Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ନୂଆ ପ୍ୟାଣ୍ଟ ଶାର୍ଟ କିଣିଥିଲି: ଡ.ଶ୍ୟାମସୁନ୍ଦର ରଥ

ପୁରୀ ଜିଲ୍ଲା ଗୌଡବାଡ ସାହିରେ ମୋ ଜନ୍ମ। ଏସ୍‌ ସିଏସ୍‌ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରି ବାଣୀବିହାରରେ ଏମ୍‌.ଏ ପଢିବାକୁ ଆଡମିସନ୍‌ ନେଇଥିଲି। କିନ୍ତୁ ଯେହେତୁ ମୁଁ କଲେଜ କ୍ୟାରିୟରରେ ଓ୍ବେଟ୍‌ ଲିଫ୍ଟିଂରେ ୩ଥର ଗୋଲ୍ଟ ମେଡାଲ୍‌ ପାଇବା ସହ ୟୁର୍ନିଭସିଟି କ୍ୟାପଟେନ୍‌ ଥିଲି। ତା’ସହିତ ଅଲ୍‌ ଇଣ୍ଡିଆ ଇଣ୍ଟର ୟୁର୍ନିଭସିଟି ଓ୍ବେଟ୍‌ ଲିଫ୍ଟିଂ କମ୍ପିଟିଶନରେ ୫ଥର ଭାଗ ନେଇଥିଲି, ତେଣୁ ସେହି ଲାଇନ୍‌ ରେ କ୍ୟାରିୟର କଲେ ଭଲ ସଫଳତା ମିଳିବ ବୋଲି ମୋର ଜଣେ ସମ୍ପର୍କୀୟ ମାମୁଁ ରଘୁନାଥ ସାହୁ କହିବାରୁ ଏମ୍‌. ଏ ପଢ଼ା ଅଧାରୁ ଛାଡିଦେଲି। ଆଉ ଗ୍ବାଲିୟର୍‌ ଯାଇ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକାଲ୍‌ ଏଜୁକେସନରୁ ଫିଜିକାଲ୍‌ ଏଜୁକେସନରେ ଏମ୍‌.ଏ କଲି। ତା’ପରେ ପଟିଆଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସରୁ ଓ୍ବେଟ୍‌ ଲିଫ୍ଟିଂରେ ଡିପ୍ଲୋମା କୋର୍ସ ସାରିଲି। ଏହି କୋର୍ସ ସମାପ୍ତ ପରେ ମୋର ଉଚ୍ଚ ଅଭିଳାଷା ଥିଲା ସ୍ପୋଟର୍‌ସ ଅଥୋରିଟି ଅଫ୍‌ ଇଣ୍ଡିଆରେ କୋଚ୍‌ ଭାବେ ଜଏନ୍‌ କରିବାକୁ। କିନ୍ତୁ ସେହି ସୂଯୋଗ ମୋତେ ମିଳିଲା ନାହିଁ। ତେଣୁ ଆଶା ମୋର ମଉଳି ଗଲା। ସେହି ଅଭିମାନରେ ମୁଁ ଆଉ ଷ୍ଟେଟ୍‌ ଗଭର୍ନମେଣ୍ଟରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଲି ନାହିଁ। ତା’ ବଦଳରେ ବିଭିନ୍ନ ବେସରକାରୀ ସଂସ୍ଥାରେ କାମ କରିବାକୁ ଲାଗିଲି। ପ୍ରଥମେ ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ଶିକ୍ଷକ ମହାସଂଘ ଇନଷ୍ଟିଚ୍ୟୁଟ ଅଫ୍‌ ଏଜୁକେସନରେ ଫିଜିକାଲ୍‌ ଏଜୁକେସନର ଆଧ୍ୟାପକ ଭାବେ ଜଏନ୍‌ କଲି। ସେଠି ମୋତେ ୭୮୭ ଟଙ୍କା ୫୦ ପଇସା ଦରମା ମିଳିଲା, ଯାହାକି ଥିଲା ମୋର ପ୍ରଥମ ରୋଜଗାର। ଘରର ଚଳଣି ଭଲ ଥିବାରୁ ମୋ ଦରମା ଟଙ୍କା ଘରେ କିଛି ଆବଶ୍ୟକ ହେଲା ନାହିଁ। ତେଣୁ ସେହି ଟଙ୍କାରେ ନିଜ ପାଇଁ କିଛି ହଳ ନୂଆ ପ୍ୟାଣ୍ଟସାର୍ଟ ଓ ଜୋତା କିଣିବା ସହ ଘର ପାଇଁ ମିଠା କିଣିଥିଲି। ଆଉ ବାକି ଟଙ୍କାରେ ସାଙ୍ଗମାନଙ୍କ ସହ ଭୋଜି କରିଥିଲି। ଏହି ଇନଷ୍ଟିଚ୍ୟୁଟରେ କିଛିଦିନ ଅଧ୍ୟାପକ ଓ ପରେ ପ୍ରିନ୍ସିପାଲ୍‌ ଦାୟିତ୍ୱ ସମ୍ଭାଳିବା ପରେ ଓଡିଶା ସମରକଳା ଏକାଡେମୀରେ ବି ଅଳ୍ପଦିନ ପ୍ରିନ୍ସିପାଲ୍‌ ଦାୟିତ୍ୱରେ ରହିଥିଲି। ଆଉ ତା’ରି ଭିତରେ ହିଁ ଓଡ଼ିଆ ସମରକଳା ଉପରେ ପିଏଚଡି କାମ ଆରମ୍ଭ କରି ଦେଇଥିଲି। ତା’ସହିତ ଫିଜିକାଲ୍‌ ଏଜୁକେସନରେ ନେଟ୍‌ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି। ଏହାପରେ କିଛିଦିନ ଓଡିଶାରେ ଯେତେକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଥିଲା, ତା’ର ପ୍ରାନ୍ତ ଶାରୀରିକ ଶିକ୍ଷା ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ ଲୁଧିଆନା ଯାଇ ସେଠାକାର ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ଥିବା ହେଲ୍‌ଥ କ୍ଲବର ମ୍ୟାନେଜର ଦାୟିତ୍ୱରେ ରହିଲି। କିଛିଦିନ ପରେ ପୁଣି ଓଡିଶା ଫେରିଆସି ଭୂବନେଶ୍ୱରର ଏକ ଇଂଜିନିୟରିଂ କଲେଜରେ ୧୦ ବର୍ଷ ସ୍ପୋଟର୍‌ସ ଅଫିସର ଓ ପରେ ପ୍ରମୋସନ ପାଇ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିଥିଲି। ତା’ପରେ ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍‌ ଏଜୁକେସନରେ ୭/୮ ମାସ ଆସୋସିଏଟ୍‌ ପ୍ରଫେସର ରହି ଗୋଆ ଗଲି ଆଉ ସେଠାକାର ଏକ କଲେଜର ଫିଜିକାଲ୍‌ ଏଜୁକେସନ ଡିପାର୍ଟମେଣ୍ଟରେ ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ନ୍ୟାସନାଲ ସ୍ପୋଟର୍‌ସ ୟୁର୍ନିଭସିଟି ଇମ୍ଫାଲରେ ସ୍ପୋଟର୍‌ସ କୋଚିଂ ଡିପାର୍ଟମେଣ୍ଟର ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱ ସମ୍ଭାଳୁ ଅଛି। ଏଥିସହିତ ଫିଜିକାଲ୍‌ ଏଜୁକେସନ ଉପରେ ଦେଶବିଦେଶରେ ଅନେକ ସେମିନାର୍‌ ପ୍ରେଜେଣ୍ଟେଶନ କରି ବହୁ ସମ୍ମାନିତ ଓ ପ୍ରଶଂସିତ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

କରୋନା ଦେଇଛି ଦୁଃଖ: ପୁଅଙ୍କ ଏହି ଗୋଟିଏ ଭୁଲ ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାପା

ସାରା ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼ୁଛି। ବିଶେଷଜ୍ଞମାନେ ରୋଗର ଔଷଧ ବାହାର କରିବାକୁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ଏଯାଏ ତାହା...

ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ଜାଣନ୍ତୁ

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ରାଜମହେନ୍ଦ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ପ୍ରାଚୀନ ସହର ହେଉଛି ରାଜମହେନ୍ଦ୍ରୀ; ଯାହାର ପ୍ରାଚୀନ ନାମ ହେଲା ରାଜା ମହେନ୍ଦ୍ର ବରମ୍‌ ବା ରାଜମହେନ୍ଦ୍ରବରମ୍‌।...

ବିମାନ ବନ୍ଦରରେ ପ୍ରତିଦିନ ହୁଏ ଫାୟାରିଂ

ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ...

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା...

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। ଏହା ଭାରତର ଏକମାତ୍ର...

ପ୍ରଥମଥର ମୋବାଇଲ କିଣି ବାଜା ବାଣ ଫୁଟାଇ ଘରକୁ ଆଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ମଧ୍ୟପ୍ରଦେଶର ଶିବପୁରୀ ସହରର ଜଣେ ଚା’ ବିକାଳି ତାଙ୍କ ଝିଅର ଇଚ୍ଛା ପୂରଣ ପାଇଁ ଭିନ୍ନ ଢଙ୍ଗରେ ଘରକୁ ଆସିଛନ୍ତି। ଏହି ଦିନଟିକୁ ସ୍ମରଣୀୟ କରିବା...

Advertisement
Archives

Model This Week