ପୋଲିସ ବିରୋଧରେ ବଢୁଛି ଜନଅସନ୍ତୋଷ

କେନ୍ଦ୍ରାପଡା ଅଫିସ, ୨୦।୯:ପଟ୍ଟାମୁଣ୍ଡାଇ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ହେଲେ ଏହି ଘଟଣାରେ ଥାନା କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅରଡପଲ୍ଲୀ ଗ୍ରାମର ସୁଶାନ୍ତ ବେହେରାଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ବୁଧବାର ପୋଲିସ ଥାନାକୁ ଆଣିଥିବା ବେଳେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ହାଜତ ମୃତ୍ୟୁ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ପୋଲିସ କିନ୍ତୁ ଏହାକୁ ଅସ୍ବୀକାର କରିଛି।
ଅନ୍ୟପଟେ ସୁଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ମାମଲା (କେସ ନଂ- ୧୧୪୧୪/ଆଇଏନ/୨୦୧୯) ରୁଜୁ ହୋଇଛି। ଏ ସମ୍ପର୍କରେ ମହାନ୍ତି କହିଛନ୍ତି, ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରୁ ଏସ୍‌ପିଙ୍କଙ୍କୁ ଚିଠି ହୋଇଛି। ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ରାଜ୍ୟ ସରକାର ପୋଲିସର କାର୍ଯ୍ୟ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ୫-ଟି ମନ୍ତ୍ର ପ୍ରଦାନ କରିଛନ୍ତି। ତେବେ କୌଣସି ଥାନାରେ ଅଦ୍ୟାବଧି ଏହା କାର୍ଯ୍ୟକାରୀ ହେଉନାହିଁ। ୧୧ ମାସ ପୂର୍ବେ ମହାକାଳପଡା ଥାନାରେ ସମାନ ଏକ ଘଟଣା ଘଟିଥିଲା। ମାର୍ଶାଘାଇ ବ୍ଲକ ବାଲଣା ଗ୍ରାମର ଅବିନାଶ ପାଇଟାଳଙ୍କୁ ପୋଲିସ ପିଟିପିଟି ମାରି ଦେଇଥିଲା। ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅବିନାଶଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନି। ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଅବିନାଶ ମୃତ୍ୟୁ ଘଟଣାରେ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। କିନ୍ତୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିନାହିଁ। ଅପରପକ୍ଷେ ସୁଶାନ୍ତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିବା ପରେ ପରୋକ୍ଷରେ ହାଜତ ମୃତ୍ୟୁ ଅଭିଯୋଗକୁ ସ୍ବୀକାର କରାଯାଇଛି। ତେବେ ଏ ନେଇ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ଦୁଇଟି ଘଟଣାରେ ଜିଲା ପୋଲିସ ମାମଲାକୁ ଚପାଇ ଦେବା ପାଇଁ ଆପ୍ରାଣ ଚେଷ୍ଟା କରିଥିବା ସମାଜିକ କର୍ମୀ ଅମରବର ବିଶ୍ୱାଳ, ସେକ୍‌ ଅନଜାନ, ସେକ୍‌ ସାବିର, ଚିତ୍ତରଞ୍ଜନ ସାହୁ ପ୍ରମୁଖ ମତ ଦେଇଛନ୍ତି। ସେମାନେ କହିଛନ୍ତି, ଜିଲାରେ ଅପରାଧ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ବେଳେ ସାଧାରଣ କଥାରେ ଉତ୍ତେଜିତ ହୋଇପଡୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଦାବି ମୁତାବକ କ୍ଷତିପୂରଣ ସହିତ ଜିଲା ପୋଲିସର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ ): କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି...

ମଧୁରଜଳ ବିନା ବିପଦରେ ଭିତରକନିକା

କେନ୍ଦ୍ରାପଡା ଅଫିସ,୨୧ା୨:ଗତ ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ମହାନିଗମର ପାନୀୟ ଜଳ...

କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍‌ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ...

ଷ୍ଟ୍ରିଟ୍‌ ଫୁଡ୍‌ ଉପରେ ରହୁନି ଅଙ୍କୁଶ

ରାଉରକେଲା ଅଫିସ,୧୪।୬ (ସଙ୍ଗୀତା ଜେନା) ଉତ୍ତମ ଗୁଣବତ୍ତା ଖାଦ୍ୟକୁ ଆଦୃତ କରିବା, ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପରିବେଷଣ ନ କରି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି...

କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା।...

ଜନ୍ମ ନେଲେଣି କମ୍‌ ଓଜନର ୪,୧୧୫ ଶିଶୁ

ଛତ୍ରପୁର,୪ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କମ୍‌ ଓଜନର ୪,୧୧୫ ଶିଶୁ ଜନ୍ମ ହେଲେଣି। ଯେଉଁମାନଙ୍କ ଓଜନ ୨.୫ କି.ଗ୍ରାଠାରୁ କମ୍‌ ରହିଛି। ଜିଲାରେ ମୋଟ...

ଜାମୁନି ଗ୍ରାମ ହତ୍ୟା ଘଟଣା: ମୃତକ,ଆହତଙ୍କ ପରିବାରକୁ ମିଳିଲା ସହାୟତା

ପୁରୁଷୋତ୍ତମପୁର, ୧।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଗତ ଜୁନ ମାସ ୭ତାରିଖରେ ଦୁଇ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ...

Advertisement
Archives

Model This Week