ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍‌ପି

ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍‌। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ତରାଜ ଚଳାଇଛନ୍ତି। ପୋଲିସ ଏହାକୁ ରୋକିପାରୁନାହିଁ। ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୧୦ଦିନ ଭିତରେ ସହରରେ ଦୁଇଟି ଲୁଟ୍‌ ଘଟିଥିଲେ ବି ପୋଲିସ ଲୁଟେରାଙ୍କର କୌଣସି ଟେର୍‌ ପାଇନି। ନା ପୋଲିସ ଲୋକଙ୍କୁ ଦେଉଛି ସୁରକ୍ଷା ନା ନ୍ୟାୟ। ପୋଲିସ ବିଭାଗର ଏଭଳି ବିଫଳତା ଓ ଅପାରଗପଣିଆର ପ୍ରତିବାଦ ଜଣାଇ ପୂର୍ବତନ ଭିଜିଲାନ୍ସ ଏସ୍‌ପି ଉଜ୍ୱଳ କୁମାର ବ୍ରହ୍ମା ସୋମବାର ପୂର୍ବାହ୍ନରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖରେ ବସି ଜୋତା ପଲିସ କରିବା ଘଟଣା ଦେଖିବାକୁ ମିଳିଛି। ପୋଲିସ୍‌ର ଦୁର୍ନୀତିଖୋର୍‌ ମନୋଭାବ ଓ ବିଫଳ କାର୍ଯ୍ୟଧାରା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ସେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।
ଅବସରପ୍ରାପ୍ତ ଭିଜିଲାନ୍ସ ଏସ୍‌ପି ବ୍ରହ୍ମା ସୋମବାର ପୂର୍ବାହ୍ନ ୧୦ଟା ବେଳେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖକୁ ଆସି ସେଠାରେ ବସି ଅଭିନବ ପ୍ରତିବାଦ ସ୍ବରୂପ ପଥଚାରୀଙ୍କ ଜୋତା ପଲିସ କରିବା ଆରମ୍ଭ କରିଥିଲେ। ଏହାଦେଖି ଅନେକ ଦେଖଣାହାରୀ ସେଠାରେ ଭିଡ ଜମାଇଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ବସି ରହି ଜୋତା ପଲିସ କରି ପ୍ରତିବାଦ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ତାଙ୍କୁ ଭେଟିବାକୁ ଆସି ନ ଥିଲେ। ଏହି ଅବସରରେ ପୋଲିସ ବିଭାଗ କିଭଳି ଦୁର୍ନୀତିରେ ବୁଡି କାର୍ଯ୍ୟ କରୁଛି, ତାହା ସେ ଲୋକଙ୍କୁ ବୁଝାଇଥିଲେ। ଯେତେଦିନ ପର୍ଯ୍ୟନ୍ତ ପୋଲିସ୍‌ ନିୟମିତ ଏବଂ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ନ କରିଛି, ସେ ବିଭିନ୍ନ ଥାନା ସମ୍ମୁଖରେ ବସି ଏହିପରି ପ୍ରତିବାଦ ଜଣାଇ ଲୋକଙ୍କ ସଚେତନ କରିବେ ବୋଲି କହିଥିଲେ।
ପୂର୍ବତନ ଭିଜିଲାନ୍ସ ଏସ୍‌ପି ବ୍ରହ୍ମାଙ୍କ ଘର ସ୍ଥାନୀୟ ସହଦେବଖୁଣ୍ଟା ଅଞ୍ଚଳରେ। ସେ ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଥିଲେ ଯେ, ବାଲେଶ୍ୱର ସହରରେ ଅପରାଧୀଙ୍କ ରାଜ୍‌ ବଢିବା ତାଙ୍କୁ ବ୍ୟଥିତ କରିଛି। ରବିବାର ବିଳମ୍ବିତ ରାତିରେ ଫକୀରମୋହନ ଗୋଲେଇରେ ଗୋଟିଏ ଟ୍ରକ୍‌ (ନଂ. ୧୬ବି୩୩/ଇ-୨୬୫୩)ମାଲ୍‌ ଅନ୍‌ଲୋଡ଼୍‌ କରି ଭୁବନେଶ୍ୱର ଫେରୁଥିବାବେଳେ ଗୋଟିଏ ନମ୍ବର ବିହୀନ ଧଳା ସ୍କୁଟିରେ ୩ଜଣ ଦୁର୍ବୃତ୍ତ ଏହାକୁ ପିଛା କରିଥିଲେ। ସେମାନେ ଆଇଟିଆଇ ଛକସ୍ଥିତ ମାଛ ମାର୍କେଟ୍‌ ନିକଟରେ ଟ୍ରକ୍‌କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ଡ୍ରାଇଭର ମହମ୍ମଦ ମୁରଫୁଦ୍ଦିନ ଆନ୍‌ସାରୀ (୨୪)ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ବେଳେ ଅନ୍ୟ ଜଣେ ତାଙ୍କ ବେକରେ ଭୁଜାଲି ଲଗାଇ ତାଙ୍କଠାରୁ ୨୨ଶହ ଟଙ୍କା ଲୁଟି ନେଇଥିଲେ। ଏନେଇ ଟ୍ରକ୍‌ ଡ୍ରାଇଭର କୌଣସି ଥାନାରେ ଲିଖିତ ଅଭିଯୋଗ କରି ନ ଥିବାର ଜଣାପଡ଼ିଛି। ପୋଲିସ ଉପରେ ଭରସା ହରାଇଥିବାରୁ ଲୋକେ ଥାନାର ଦ୍ୱାରସ୍ଥ ହେବାକୁ ଚାହୁଁ ନ ଥିବା ଏହି ଘଟଣାରୁ ପ୍ରମାଣ ମିଳିଛି। ସେହିପରି ଗତ ୧୨ତାରିଖ ମଧ୍ୟାହ୍ନରେ ଜେଲ୍‌ରୋଡ୍‌ସ୍ଥିତ ଅନିତା ପାତ୍ର (୫୪) ନାମ୍ନୀ ଜଣେ ମହିଳା ମୋତିଗଞ୍ଜ ବଜାରକୁ ଯାଉଥିବା ବେଳେ ଗୋଟିଏ ନମ୍ବର ବିହୀନ ଧଳାସ୍କୁଟିରେ ୩ଜଣ ଦୁର୍ବୃତ୍ତ ଆସି ଜେଲ୍‌ରୋଡ୍‌ରେ ତାଙ୍କୁ ଭୁଜାଲି ଏବଂ ବନ୍ଧୁକ ଦେଖାଇ ସୁନାହାର ଏବଂ କାନଫୁଲ ଲୁଟି ନେଇଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମହିଳା ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ବସି ରହିଛି। ଏସବୁ ଘଟଣାର ଜିଲାର ପୋଲିସ୍‌ ବିଭାଗ ନିୟମ କାନୁନ୍‌ଠାରୁ ଊର୍ଦ୍ଧ୍ୱରେ ରହି ଦୁର୍ନୀତିରେ ବୁଡ଼ି ରହିଥିବା ପ୍ରତୀତ ହେଉଛି। ଗରିବ ଲୋକେ କୌଣସି କାରଣରୁ ଥାନାକୁ ଏତଲା ନେଇ ଗଲେ ଥାନାରେ ଏଏସ୍‌ଆଇ, ସବ୍‌ଇନ୍ସପେକ୍ଟର, ଇନ୍ସପେକ୍ଟର ଏପରିକି ଏସ୍‌ପି ମଧ୍ୟ ନ୍ୟାୟ ଦେବାରେ ସକ୍ଷମ ହୋଇପାରୁ ନାହାନ୍ତି। ପୋଲିସ୍‌ ବିଭାଗର ସମସ୍ତ ଆଇନ୍‌କାନୁନ୍‌ ତାଙ୍କୁ ଜଣା ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ମଧ୍ୟ ବିଭିନ୍ନ ମାମଲାରେ ହଇରାଣ ହରକତ କରି ନ୍ୟାୟ ଦେଇ ପାରି ନ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଦବିଲା : ରାଇକିଆ-ଦାରିଙ୍ଗବାଡ଼ି ଯାତାୟାତ ବନ୍ଦ

ରାଇକିଆ,୨୬।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଦବି ଯିବା ଫଳରେ ସୋମବାର ରାଇକିଆରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଯାନବାହନ...

୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ...

ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍‌; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍‌(ଓଆର୍‌ ୦୯ଏଫ୍‌ ୯୩୯୫)...

ଚାନ୍ଦିନୀ ସହ ୧୦ ଫୁଟ ଦବିଗଲା କୂଅ

ତାଳଚେର,୧୫ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡର ଗୁରୁବକ୍ସ ସିଂଙ୍କ ଘର ଅଗଣାରେ ଥିବା କୂଅ ମଙ୍ଗଳବାର ରାତିରେ ଚାନ୍ଦିନୀ ସହ ୧୦ ଫୁଟ...

ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

କେନ୍ଦୁଝର,୧୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ସାରୁକୁଦର ଗ୍ରାମ ନିକଟ ପାରାଭାଡି ଜଙ୍ଗଲରେ ମୃତ୍ୟୁ ଘଟିଥିବା ଏକ ମାଈ ହାତୀକୁ ଦେଖିବାକୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ‘କୋଭିଡ୍‌ରେ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ବାହାର କରନାହିଁ’

କଟକ ଅଫିସ,୭।୧:ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚାକିରିରୁ ବାହାର କରାଯାଇ ପାରିବ ନାହିଁ...

ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି।...

ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର...

Advertisement
Archives

Model This Week