ପୌର ଓ ବ୍ଲକ କାର୍ଯ୍ୟାଳୟରେ ଏମ୍‌ପିଙ୍କ ସମୀକ୍ଷା:ସଫେଇ ପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ

ଅନୁଗୋଳ ଅଫିସ, ୨୪।୯

ଅନୁଗୋଳ ବ୍ଲକ ଓ ପୌରପାଳିକାର କାର୍ଯ୍ୟ ସମୀକ୍ଷା କରିଛନ୍ତି ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ପ୍ରଥମେ ସେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି ଏକ ବୈଠକରେ ଯୋଗ ଦେଇଥିଲେ। ପରେ ୨ନଂ ୱାର୍ଡ ପରିଦର୍ଶନ କରି ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ଏହାପରେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ବହୁ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ିଥିବା ଜାଣି ଏମ୍‌ପି ବିରକ୍ତି ପ୍ରକାଶ କରିଥିଲେ।
ଅପରାହ୍ନରେ ଏମ୍‌ପି ଅନୁଗୋଳ ପୌରପାଳିକାରେ କାର୍ଯ୍ୟ ସମୀକ୍ଷା କରିବା ପରେ ରାଜକିଶୋରପଡ଼ାରେ ଥିବା ୨ ନମ୍ବର ୱାର୍ଡରେ ବୁଲି ପରିମଳ ସମସ୍ୟାର ଅନୁଧ୍ୟାନ କରିଥିଲେ। ଉକ୍ତ ଓ୍ବାର୍ଡରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଦେଖିବା ପରେ ଏମ୍‌ପି ତୁରନ୍ତ ତାହାକୁ ମରାମତି କରିବାକୁ ନୂତନ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସହରରୁ ତୁରନ୍ତ ଆବର୍ଜନା ସଫା କରିବା ପାଇଁ ସେ ତାଗିଦ କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟରେ ବିଡିଓ ମାୟାଧର ବେହେରା ଓ ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକରେ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। କେଉଁ ଯୋଜନାରେ କେତେ କାର୍ଯ୍ୟ କରାଯାଇଛି ଓ କେତେ ପ୍ରକଳ୍ପ ଶେଷ ହୋଇପାରି ନାହିଁ ତାହା ପଚାରି ବୁଝିଥିଲେ। ତେବେ ସରକାର କରିଥିବା ଯୋଜନାର ସୁଫଳ ଯେପରି ସମସ୍ତ ଲୋକ ପାଇପାରିବେ ସେଥିପାଇଁ କାର୍ଯ୍ୟ କରିବାକୁ ଏମ୍‌ପି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସୁଥିବା ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବାମାନେ ଯେପରି ଭତ୍ତା ସହ ଅନ୍ୟାନ୍ୟ ସହାୟତା ପାଇପାରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏମ୍‌ପି ବିଡିଓଙ୍କ ସହ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଉପଜିଲାପାଳ ବାସୁଦେବ ଶତପଥୀ, ବ୍ଲକ ଚେୟାରମ୍ୟାନ ନିରଞ୍ଜନ ଦେହୁରୀ, ଭାଇସ୍‌ ଚେୟାରମ୍ୟାନ ମମତା ପ୍ରଧାନ, ବିଡିଓ ମାୟାଧର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଉନି ପୋଲିିସ: ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ, ବଳାତ୍କାର ଅଭିଯୋଗ ଘଟଣା

ଅନୁଗୋଳ ଅଫିସ, ୧୭।୧ – ଜଣେ ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଅନୁଗୋଳସ୍ଥିତ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣି ବିଶ୍ୱଜିତ ନାଏକଙ୍କୁ...

ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି।...

ଜିଲା ଖଣିଜ ପାଣ୍ଠି କାର୍ଯ୍ୟକାରିତା ସମୀକ୍ଷା: ଆୟବୃଦ୍ଧି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ଖଣିଜ ପାଣ୍ଠିରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି...

ବନ୍ତଳା ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଡକାୟତି

ଅନୁଗୋଳ ଅଫିସ,୧୭।୨: ଅନୁଗୋଳ ଜିଲା ବନ୍ତଳା ଥାନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବନ୍ତଳା ଶାଖାରେ ରବିବାର ରାତିରେ ଡକାୟତି ହୋଇଛି। ବ୍ୟାଙ୍କ ମ୍ୟାନେଜର କାର୍ଯ୍ୟାଳୟ ଗୃହ...

ସଫେଇ ବାହାନାରେ ଜମିଲା ଭୋଜି

ଅନୁଗୋଳ ଅଫିସ, ୩୦।୪ – ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍‌ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର...

ସ୍ପର ପାଇପ ଲାଇନ ନିମନ୍ତେ ଜମି ଅଧିଗ୍ରହଣକୁ ବିରୋଧ: ଗେଲ୍‌ ଇଣ୍ଡିଆ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୩୧।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯିବାକୁ ଥିବା ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ ପାଇପ ଲାଇନ ତଥା ସ୍ପର ପାଇପ ଲାଇନ ନିମନ୍ତେ ଗେଲ୍‌ ଇଣ୍ଡିଆ...

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।...

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

Advertisement
Archives

Model This Week