Posted inଜାତୀୟ

ପ୍ରତିରାଜ୍ୟରେ ପ୍ରତିଷ୍ଠା ହେବ ଏମ୍ସ୍‌: ବୃଦ୍ଧି ହେବ ୧୦,୦୦୦ ପିଜି ମେଡ଼ିକାଲ ସିଟ୍‌

ଋଷିକେଶ, ୧୪।୩: ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦେଶର ପ୍ରତିରାଜ୍ୟରେ ଏମ୍ସ୍‌ ପ୍ରତିଷ୍ଠା ହେବ। ସେହିପରି ଆଗାମୀ ଦିନରେ ପିଜି ମେଡ଼ିକାଲ ସିଟ୍‌ରେ ଅଧିକ ୧୦,୦୦୦ ବୃଦ୍ଧି କରାଯିବ। ଏହାଦ୍ୱାରା ସ୍ବାସ୍ଥ୍ୟ ସେବା ୨୦୩୦ ସୁଦ୍ଧା ବିକଶିତ ହୋଇ ପାରିବ। ଏସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଭାଜପା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲକ୍ଷ୍ୟ ପୂରଣ କରିପାରିବେ ବୋଲି ସେ କହିଛନ୍ତି। ଋଷିକେଶରେ ଏମ୍ସ୍‌ର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶାହା ଏଭଳି ମତ ପୋଷଣ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ୨୯,୦୦୦ ଏମ୍‌ବିବିଏସ୍‌ ଏବଂ ୧୭,୦୦୦ ପିଜି ସିଟ୍‌ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଏହି ସମାରୋହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୧୧ା୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ଭାରତୀୟ-ଆମେରିକୀୟ ଏ.ସି. ଚରଣିଆଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ମହାକାଶ...

ବିହାର କ୍ରିକେଟ ମୁଖ୍ୟଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ନୂଆଦିଲ୍ଲୀ,୯।୩: ଏକ ବିଜ୍ଞାପନ ଫାର୍ମ ଡିରେକ୍ଟର ବିହାର କ୍ରିକେଟ ଆସୋସିଏଶନ ମୁଖ୍ୟଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପାରଲିଆମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ମହିଳାଙ୍କ ଅଭିଯୋଗ...

ଇମ୍ରାନ୍‌ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋକ ମୁହଁରେ ଲୁଣ ଦେବା...

ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି

ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି।...

ଶେଷ ହେଲା ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ତାଙ୍କ ସ୍ଥାନରେ କେନିୟା...

କଶ୍ମୀରକୁ ଫେରାଅ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୩:ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ଦାବିକୁ ଜାତୀୟ ସ୍ତରର ବିରୋଧୀ ନେତାମାନେ ଗୁରୁବାର ସମର୍ଥନ କରିଛନ୍ତି। ଏଥିସହ ଏହି ପ୍ରାକ୍ତନ ରାଜ୍ୟରେ ଅବିଳମ୍ବେ ବିଧାନସଭା ନିର୍ବାଚନ...

ସକ୍ରିୟ ମାମଲା ୪୧ ହଜାରରୁ କମ…

ନୂଆଦିଲ୍ଲୀ, ୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ପୁଣି ଭାଜପା ସରକାରଙ୍କୁ ଟାର୍ଗେଟ୍‌ କଲେ ପାଓ୍ବାର

ନୂଆଦିଲ୍ଲୀ,୧୩।୧୦: ଏନସିପି ନେତା ଶରଦ ପାୱାର ପୁଣି ଥରେ ଲଖିମ୍‌ପୁର ହିଂସା ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି,...

Advertisement
Archives

Model This Week