ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା

ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ ଧର୍ମସ୍ଥଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ଚଳିତ ବର୍ଷ ଆସାମର ଶକ୍ତିପୀଠ କାମାକ୍ଷା ମନ୍ଦିରରେ ଆମ୍ବୁବାଚି ମେଳା ଅନୁଷ୍ଠିତ ହେବ ନାହିଁ। ୨୨ରୁ ୨୬ ଜୁନ ମଧ୍ୟରେ ହେଉଥିବା ଏହି ମେଳାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ୨୨ରୁ ୨୫ ଜୁନ୍‌ ମନ୍ଦିରକୁ ବନ୍ଦ ରଖାଯାଇଥିାଏ। ଏହାପରେ ୨୬ ଜୁନରେ ଶୁଦ୍ଧିକରଣ ପରେ ମନ୍ଦିର ଖୋଲା ଯାଇଥାଏ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଳାକୁ ବନ୍ଦ କରିଦିଆଯିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ୫୦୦ ବର୍ଷରେ ମଧ୍ୟରେ ଚଳିତ ଥର ଏହି ମେଳାକୁ ବନ୍ଦ କରାଯାଇଥିବା ମନ୍ଦିରର ମୁଖ୍ୟ ପୂଜକ ମୋହିତ ଶର୍ମା ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ ସମସ୍ତ ପୂଜା ସମ୍ପନ୍ନ ହେବ। ତେବେ ବାହାରର କୌଣସି ଲୋକଙ୍କୁ ଏଠାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଥିବା ଧର୍ମଶାଳା, ହୋଟେଲରେ ବୁକିଂ ନ କରିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ନିର୍ମାଣ ୧୫ ଶତାବ୍ଦୀରେ ହୋଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।...

ଗୁରୁବାର ଘର ବାହୁଡ଼ିବେ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟ…

ନୂଆଦିଲ୍ଲୀ,୩।୩ : ଅପରେଶନ ଗଙ୍ଗା ଅନ୍ତର୍ଗତ ଗୁରୁବାର ୟୁକ୍ରେନରୁ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟଙ୍କୁ ଫେରାଇ ଅଣାଯିବ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି...

ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍‌ ଜୋନ୍‌ରେ: ବୁଝାଇଲେ ଜ଼ିଲାପାଳ

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି।...

ପିଲାଙ୍କ ଖେଳ ହେଲା କାଳ: ‘ଲକ୍ଷ୍ମଣ ରେଖା’ ନେଲା ୩ ଜୀବନ

ନାଗୌର, ୨୫।୮: ରାଜସ୍ଥାନର ନାଗୌର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କର ଅସାବଧାନତା କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ...

ମଲ୍ଲିକାର୍ଜୁନଙ୍କ ପରେ କିଏ ରାଜ୍ୟ ସଭା ବିରୋଧୀ ଦଳ ନେତା? ଦୌଡ଼ରେ ଚିଦାମ୍ବରମ-ଦିଗବିଜୟ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଶନିବାର ରାଜ୍ୟ ସଭାର ବିରୋଧୀ ଦଳର...

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ...

ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ ୧୦ କୋଟି ଶିଶୁ

ଜେନେଭା, ୨୬।୪: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳିସ୍ଥିତିରେ ଲୋକମାନେ ସୁସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟ...

ମୁମ୍ବାଇରେ ପୁଣି ବଢିଲା କରୋନା ସଂକ୍ରମଣ

ମୁମ୍ବାଇ,୧।୬: ମୁମ୍ବାଇରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ ୧...

Advertisement
Archives

Model This Week