ପ୍ରଥମ ଦିନରେ ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ବିଚ୍ଛିନ୍ନ ହେଲା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ପୂର୍ବ ଘୋଷଣା ଅନୁଯାୟୀ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି। ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବାରୁ ସେମାନଙ୍କ ବିଦ୍ୟୁତ୍‌ କାଟ କରାଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ସେସୁ ଗଠନ କରିଥିବା ୫୩୩ ସ୍ବତନ୍ତ୍ର ସ୍କ୍ବାଡ୍‌ ୨୪୭ ସେକ୍ସନ ଅଧୀନରେ ଥିବା ୧୩,୪୧୧ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇଥିଲେ। ସେଥିରୁ ୧୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବେଳେ ୫.୩୮ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ସେସୁ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହାଛଡ଼ା ସେସୁ ୩୯୭୧ ଉପଭୋକ୍ତାଙ୍କ ଠାରୁ ବିଲ୍‌ରେ ତ୍ରୁଟିଥିବା ନେଇ ଆପତ୍ତି ପାଇଛି। ୨୦୧୯ ଡିସେମ୍ବର ୧୦ ତାରିଖରେ ସେସୁ କର୍ତ୍ତୃପକ୍ଷ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ ନ କଲେ ୨୦୨୦ ଜାନୁୟାରୀ ୧୬ ତାରିଖରୁ ଲାଇନ କଟାଯିବ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ...

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ ଅଫିସ,୧୫।୧୦: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଙ୍ଗଳବାର ଦୁଇଜଣ ଯୁବକ ଭାସି ଯାଇଛନ୍ତି। ଅପରାହ୍ନରେ ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରେ କେତେଜଣ ଯୁବକ...

ବୃକ୍ଷରୋପଣ ପାଲଟିଛି ପ୍ରହସନ

ଚମ୍ପୁଆ, ୨।୧୦(ଡି.ଏନ.ଏ.)-ଜୀବ ଜଗତ ବଞ୍ଚିରହିବା ତଥା ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାରୀ ଓ ବେସରକାରୀ...

ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ...

ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର,୩୧।୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ବନ୍ୟା ପରିସ୍ଥିତି, ରିଲିଫ...

ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

CORONAVIRUS UPDATE: ଆଉ ୧୪୩ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୧୧ ଲୋକାଲ...

Coronavirus Update


Archives

Model This Week

Why Dharitri