ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍‌ପି

ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍‌। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ତରାଜ ଚଳାଇଛନ୍ତି। ପୋଲିସ ଏହାକୁ ରୋକିପାରୁନାହିଁ। ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୧୦ଦିନ ଭିତରେ ସହରରେ ଦୁଇଟି ଲୁଟ୍‌ ଘଟିଥିଲେ ବି ପୋଲିସ ଲୁଟେରାଙ୍କର କୌଣସି ଟେର୍‌ ପାଇନି। ନା ପୋଲିସ ଲୋକଙ୍କୁ ଦେଉଛି ସୁରକ୍ଷା ନା ନ୍ୟାୟ। ପୋଲିସ ବିଭାଗର ଏଭଳି ବିଫଳତା ଓ ଅପାରଗପଣିଆର ପ୍ରତିବାଦ ଜଣାଇ ପୂର୍ବତନ ଭିଜିଲାନ୍ସ ଏସ୍‌ପି ଉଜ୍ୱଳ କୁମାର ବ୍ରହ୍ମା ସୋମବାର ପୂର୍ବାହ୍ନରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖରେ ବସି ଜୋତା ପଲିସ କରିବା ଘଟଣା ଦେଖିବାକୁ ମିଳିଛି। ପୋଲିସ୍‌ର ଦୁର୍ନୀତିଖୋର୍‌ ମନୋଭାବ ଓ ବିଫଳ କାର୍ଯ୍ୟଧାରା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ସେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।
ଅବସରପ୍ରାପ୍ତ ଭିଜିଲାନ୍ସ ଏସ୍‌ପି ବ୍ରହ୍ମା ସୋମବାର ପୂର୍ବାହ୍ନ ୧୦ଟା ବେଳେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖକୁ ଆସି ସେଠାରେ ବସି ଅଭିନବ ପ୍ରତିବାଦ ସ୍ବରୂପ ପଥଚାରୀଙ୍କ ଜୋତା ପଲିସ କରିବା ଆରମ୍ଭ କରିଥିଲେ। ଏହାଦେଖି ଅନେକ ଦେଖଣାହାରୀ ସେଠାରେ ଭିଡ ଜମାଇଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ବସି ରହି ଜୋତା ପଲିସ କରି ପ୍ରତିବାଦ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ତାଙ୍କୁ ଭେଟିବାକୁ ଆସି ନ ଥିଲେ। ଏହି ଅବସରରେ ପୋଲିସ ବିଭାଗ କିଭଳି ଦୁର୍ନୀତିରେ ବୁଡି କାର୍ଯ୍ୟ କରୁଛି, ତାହା ସେ ଲୋକଙ୍କୁ ବୁଝାଇଥିଲେ। ଯେତେଦିନ ପର୍ଯ୍ୟନ୍ତ ପୋଲିସ୍‌ ନିୟମିତ ଏବଂ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ନ କରିଛି, ସେ ବିଭିନ୍ନ ଥାନା ସମ୍ମୁଖରେ ବସି ଏହିପରି ପ୍ରତିବାଦ ଜଣାଇ ଲୋକଙ୍କ ସଚେତନ କରିବେ ବୋଲି କହିଥିଲେ।
ପୂର୍ବତନ ଭିଜିଲାନ୍ସ ଏସ୍‌ପି ବ୍ରହ୍ମାଙ୍କ ଘର ସ୍ଥାନୀୟ ସହଦେବଖୁଣ୍ଟା ଅଞ୍ଚଳରେ। ସେ ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଥିଲେ ଯେ, ବାଲେଶ୍ୱର ସହରରେ ଅପରାଧୀଙ୍କ ରାଜ୍‌ ବଢିବା ତାଙ୍କୁ ବ୍ୟଥିତ କରିଛି। ରବିବାର ବିଳମ୍ବିତ ରାତିରେ ଫକୀରମୋହନ ଗୋଲେଇରେ ଗୋଟିଏ ଟ୍ରକ୍‌ (ନଂ. ୧୬ବି୩୩/ଇ-୨୬୫୩)ମାଲ୍‌ ଅନ୍‌ଲୋଡ଼୍‌ କରି ଭୁବନେଶ୍ୱର ଫେରୁଥିବାବେଳେ ଗୋଟିଏ ନମ୍ବର ବିହୀନ ଧଳା ସ୍କୁଟିରେ ୩ଜଣ ଦୁର୍ବୃତ୍ତ ଏହାକୁ ପିଛା କରିଥିଲେ। ସେମାନେ ଆଇଟିଆଇ ଛକସ୍ଥିତ ମାଛ ମାର୍କେଟ୍‌ ନିକଟରେ ଟ୍ରକ୍‌କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ଡ୍ରାଇଭର ମହମ୍ମଦ ମୁରଫୁଦ୍ଦିନ ଆନ୍‌ସାରୀ (୨୪)ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ବେଳେ ଅନ୍ୟ ଜଣେ ତାଙ୍କ ବେକରେ ଭୁଜାଲି ଲଗାଇ ତାଙ୍କଠାରୁ ୨୨ଶହ ଟଙ୍କା ଲୁଟି ନେଇଥିଲେ। ଏନେଇ ଟ୍ରକ୍‌ ଡ୍ରାଇଭର କୌଣସି ଥାନାରେ ଲିଖିତ ଅଭିଯୋଗ କରି ନ ଥିବାର ଜଣାପଡ଼ିଛି। ପୋଲିସ ଉପରେ ଭରସା ହରାଇଥିବାରୁ ଲୋକେ ଥାନାର ଦ୍ୱାରସ୍ଥ ହେବାକୁ ଚାହୁଁ ନ ଥିବା ଏହି ଘଟଣାରୁ ପ୍ରମାଣ ମିଳିଛି। ସେହିପରି ଗତ ୧୨ତାରିଖ ମଧ୍ୟାହ୍ନରେ ଜେଲ୍‌ରୋଡ୍‌ସ୍ଥିତ ଅନିତା ପାତ୍ର (୫୪) ନାମ୍ନୀ ଜଣେ ମହିଳା ମୋତିଗଞ୍ଜ ବଜାରକୁ ଯାଉଥିବା ବେଳେ ଗୋଟିଏ ନମ୍ବର ବିହୀନ ଧଳାସ୍କୁଟିରେ ୩ଜଣ ଦୁର୍ବୃତ୍ତ ଆସି ଜେଲ୍‌ରୋଡ୍‌ରେ ତାଙ୍କୁ ଭୁଜାଲି ଏବଂ ବନ୍ଧୁକ ଦେଖାଇ ସୁନାହାର ଏବଂ କାନଫୁଲ ଲୁଟି ନେଇଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମହିଳା ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ବସି ରହିଛି। ଏସବୁ ଘଟଣାର ଜିଲାର ପୋଲିସ୍‌ ବିଭାଗ ନିୟମ କାନୁନ୍‌ଠାରୁ ଊର୍ଦ୍ଧ୍ୱରେ ରହି ଦୁର୍ନୀତିରେ ବୁଡ଼ି ରହିଥିବା ପ୍ରତୀତ ହେଉଛି। ଗରିବ ଲୋକେ କୌଣସି କାରଣରୁ ଥାନାକୁ ଏତଲା ନେଇ ଗଲେ ଥାନାରେ ଏଏସ୍‌ଆଇ, ସବ୍‌ଇନ୍ସପେକ୍ଟର, ଇନ୍ସପେକ୍ଟର ଏପରିକି ଏସ୍‌ପି ମଧ୍ୟ ନ୍ୟାୟ ଦେବାରେ ସକ୍ଷମ ହୋଇପାରୁ ନାହାନ୍ତି। ପୋଲିସ୍‌ ବିଭାଗର ସମସ୍ତ ଆଇନ୍‌କାନୁନ୍‌ ତାଙ୍କୁ ଜଣା ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ମଧ୍ୟ ବିଭିନ୍ନ ମାମଲାରେ ହଇରାଣ ହରକତ କରି ନ୍ୟାୟ ଦେଇ ପାରି ନ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri