ପ୍ରଥମ ଦିନରେ ୬୩୩ଜଣଙ୍କୁ ଧରାଗଲା ଚାଲାଣ: ଏଣିକି ଅନ୍‌ଲାଇନରେ ଲର୍ନିଂ ଲାଇସେନ୍ସ, ଫିଟ୍‌ନେସ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ଆଗକୁ ଆଉ ଲର୍ନିଂ ଲାଇସେନ୍ସ କାଗଜରେ ଦିଆଯିବ ନାହିଁ। ଏଥର ଏହା ଅନ୍‌ଲାଇନ ମାଧ୍ୟମରେ ମିଳିବ। ଆର୍‌ଟିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଫିଟ୍‌ନେସ ସାର୍ଟିଫିକେଟ ମଧ୍ୟ ଆଉ କାଗଜ ମାଧ୍ୟମରେ ଦିଆ ନ ଯାଇ ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଯେଉଁମାନେ କାଗଜ ଲାଇସେନ୍ସ ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫି’ ପ୍ରଦାନ କଲେ ଦସ୍ତାବିଜ ପାଇପାରିବେ। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡି କାଗଜପତ୍ର ଠିକ୍‌ କରିବା ଲାଗି ଲୋକଙ୍କୁ ୩ ମାସ ସମୟ ପ୍ରଦାନ କରିଥିଲେ। ଏହି ସମୟ ପୂରଣ ହେବାପରେ ଡିସେମ୍ବର ୧ରୁ କଡାକଡି ଟ୍ରାଫିକ ନିୟମ ପାଳନ କରାଯାଇଛି। ଟ୍ରାଫିକ ପକ୍ଷରୁ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଯାଇଛି, ନିୟମ ମାନୁ ନ ଥିବା ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣାଉଛନ୍ତି। ଏହି ପ୍ରକ୍ରିୟା ଭିତରେ ପ୍ରଥମ ଦିନରେ ରାଜ୍ୟରେ ୬୩୩ଜଣ ନିୟମ ଉଲ୍ଲଂଘନ କରି ଜରିମାନା ପ୍ରଦାନ କରିଛନ୍ତି। ମଦ ସେବନ କରି ଡ୍ରାଇଭିଂ କରୁଥିବା ୧୫ଜଣ ପ୍ରଥମ ଦିନରେ ଗିରଫ ହୋଇଛନ୍ତି। ସେହିପରି ବିନା ହେଲ୍‌ମେଟ୍‌ରେ ଗାଡି ଚଳାଉଥିବା ୪୦୦ଜଣ ଜରିମାନା ପୈଠ କରିଛନ୍ତି। ସେହିପରି ମୋବାଇଲ ଫୋନ୍‌ ବ୍ୟବହାର କରି ଗାଡି ଚଳାଉଥିବା ୩୧ଜଣଙ୍କଠାରୁ ଚାଲାଣ କଟାଯାଇଛି। ସ୍ପିଡ୍‌ ଡ୍ରାଇଭିଂ କରୁଥିବା ୧୮୭ଜଣଙ୍କୁ ଚାଲାଣ ଦିଆଯାଇଛି ବୋଲି ଏନ୍‌ଆଇସି(ନ୍ୟାଶନାଲ୍‌ ଇନଫରମେଟିକ ସେଣ୍ଟର) ତଥ୍ୟ ଅନୁଯାୟୀ ଜଣେ ପରିବହନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସରେ ରାଜ୍ୟରେ ୮୩୮୫ ମଦୁଆ ଚାଳକ ଗିରଫ ହୋଇଥିବା ଏକ ସରକାରୀ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ଜିଲାରୁ ହ୍ବାଟ୍‌ସପ ଗ୍ରୁପ୍‌ ମାଧ୍ୟମରେ କମିଶନରେଟ ପୋଲିସ ପାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ଦର୍ଶାଯାଇଛି। ମାତ୍ର ପରିବହନ ବିଭାଗର ଜଣେ ଅଧିକାରୀ ଏହା ଭୁଲ୍‌ ତଥ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri