Posted inଜାତୀୟ

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୁଧବାର ଇସ୍ରୋ ଚେୟାରମ୍ୟାନ ଡା. କେ. ସିଭନ କହିଛନ୍ତି। ଜୁଲାଇ ୧୫ ରାତ୍ରି ୨ଟା ୫୧ ମିନିଟରେ ଲଞ୍ଚ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଡ୍ୟୁଲ୍ସଗୁଡିକର ପ୍ରଥମ ଚିତ୍ର ବୁଧବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଜିଏସଏଲଭି ମ୍ୟାକ-୩ ଜରିଆରେ ପଠାଯିବ। ଏହି ମିଶନର ତିନୋଟି ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ଅର୍ବିଟର୍‌, ଲ୍ୟାଣ୍ଡର୍‌-ବିକ୍ରମ ଓ ରୋବର୍‌-ପ୍ରଜ୍ଞାନ। ସେଗୁଡିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲଗୁଡିକ ଇସ୍ରୋ ଉପଗ୍ରହ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇସାରିଛି। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର...

ଶୁଖୁନି ସିଏଏ କ୍ଷତ

ନୂଆଦିଲ୍ଲୀ,୨ା୩: ଠିକ୍‌ ସପ୍ତାହେ ତଳେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିଲା ହିଂସା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷବାଦୀ ଓ...

ଗାଈ ଚୋରି ସନ୍ଦେହ: ଯୁବକଙ୍କୁ ପିଟି ମାରିଦେଲେ

ପାଟନା,୩୦ା୧୦(ଆଇଏଏନ୍‌ଏସ୍‌): ବିହାର ରାଜଧାନୀ ପାଟନା ନିକଟସ୍ଥ ମୋକମାରେ ଗାଈ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୋଲିସ ସୂଚନାନୁସାରେ ସୋମବାର ରାତିରେ ବରହମ୍‌ପୁର...

ହିନ୍ଦୀକୁ ତାମିଲନାଡୁ ଭାଜପାର ବିରୋଧ

ଚେନ୍ନାଇ,୧୪।୪ : ହିନ୍ଦୀ ଭାଷାକୁ ବଳପୂର୍ବକ ଲଦିଦେବା ଉଦ୍ୟମକୁ ତାମିଲନାଡୁ ଭାଜପା ବିରୋଧ କରେ ବୋଲି ଏହାର ସଭାପତି କେ. ଆନ୍ନାମଲାଇ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଏମକ୍ୟୁ-୯ବି ଡ୍ରୋନ ସାହାଯ୍ୟରେ ଚାଇନା-ହିନ୍ଦ ମହାସାଗର ଉପରେ ନଜର ରଖିବ ଭାରତ

ନୂଆଦିଲ୍ଲୀ,୨୨ ।୮: ଚାଇନାକୁ ଲାଗି ରହିଥିବା ଏଲଏସି ସହ ହିନ୍ଦ ମହାସାଗର ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବାକୁ ୩ ଅରବ ଡଲାରରୁ ଅଧିକ ପରିମାଣରେ ୩୦...

କୁନାଲଙ୍କ ଯାତ୍ରା ଉପରେ ୪ ଏୟାର ଲାଇନ୍ସର କଟକଣା

ଚଣ୍ଡିଗଡ଼,୩୦ା୧: ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କ ବିମାନଯାତ୍ରା ଉପରେ ଇଣ୍ଡିଗୋ ପକ୍ଷରୁ ୬ ମାସ ପାଇଁ ଲଗାଯାଇଥିବା କଟକଣାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)...

ଖସୁଛି କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...

ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ...

Advertisement
Archives

Model This Week