ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମାରାଥନ ଦୌଡରେ ଭାଗ ନେଇ ପୁରସ୍କୃତ ହୋଇ ଅନେକ ମାନପତ୍ର ଓ ପୁରସ୍କାର ଲାଭ କରି କପ୍ତିପଦା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତାଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଏବେ ଉନ୍ନତ କୋଚିଂ ନେବା ଭଳି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ସରକାରୀ ସ୍ତରରେ କୌଣସି ପ୍ରୋସତ୍ାହନ ମିଳୁ ନ ଥିବାରୁ ସେ ରାଜ୍ୟ ଏବଂ ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରୁ ନ ଥିବା କହିଛନ୍ତି।
ସତ୍ୟଜିତ୍‌ଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଜାମବଣୀ ପଞ୍ଚାୟତ ଧୂମକ୍ଷେତ ଗ୍ରାମରେ । ପିତା ଗଜେନ୍ଦ୍ର ମହାନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ପରିବାରରେ ସବା ସାନପୁଅ ସତ୍ୟଜିତଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ତାଙ୍କୁ ଯଥାସାଧ୍ୟ ଉତ୍ସାହିତ କରିଥିଲେ। ହେଲେ ଆର୍ଥିକ ଅନଟନ ସ୍ଥିତି ତାଙ୍କୁ ପରେ ପଛକୁ ଟାଣି ଧରିଛି। ଜଣେ ମାରାଥନ ଦୌଡାଳି ଭାବେ ପରିଚିତି ହାସଲ କରିବା ସତ୍ତ୍ୱେ ସତ୍ୟଜିତ ଏହି ପେସାରୁ କ୍ରମେ ଅବ୍ୟାହତି ନେବାକୁ ବସିଛନ୍ତି ା
ସେ କହନ୍ତି, ତାଙ୍କ ଗରିବ ପରିବାରର ଏବେ ଅନ୍ନ ଚିନ୍ତାରେ ଘାରି ହେଉଛନ୍ତି। ଏପରି ସ୍ଥଳେ କ୍ରୀଡ଼ାଭ୍ୟାସ ଲାଗି ପରିବାରଠାରୁ କୌଣସି ସହାୟତା ଆଶା ନ ରଖି ନିଜେ ଅସହାୟ ହୋଇପଡିଛନ୍ତି। ବିଭିନ୍ନ ରାଜ୍ୟରେ ହେବାକୁ ଥିବା ମାରାଥନ ଦୌଡ ପ୍ରତିଯୋଗିତାରେ ଭାଗ ନେବା ସକାଶେ ତାଙ୍କର ଇଚ୍ଛା ଶକ୍ତି ଥିଲେ ବି ଏଥିରେ ଅର୍ଥ ବାଧକ ସାଜିଛି। ଏପରି କି ମାରାଥନ ଡ୍ରେସ କିଣିବା ପାଇଁ ସେ ସକ୍ଷମ ହେଉ ନ ଥିବା କହିଛନ୍ତି ା
କୁଣ୍ଡାବାଇ ରୁହିଦାସ ସୋରେନ କଲେଜରେ ସତ୍ୟଜିତ ପାଠ ପଢି ଗତ ୪ବର୍ଷ ତଳେ କଳାଛାତ୍ର ଭାବେ ଅଧ୍ୟୟନ ଶେଷ କରିଛନ୍ତି। ପିଲାଦିନରୁ ଦୌଡିବା ଥିଲା ତାଙ୍କର ପୁରୁଣା ଅଭ୍ୟାସ ା ସେଥିପାଇଁ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଦୌଡ ପ୍ରତିଯୋଗିତାରେ ସେ ଭାଗ ନେଉଥିଲେ। ବିଭିନ୍ନ ପ୍ରତିଯୋଗିତାରେ ମିଳିଥିବା ସଫଳତା ଓ ପୁରସ୍କାର ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥିଲା। ରୁହିଦାସ ସୋରେନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଗିରି ତାଙ୍କ ପ୍ରତିଭାକୁ ଚିହ୍ନି ସହଯୋଗ ଓ ଉସତ୍ାହ ଯୋଗାଇଥିଲେ। ଏଥିଲାଗି ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାରିଥିଲେ। ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୦ହଜାର ମିଟର ଦୌଡ, ପାରାଦୀପ ପୋର୍ଟ ସ୍ପୋର୍ଟସ୍‌ କାଉନସିଲ ଆନୁକୂଲ୍ୟରେ ୧୨କି.ମି. ଦୌଡ, ଏମିଟି କୋଲକାତା ହାଫ୍‌ ମାରାଥନ ଦୌଡରେ ୨୧କି.ମି., ସବେଦା ବାଗାନ କ୍ଲବ ବେହଲା, କୋଲକତା ଆନୁକୂଲ୍ୟରେ ୧୨କି.ମି. ଏବଂ ନିଜ ମହାବିଦ୍ୟାଳୟ ପକ୍ଷରୁ କପ୍ତିପଦାଠାରୁ ବାଲିଯୋଡା ପଯର୍‌ୟନ୍ତ ଦୀର୍ଘ ୪୪କି.ମି. ଦୌଡରେ ଅଂଶଗ୍ରହଣ କରି ବିଭିନ୍ନ ପୁରସ୍କାର ଓ ମାନପତ୍ର ପାଇପାରିଛନ୍ତି। ୨୦୧୩ ଡିସେମ୍ବର ୫ ତାରିଖରେ ସେ କପ୍ତିପଦା ବ୍ଲକ ଅଧୀନ ବୃନ୍ଦାଗଡି ଛକଠାରୁ କୁଣ୍ଡାବାଇ କଲେଜ ଦୀର୍ଘ ୧୩ କିମି ରାସ୍ତାକୁ ୫୮ ମିନିଟରେ ଅତିକ୍ରମ କରିଥିଲେ। ଏସବୁ ସତ୍ତ୍ୱେ ସରକାରୀ ପ୍ରୋସତ୍ାହନ ନ ମିଳିବା ଏବଂ କୋଚିଂ ସୁବିଧାର ଅଭାବ ତାଙ୍କ ପ୍ରତିଭା ବିକାଶରେ ବାଧକ ସାଜିଛି ା ଉପଯୁକ୍ତ ତାଲିମ ଓ ଚିକିସତ୍ା ସୁବିଧା ପାଇପାରୁ ନ ଥିବାରୁ ସେ ଅନ୍ୟ ପ୍ରତିଯୋଗିତାରେ ଭାଗ ନେଇ ପାରୁନାହାନ୍ତି। ଏଭଳି ଜଣେ ଯୁବ ପ୍ରତିଭା ବଣ ମଲ୍ଲୀ ଭଳି ବଣରେ ଫୁଟି ମଉଳି ଯିବାପୂର୍ବରୁ ପ୍ରଶାସନ ଓ କ୍ରୀଡା ବିଭାଗ ଦୃଷ୍ଟି ଦେଲେ ମୟୂରଭଞ୍ଜ ଭଳି ଆଦିବାସୀ ଇଲାକାରେ ଜଣେ ପ୍ରତିଭାବାନ ମାରାଥନ ଦୌଡାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇ ପାରନ୍ତେ ବୋଲି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ...

ଦିବ୍ୟାଙ୍ଗ ହୋଇ ବି ସକ୍ଷମ

ବାରିପଦା ଅଫିସ,୩ା୧୨- ଜନ୍ମରୁ ଦୁନିଆର ଆଲୋକ ଦେଖି ପାରି ନ ଥିବା କୁନି ଝିଅ ମନରେ ଅସୁମାରୀ ସ୍ବପ୍ନ। ବଡ଼ ହେଲେ ଅନ୍ୟର ସାହାରା ନ...

ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍‌ ସଭାପତି ଶଶାଙ୍କ ଶେଖର...

ଦୁଆରଶୁଣି ଘାଟିରେ ବସ୍‌-ଟ୍ରକ ମୁହାଁମୁହିଁ: ଜଣେ ମୃତ, ୩ ଗୁରୁତର

ବାରିପଦା ଅଫିସ,୩୦।୪: ମୟୂରଭଞ୍ଜ ଜିଲା ବାଙ୍ଗିରୀପୋଷୀ ଥାନା ଅଧୀନ ଦୁଆରଶୁଣି ଘାଟିରେ ଶନିବାର ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିେରେ ଜଣେ ବସ୍‌ ଯାତ୍ରୀଙ୍କ ମୃତ୍ୟୁ...

ବଜ୍ରପାତ ନେଲା ୪ଜୀବନ: ଶବ ସଂସ୍କାର କରିବାକୁ ଯାଇଥିବା ୩ ମହିଳା ମୃତ

ପ୍ରକୃତି କୋପର ଶିକାର କିଏ କେତେବେଳେ ଯେ ହେବ ତାହା କେହି କଳନା କରି ପାରିବେ ନାହିଁ। କେହି କିଛି ଭାବିବା ପୂର୍ବରୁ ଅକାଳରେ ଚାଲିଯାଏ...

‘ବୁଲ୍‌ବୁଲ୍‌’ ଛାଡ଼ିଗଲା ଦୁଃଖ: ପାଣିରେ ବୁଡ଼ିରହିଛି ପାଚିଲା ଧାନକ୍ଷେତ

ଉଦଳା,୧୧ା୧୧(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଚାଲିଯାଇଛି, ହେଲେ ଛାଡ଼ି ଯାଇଛି ଅସରନ୍ତି ଦୁଃଖ ା ବିଶେଷକରି ଚାଷୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି ଏହି ସର୍ବଗ୍ରାସୀ ବାତ୍ୟା।...

ଟ୍ରାକ୍ଟର ଓଲଟି ୪ ମୃତ,୨୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୮।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଠାରେ ଏକ ଟ୍ରାକ୍ଟର ଓଲଟି ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।...

ପୁଣି ଶିମିଳିପାଳରୁ ହାତୀ ମୃତଦେହ ଠାବ: ଶୁଣ୍ଢ କାଟି ଦାନ୍ତ ନେଇଗଲେ

ବାରିପଦା ଅଫିସ,୯।୨: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡକ ପିଛା ଛାଡୁନି। ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଠାବ କରିଛି। ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ...

Advertisement
Archives

Model This Week