ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ ହଇରାଣ ହେଉଥିବାବେଳେ ପ୍ରକୃତ ଦୋଷୀ ଖସିଯିବାରେ ସକ୍ଷମ ହେଉଛି। ଅନ୍ୟପକ୍ଷେ ପୋଲିସ ଲୋକଙ୍କ ନିକଟତର ହେବାକୁ ଆମ ପୋଲିସ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରୁଛି। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁ ନ ଥିବା ଦେଖାଯାଉଛି। ଫଳସ୍ବରୂପ କୌଣସିଠାରେ ଅପରାଧମୂଳକ ଘଟଣା ଘଟିଲେ ଲୋକେ ଥାନାକୁ ଯିବା ବଦଳରେ ଗାଁରେ ବୈଠକ (କଙ୍ଗାରୁ କୋର୍ଟ) କରି ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କାହାକୁ ଅଟକ ରଖାଯାଉଛି ତ କାହାକୁ ନିଆଁ ପାଣି ବାସନ୍ଦ ସହ ଦୋକାନ ବଜାର ମନା କରାଯାଉଛି। ଏ ବିଷୟରେ କୌଣସି ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଅଭିଯୋଗ କଲେ ଗ୍ରାମବାସୀ ଅଧିକ ହଇରାଣ କରିବେ ଭାବି ସମ୍ପୃକ୍ତ ବ୍ୟକ୍ତି ନୀରବ ରହିବାକୁ ଶ୍ରେୟସ୍କର ମଣୁଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ଝରଣା ଗ୍ରାମରେ ଏକ ପରିବାରକୁ ହଇରାଣ କରାଯାଇଥିବା ବେଳେ ସିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗ୍ରାମର ଯୁଧିଷ୍ଠିର ନାୟକ ଦୁଇବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇଛନ୍ତି। ସେହିପରି କୋରଡା ପଞ୍ଚାୟତ ମହିତମା ଗ୍ରାମର ସନ୍ତୋଷ ସାହୁ ଓ ଜାକେଡା ପଞ୍ଚାୟତର କରଡାପଲ୍ଲୀ ଓ କେନ୍ଦୁବଣିଆ ଗ୍ରାମରେ ଦୁଇଟି ପରିବାର କଙ୍ଗାରୁ କୋର୍ଟ ଜରିଆରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।
କ’ଣ କୁହନ୍ତି ଏମାନେ…
କୌଣସି ଗାଁରେ କଙ୍ଗାରୁ କୋର୍ଟ କରି ଲୋକଙ୍କୁ ହଇରାଣ ନ କରିବା ନେଇ ଆମେ ଗ୍ରାମ ସଭାଗୁଡିକରେ ଆଲୋଚନା କରୁଛ। ଭୁଲକୁ ସୁଧାରିବା ପାଇଁ କଙ୍ଗାରୁ କୋର୍ଟ ନ କରି ଗ୍ରାମ, ପଞ୍ଚାୟତ କିମ୍ବା ପୋଲିସ ସହାୟତାରେ ଆଲୋଚନା କରି ସମାଧାନ କରିବା ଆବଶ୍ୟକ।
ପର୍ଶୁରାମ ସ୍ବାଇଁ, ମାଳିସାହି ସରପଞ୍ଚ।
ଗାଁ ଗାଁରେ କଙ୍ଗାରୁ କୋର୍ଟ ମାଧ୍ୟମରେ କାହାକୁ ଗାଁରୁ ବାସନ୍ଦ ଓ ହଇରାଣ କରିବା ଠିକ୍‌ ନୁହେଁ। କଙ୍ଗାରୁ କୋର୍ଟ ନ କରିବା ପାଇଁ ଆମେ ଆମ ପୋଲିସ କାର୍ଯ୍ୟକ୍ରମରେ ସଚେତନ କରିଆସୁଛୁ । ତଥାପି ଲୋକମାନେ ସଚେତନ ନ ହୋଇ ଆଇନକୁ ହାତକୁ ନେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇପାରିଲେ ଏହା କମିଯିବ।
ମନୋରମା ମଲ୍ଲିକ, ଆଇଆଇସି, ନୂଆଗାଁ ଥାନା
ଆମ ପୋଲିସ କାର୍ଯ୍ୟକ୍ରମ କେବଳ ଥାନା ପରିସରରେ ନ ହୋଇ ଗାଁ ଗାଁରେ ହେଲେ ଲୋକ ସଚେତନ ହୁଅନ୍ତେ ଓ କଙ୍ଗାରୁ କୋର୍ଟ ହୁଅନ୍ତା ନାହିଁ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଲେ ଏହା ବନ୍ଦ ହୋଇପାରିବ।
ପତିତପାବନ ସାହୁ, ଶିକ୍ଷାବିତ୍‌, ନୂଆଗାଁ
ଆମ ପୋଲିସ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରି କଙ୍ଗାରୁ କୋର୍ଟ ନ କରିବା ପାଇଁ ଜନସଚେତନତା କରିବାକୁ ପ୍ରୋସିଡିଂରେ ସ୍ଥାନିତ ହୋଇଥିଲେ ମଧ୍ୟ ତାହା କରାଯାଉ ନାହିଁ । ଏପରି କି ୩/୪ ମାସ ହେଲା ଆମ ପୋଲିସ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ଯେଉଁଥି ପାଇଁ କଙ୍ଗାରୁ କୋର୍ଟ ବୃଦ୍ଧି ପାଉଛି।
ଦେବରାଜ ଖଣ୍ଡୁଆଳ, ବୁଦ୍ଧିଜୀବୀ, ନୂଆଗାଁ


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୫-ଟି ସଚିବ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ପରଖୁଛନ୍ତି। ଏହି...

ବାଇପାସ୍‌ ରାସ୍ତା ନ ଥିବାରୁ ଚିନ୍ତା

ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ...

ଦୁଇ କାର୍‌ରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ: ୪ ଗିରଫ

ନୟାଗଡ଼,୧୯ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା। ଦଶପଲା ଓ ନୂଆଗାଁର ଦୁଇ ସ୍ଥାନରେ ଚଢ଼ାଉ କରି ୬୧ କେଜି ଗଞ୍ଜେଇ...

କଳାପାଟ-ବଡ଼ମାଳିସାହିରେ ପକ୍ଷୀ ଗଣନା ଶେଷ: ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ

ଗଣିଆ,୫।୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ବିଭିନ୍ନ ଜଳାଶୟରେ ୩ ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଛାମୁଣ୍ଡିଆ ବନାଞ୍ଚଳରେ ୨ଟି...

ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ,...

ଖଣି ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ ଭାଙ୍ଗିଲା ପୋଲିସ

ନୟାଗଡ଼ ଅଫିସ/ରଣପୁର, ୧୨।୫(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ମୌଜାର ବେଆଇନ ମାଙ୍କଡ଼ାପଥର ଓ ମୋରମ ଖଣି ସମ୍ପର୍କିତ ମାମଲାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ...

ନାବାଳକଙ୍କୁ ସାବାଳକ ସଜାଇଲା ପୋଲିସ; ୩ ମାସ ହେଲାଣି ରହି ଆସୁଛନ୍ତି ଜେଲ୍‌ରେ

ନୟାଗଡ଼ ଅଫିସ,୬।୧୧-ନୟାଗଡ଼ ଜିଲା ଓଡ଼ଗାଁ ପୋଲିସ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ ଜେଲ୍‌କୁ ପଠାଇଛନ୍ତି। ସମ୍ପୃକ୍ତ ନାବାଳକ ୩ ମାସ ହେଲାଣି ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରେ...

ପାଣି ପାଇଁ ରାସ୍ତାରୋକୋ

ନୟାଗଡ଼ ଅଫିସ,୧।୧୧: ପାଣି ପାଇଁ ରାସ୍ତାରୋକୋ। ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ୫୭ ନୃ ଜାତୀୟ ରାଜପଥ ପୂର୍ବାହ୍ନ ୧୧ଟାରୁ ଅବରୋଧ କରାଯାଇଛି।...

Advertisement
Archives

Model This Week