେଇ ଏବେ ଅନ୍ୟରୋଗୀଙ୍କର ଚିକିତ୍ସା କରାଯିବ। ଏଥିପାଇଁ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡିଛି। ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସର ଜଣେ ଡାକ୍ତରଙ୍କ ସୂଚନା ଅନୁଯାୟୀ, ସେଠାରେ ସୁସ୍ଥ ହୋଇଥିବା ୨ଜଣ ଡାକ୍ତର କରୋନାରେ ପୀଡିତ ଥିବା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି। ଇନ୍ଦୋର କରୋନାର ହଟସ୍ପଟ ହୋଇଥିବା ବେଳେ ଏବେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବାକୁ ଚେଷ୍ଟା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ...

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ...

ଜିଲାକୁ ଫେରିଥିଲେ ୩୭, ଶେଷ ହେଲା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି

କେନ୍ଦୁଝର,୧୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ...

ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ସୁପ୍ରିମ୍‌କୋର୍ଟଙ୍କ ଯୋଗୀ ସରକାରଙ୍କୁ ଭର୍ସନା…

ନୂଆଦିଲ୍ଲୀ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟ ସରକାରଙ୍କ ଆଇନନଜୀବୀ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ନୂପୁର ଶର୍ମା ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିନ୍ଦା ଦେଇଛନ୍ତି। ଟିଭିରେ ସେ...

୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ...

କୋଟିପତିଙ୍କ ସ୍ତ୍ରୀ ୧୩ ବର୍ଷ ସାନ ଡ୍ରାଇଭରଙ୍କ ସହ ଫେରାର, ପାଖରୁ ଟଙ୍କା ସରିଯିବା ପରେ…

ଭୋପାଳ,୧୦ା୧୧: ମଧ୍ୟପ୍ରଦେଶର ଖଜରାନା ଥାନା ଅନ୍ତର୍ଗତ ଜଣେ ୪୫ ବର୍ଷୀୟା ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ଜଣେ ଡ୍ରାଇଭରଙ୍କ ସହ ଫେରାର ହୋଇଯାଇଥିଲେ।...

Advertisement
Archives

Model This Week