ପୋଲିସକୁ ଦୁର୍ବ୍ୟବହାର: ୨ ଠିକାଦାର ଗିରଫ, କାର ଜବତ

ବ୍ରହ୍ମପୁର ଅଫିସ,୧୪ା୭-ଜଣେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ବି. ସୀମାଦ୍ରି ରାଓଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ୨ ଜଣ ଠିକାଦାରଙ୍କୁ ଗିରଫ କରିଛି। ସେମାନେ ହେଲେ ଛତ୍ରପୁର ବି. ଲିଙ୍ଗରାଜ ପାତ୍ର (୪୦) ଓ ବି. ଦଣ୍ଡପାଣି ପାତ୍ର (୩୮)। ଅଭିଯୁକ୍ତମାନେ ୨ ଭାଇ ଅଟନ୍ତି। ସେମାନେ ଗାନ୍ଧୀନଗରରେ ଘର ଭଡାନେଇ ରହୁଛନ୍ତି। ଘଟଣା ବେଳେ ସେମାନେ ବ୍ୟବହାର କରିଥିବା କାର (ନଂ. ଓଡି୦୭ଟି୮୧୧୮)କୁ ଜବତ କରାଯାଇଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ନଂ.୧୩୮/୧୯ରେ ସେମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବିଶାଲ ମେଗା ମାର୍କେଟ ଛକରେ ଟ୍ରାଫିକ ଦାୟିତ୍ୱରେ କନଷ୍ଟେବଳ ବି. ସୀମାଦ୍ରୀ ରାଓ ଥିଲେ। ଉକ୍ତ ରାସ୍ତାଟି ଯାନବାହନ ଯାତାୟାତ ପାଇଁ ଏକ ପାଖିଆ ରହିଛି। ହେଲେ ଉପରୋକ୍ତ ୨ ଭାଇ ନିଜ କାରରେ ସେଠାରେ ପହଞ୍ଚି ଉକ୍ତ ରାସ୍ତା ଦେଇ ଯିବା ପାଇଁ କହିଥିଲେ। ଟ୍ରାଫିକ ପୋଲିସ ମନା କରିଥିଲେ। ୨ ଭାଇ କାର ମଝି ରାସ୍ତାରେ ରଖି ପୋଲିସ ସହିତ ଝଗଡା କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ପୋଲିସ ସୀମାଦ୍ରିକଙ୍କ ସାର୍ଟ ଧରି ଟଣାଓଟରା କରିଥିଲେ। ପୋଲିସ ଓ ଠିକାଦାରଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା। ଖବରପାଇ ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ଯାଇଥିଲେ। ପରେ ଉଭୟ ପୋଲିସ ଓ ଠିକାଦାର ଭାଇଙ୍କୁ ଟାଉନ ଥାନାକୁ ଯିବାକୁ ପଡିଥିଲା। ସେଠାରେ ପୋଲିସ କନଷ୍ଟେବଳ ରାଓ ଏନେଇ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଆତଙ୍କ, ଥାନା ପଛପଟେ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ରାଜ୍ୟରେ ଅପରାଧୀମାନେ ଖୋଲା ଖୋଲି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇ ଚାଲିଛନ୍ତି । ଇତିମଧ୍ୟରେ ଗଞ୍ଜାମ ପୋଲିସ ଅପରାଧକୁ ଦମନ କରିବା…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri