ପ୍ରକୃତିର ବରଦାନ: ମା’ର ଖାଦ୍ୟ

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲର୍‌ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ୧୯୯୨ ମସିହାରୁ ଅଗଷ୍ଟ ପ୍ରଥମ ସପ୍ତାହକୁ ପ୍ରଥମ ଥର ପାଇଁ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥିଲା। ଜାତିସଂଘର ୟୁନିସେଫ୍‌ , ବିଶ୍ୱ ସ୍ବାସ୍ଥ୍ୟ ସଂଘଟନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହାକୁ ଅଗ୍ରାଧିକାର ଦିଆଯାଇଥିଲା। ସେବେଠୁ ପ୍ରତିବର୍ଷ ଏହି ସପ୍ତାହ ପାଳନ କରାଯାଉଛି ଏବଂ ସ୍ଲୋଗାନ ଘୋଷଣା କରାଯାଉଛି। ଆଉ ମାତ୍ର ଦିନକ ପରେ ଆରମ୍ଭ ହେବାକୁ ଯାଉଛି ସ୍ତନ୍ୟପାନ ସପ୍ତାହ। ଆଉ ଚଳିତ ବର୍ଷ ଏହାର ସ୍ଲୋଗାନ ହେଉଛି- ‘ଏମ୍‌ପାଓ୍ବାର ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ ଏନେବଲ୍‌ ବ୍ରେଷ୍ଟ ଫିଡିଙ୍ଗ୍‌’ ।

ମା’ କ୍ଷୀର ହେଉଛି ପ୍ରକୃତିର ଏକ ବିସ୍ମୟକର ବ୍ୟବସ୍ଥା। ଶିଶୁଟିଏ ଜନ୍ମ ହେବା ମାତ୍ରେ ତା’ର ଅଭିବୃଦ୍ଧି ନିମନ୍ତେ ମା’ ସ୍ତନରୁ ଝରିଆସେ କ୍ଷୀର। ମା’ କ୍ଷୀରରେ ବିଶେଷ କରି ପ୍ରଥମ କଷ କ୍ଷୀର ବା କୋଲେଷ୍ଟ୍ରମରେ ଭରି ରହିଥାଏ ଶିଶୁ ପାଇଁ ସମସ୍ତ ପୋଷକ ତତ୍ତ୍ୱ ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି। ତେଣୁ ଜନ୍ମର ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଆବଶ୍ୟକ। ମା’ କ୍ଷୀରରେ ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଭରିରହିଛି। ତେଣୁ ପିଲା କ୍ଷୀର ଖାଇବା ଦ୍ୱାରା ଏସବୁ ମା’ ଶରୀରରୁ ହ୍ରାସ ପାଉଛି। ଯାହାକୁ ଭରଣା କରିବା ଆବଶ୍ୟକ। ନଚେତ ମା’କୁ ଏସବୁ ଅଭାବଜନିତ ରୋଗ ହେବ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ଏପରି ନ ହେବା ଲାଗି ମା’ ମଧ୍ୟ ଠିକ୍‌ ଭାବେ ଖାଇବା ଆବଶ୍ୟକ। ତେବେ ଅନେକଙ୍କ ମନରେ ଏକ ଧାରଣା ଥାଏ ଯେ, କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କିମ୍ବା ଭିଟାମିନ୍‌ ଔଷଧ, ପ୍ରୋଟିନ୍‌ ପାଉଡର, ଆଡିଶନାଲ ଫୁଡ୍‌ ସପ୍ଲିମେଣ୍ଟ ଇତ୍ୟାଦି ଖାଇଲେ ମା’ ଶାରୀରିକ ଆବଶ୍ୟକତା ଭରଣା କରିହେବା ସହ କ୍ଷୀର ଅଧିକ ହେବ। ସେହିପରି କେହି କେହି ସ୍ତନ୍ୟଦାତ୍ରୀ ମା’ ଏହା ଖାଇବା ଠିକ୍‌ ନୁହେଁ। ଏହା ଖାଇଲେ ଶିଶୁର ଝାଡ଼ା ଓ ଦେହ ଖରାପ ହୋଇଥାଏ। ହେଲେ ବାସ୍ତବରେ ଏସବୁ ଏକ ଭ୍ରାନ୍ତ ଧାରଣା ଯାହାକୁ ସୋସିଓ କଲ୍ଚରାଲ୍‌ ଆସ୍ପେକ୍ଟସ୍‌ ଅଫ୍‌ ଫୁଡ୍‌’ ବା ଆମ ଖାଦ୍ୟ ଅଭ୍ୟାସରେ ସାମାଜିକ ଓ ସାଂସ୍କୃତିକ କାରକଗୁଡିକର ପ୍ରଭାବ କୁହାଯାଏ। ବାସ୍ତବରେ ଧନୀ ହୁଅନ୍ତୁ ଅବା ଗରିବ ସବୁ ମା’ଙ୍କ ସ୍ତନରୁ ଶିଶୁ ପାଇଁ ସମାନ ପରିମାଣର କ୍ଷୀର ଝରିଥାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍‌ ପରିମାଣରେ କ୍ଷୀର ହେବା ସହ ମା’ ଶରୀର ସୁସ୍ଥ ରହିବା ଲାଗି ମା’କୁ ସବୁବେଳେ ପେଟ ପୂରା ଖାଇବା ଦରକାର ଏବଂ ଯାହାବି ପୂର୍ବରୁ ଖାଉଥିଲେ ତା’ଠାରୁ ଅଧିକ ପରିମାଣରେ ଖାଦ୍ୟ ଆବଶ୍ୟକ। ଅର୍ଥାତ୍‌ ଦୈନିକ ଭାତ ୬୦ ଗ୍ରାମ୍‌, ଡାଲି ୩୦ଗ୍ରାମ, କ୍ଷୀର ୧୦୦ଗ୍ରାମ୍‌, ତେଲ, ଘିଅ ୧୦ ଗ୍ରାମ୍‌ ଏବଂ ଚିନି, ଗୁଡ଼ ୧୦ ଗ୍ରାମ୍‌ ଅଧିକ ଖାଇବା ଆବଶ୍ୟକ। ଏହା ବ୍ୟତୀତ ରୁଟି, କ୍ଷୀର, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସଠୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ଖାଇପାରିବେ। ହେଲେ ଖାଦ୍ୟ ସୁଷମ, ସୁସ୍ବାଦୁ ଏବଂ ସୁପାଚ୍ୟ ହେବା ଜରୁରୀ। ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର। ତେବେ ସାଧାରଣତଃ ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ନ ଖାଇବା ଭଲ। ଏହାବ୍ୟତୀତ କେବଳ କେତୋଟି ଔଷଧ ଏ ସମୟରେ ଖାଇବା ଶିଶୁ ପାଇଁ ଠିକ୍‌ ନୁହେଁ।
– ଡା.ନିତ୍ୟାନନ୍ଦ ସ୍ବାଇଁ

– ବରିଷ୍ଠ ପୁଷ୍ଟି ବିଜ୍ଞାନୀ


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?