Posted inଭଦ୍ରକ

ପ୍ରକୃତି ବନ୍ଧୁ ବିଦ୍ୟାଳୟ

ଭଦ୍ରକ ସହର ଉପକଣ୍ଠ ତ୍ରିଶଳପୁରଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ପାଲଟିଛି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ। ସ୍କୁଲ ହତା ମଧ୍ୟରେ ସୁନ୍ଦର ଘାସଗାଲିଚା ସହ ଫୁଲ ବଗିଚା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାର ଫୁଲଗଛ ବଗିଚାରେ ସ୍ଥାନ ପାଇଛି। ଦୂରରୁ ଦେଖିଲେ ଏହା ଏକ ଆଧୁନିକ ପାର୍କର ଭ୍ରମ ସୃଷ୍ଟି କରିଥାଏ। ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ବିଦ୍ୟାଳୟରେ ଶିକ୍ଷା ବାତାବରଣ ଓ ପରିବେଶ ନିଆରା ବୋଲି ବାରି ହୋଇପଡ଼େ। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୨ ଶହ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୧୧ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ୨୦୧୫ରେ ଏହି ବିଦ୍ୟାଳୟକୁ ମିଳିଥିଲା ପ୍ରକୃତି ବନ୍ଧୁ ରାଜ୍ୟସ୍ତରୀୟ ପୁରସ୍କାର। ୨୦୧୬ରେ ରାଜ୍ୟସ୍ତରୀୟ ବେଷ୍ଟ ସିସିଏଚ୍‌(କୁକ୍‌ କମ୍‌ ହେଲ୍‌ପର) ଓ ୨୦୧୭ରେ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇ ଅଞ୍ଚଳର ଗୌରବ ବଢ଼ାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ଖୁଣ୍ଟିଆ ୨୦୧୭ରେ ପ୍ରକୃତି ବନ୍ଧୁ, ସ୍ବଚ୍ଛ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ରାଷ୍ଟ୍ର ନିର୍ମାଣ, ସବୁଜଶ୍ରୀ, ଉତ୍କଳକେଶରୀ, ଜିଲା ଆଦର୍ଶ ଶିକ୍ଷୟିତ୍ରୀ ଷ୍ଟେଟ୍‌ ଆୱାର୍ଡ ଆଦି ଲାଭ କରିଛନ୍ତି। ବିଭିନ୍ନ ସମୟରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ, କମିଶନର, ଏଜୁକେଶନ ଡାଇରେକ୍ଟର, ଓପେପା ଡେପୁଟି ଡାଇରେକ୍ଟର, ଦିଲ୍ଲୀ ସେଣ୍ଟ୍ରାଲ ଏମ୍‌ଡିଏମ୍‌ ଟିମ୍‌ର ଡାଇରେକ୍ଟର ପ୍ରମୁଖ ବହୁ ବିଭାଗୀୟ ଅଧିକାରୀ ଏହି ବିଦ୍ୟାଳୟ ପରିଦର୍ଶନ କରି ଏହାକୁ ପ୍ରଶଂସା କରି ଯାଇଛନ୍ତି।
ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା କହନ୍ତି, ୧୯୯୪ ମସିହାରୁ ଦୀର୍ଘ ୨୬ ବର୍ଷ ଧରି ସେ ଶିକ୍ଷକତା କରିଆସୁଛନ୍ତି। ଆଗରୁ ବିଦ୍ୟାଳୟ ଏକ ଝାଟିମାଟିର ଚାଳଘରେ ଚାଲୁଥିଲା। କବାଟ ଝରକା ନ ଥିଲା। ଗୋଟିଏ ଶ୍ରେଣୀଗୃହରେ ୫ଟି କ୍ଲାସ୍‌ର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଥିଲା। କ୍ରମେ ବିଦ୍ୟାଳୟର ରୂପ ଓ ଏହାର ପରିବେଶ ବଦଳିବାରୁ ସମ୍ପ୍ରତି ଏହା ଜିଲା ଶିକ୍ଷା ବିଭାଗର ପ୍ରଥମ ପସନ୍ଦ ତାଲିକାରେ ରହିଛି। ସ୍ଥାନୀୟ ଗ୍ରାମବାସୀ କୁହନ୍ତି, ବିଦ୍ୟାଳୟର ଅବସ୍ଥା ଭଲ ନ ଥିବାବେଳେ ଅସୁରା ଗ୍ରାମର ସାମାଜିକ କର୍ମୀ ମଦନ ମୋହନ ପରିଡ଼ା ଓ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହାର ପାଚେରି ନିର୍ମାଣ କରାଯାଇ କେତେକ ଗଛ ଲଗାଯାଇଥିଲା। ପ୍ରାୟ ଏକ ଏକର ହତା ପରିସରରେ ଏବେ ବିଭିନ୍ନ କିସମର ଫୁଲ ଓ ଫଳ ବଗିଚା ସୃଷ୍ଟି କରାଯାଇଛି। ଏଥିସହ ମଧ୍ୟାହ୍ନଭୋଜନ ପାଇଁ ପରିବା ଚାଷ କରାଯାଉଛି। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ବଗିଚାର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଉପତ୍ାଦିତ ପରିବା ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପାଇଁ ବ୍ୟବହାର କରାଯାଉଛି। ସରକାରୀ ମଧ୍ୟାହ୍ନଭୋଜନ ତାଲିକାକୁ ବାଦ୍‌ ଦେଇ ଏହି ସ୍କୁଲରେ ପିଲାଙ୍କୁ ସାଲାଡ୍‌ ସାଙ୍ଗକୁ ଭଜା, ଶାଗ ଓ ଅନ୍ୟାନ୍ୟ କିସମର ଖାଦ୍ୟ ଖାଇବାକୁ ମିଳୁଛି। ବେଳେବେଳେ ଛାତ୍ରୀଛାତ୍ର ଫୁଲ ଓ ପରିବା ଗଛରେ ପାଣି ଦେବା ସହ ଏହାର ଯତ୍ନ ନେଇଥାନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବଗିଚା ଓ ପରିବା ବାଡ଼ିର ଯତ୍ନ ନେବା ଲାଗି ସ୍କୁଲ ସମୟ ବ୍ୟତୀତ ୨ ଘଣ୍ଟା ସମୟ ଦିଅନ୍ତି। ଗ୍ରୀଷ୍ମଛୁଟି ବେଳେ ସେ ନିଜ ହାତରୁ ପାରିଶ୍ରମିକ ଦେଇ ଗଁାର ଜଣେ ବ୍ୟକ୍ତିଙ୍କୁ ଜଗାରଖା ପାଇଁ ନିୟୋଜିତ କରିଥାନ୍ତି। ପ୍ରତିବର୍ଷ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ ହେବା ସହ ପତ୍ରିକା ଉନ୍ମୋଚିତ ହୋଇଥାଏ। ରକ୍ତଦାନ ଶିବିର ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri