ପୋଲିସକୁ ଛତା, ଅସହାୟଙ୍କୁ ଖାଦ୍ୟ

ଅନୁଗୋଳ ଅଫିସ, ୧୭।୪ – କରୋନା ମହାମାରୀ ସଂକ୍ରମଣ ଭୟ ଓ ଲକ୍‌ ଡାଉନ୍‌ ଯୋଗୁ ଅନୁଗୋଳ ଜିଲାରେ ବହୁ ଗରିବ, ଅସହାୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ, କମ୍ପାନୀ କର୍ତ୍ତୃପକ୍ଷ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଦିନରାତି ରାସ୍ତାରେ ଠିଆ ହେଉଥିବା ପୋଲିସ କର୍ମଚାରୀଙ୍କୁ ଅନୁଗୋଳ ଲକ୍ଷ୍ମୀ ଗ୍ରୁପ୍‌ ଅଫ୍‌ କମ୍ପାନୀର ଚେୟାରମ୍ୟାନ ରମେଶ ଅଗ୍ରୱାଲ ଗୁରୁବାର ଛତା ପ୍ରଦାନ କରିଛନ୍ତି। ଅନୁଗୋଳର ପ୍ରତ୍ୟେକ ଥାନାକୁ ୨ଟି ଓ ଫାଣ୍ଡିକୁ ଗୋଟିଏ ଲେଖାଏ ଛତା ଦାନ କରିଛନ୍ତି। ଏହି କାର୍ଯ୍ୟରେ ଶିରିଡିସାଇ ଆତ୍ମାଦର୍ଶନ ଚାରିଟେବୁଲ୍‌ ଟ୍ରଷ୍ଟର ସଭ୍ୟ ରାଜକୁମାର ଅଗ୍ରୱାଲ, ଅଜୟ ତ୍ରିପାଠୀ, ପ୍ରବୀର କୁମାର ପ୍ରଧାନ ଓ ରାଜେଶ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ମାଉଳୀ ଯୁବକ ସଂଘ ତରଫରୁ ଆଠମଲ୍ଲିକ ଥାନା ଅଧିକାରୀ, ବନଖଣ୍ଡ ଅଧିକାରୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଷ୍ଟାଫ, ଖବରଦାତା, ବେଲାଦୁଲା, କନ୍ଧପାଲି, ବିଜିପୁର, ତେଣ୍ଠେଇପାଲି, ଲୁହସିଙ୍ଗା ଆଦି ଗ୍ରାମର ଅସହାୟ, ଗରିବ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଛି। ପ୍ରତାପ ମେହେର ମାସ୍କ ତିଆରି କରୁଥିବା ବେଳେ ରାଜୀବ ମେହେର, କୌଶିକ ମେହେର, ଦୁଃଖୀଶ୍ୟାମ ମେହେର, ଶ୍ରୀକାନ୍ତ ମେହେର, ବୀରେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରୁଛନ୍ତି। ବଅଁରପାଳ ବ୍ଲକ ବଳରାମପ୍ରସାଦ ଗଡସାହିର ୩୦ ଅସହାୟ ପରିବାରକୁ ଅପରାଜିତା ଓମେନ୍ସ କ୍ଲବ ପକ୍ଷରୁ ଖାଦ୍ୟ ସାମଗ୍ରୀ, ସାବୁନ, ମାସ୍କ ଆଦି ବଣ୍ଟନ କରାଯାଇଛି। କ୍ଲବ ସମ୍ପାଦିକା ସୁଚିସ୍ମିତା ସିଂଙ୍କ ନେତୃତ୍ୱରେ ଉପସଭାପତି ଶୁଭଦର୍ଶନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ମିନତୀ ସିଂ, ସାବିତ୍ରୀ ସିଂ, ବିଜୟାଲକ୍ଷ୍ମୀ ତାରେଣୀୟା, ନମିତା ସିଂ, କଳ୍ପନା ଷଣ୍ଢ, ଭାରତୀ ଦାସ ପ୍ରମୁଖ ବିତରଣରେ ସହଯୋଗ କରିଥିଲେ। ତାଳଚେର ଡେରା ଜଗନ୍ନାଥ ଡିଏଭି ସ୍କୁଲ ପକ୍ଷରୁ ପୌରାଞ୍ଚଳର ଶ୍ରମଜୀବୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସ୍କୁଲ ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଏହି କାର୍ଯ୍ୟରେ ସାମିଲ ହୋଇ ବସ୍ତି ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। କଣିହାଁ ବ୍ଲକ ଅଧ୍ୟକ୍ଷ ନମିତା ସାହୁଙ୍କ ନେତୃତ୍ୱରେ କମରେଇ ପଞ୍ଚାୟତର ଅସହାୟ ଓ ଜୀବିକା ହରାଇଥିବା ଶତାଧିକ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ, ସାବୁନ ପ୍ରଦାନ କରାଯାଇଛି। ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କ ସହ ସ୍ଥାନୀୟ ସାମାଜିକକର୍ମୀମାନେ ସହଯୋଗ କରିଥିଲେ। ସେହିପରି ତାଳପଦା ପଞ୍ଚାୟତ ଦୁର୍ଗାପୁର ଗ୍ରାମ ସାଇ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାସ୍କ ବଣ୍ଟନ କରାଯାଇଛି। ସଭାନେତ୍ରୀ ନିରୁପମା ବିଶ୍ୱାଳ, ସମ୍ପାଦିକା ଟୁନିଲତା ବିଶ୍ୱାଳଙ୍କ ନେତୃତ୍ୱରେ ସଦସ୍ୟମାନେ କିଆଝାର ଓ ଦୁର୍ଗାପୁର ଗ୍ରାମର ୫ ଶହ ଜଣଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। କଣିହାଁ ବିଡିଓ ରମେଶ କୁମାର ଜେନା, ତହସିଲଦାର ରବୀନ୍ଦ୍ର ସାମଲ ଯୋଗଦେଇଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ...

କଳା ପଲ୍‌ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

କେନ୍ଦୁଝର,୫।୧୦(ଡି.ଏନ୍‌.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ...

ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି

ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା...

ଆଜିଠୁ ହାଇକୋର୍ଟର ପୂଜା ଅବକାଶ

କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦...

କଳ୍ପନାଙ୍କ କୀର୍ତ୍ତିକୁ ମିଳିନି ନ୍ୟାୟ

ଢେଙ୍କାନାଳ ଅଫିସ, ୨୨।୭: ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଯଶକୀର୍ତ୍ତିକୁ ଉଚିତ ନ୍ୟାୟ ମିଳିନାହିଁ। ଏପରି ଜଣେ ନିଆରା ପ୍ରତିଭାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଉପଯୁକ୍ତ...

ବାତ୍ୟା ପରେ ଚକଡ଼ା ପୋକ ଆତଙ୍କ

କୋଷ୍ଠା,୧୩ା୧୧(ଡି.ଏନ୍‌.ଏ.)- ଶୂଳିଆପଦା ବ୍ଲକ ଅଞ୍ଚଳରେ ବୁଲବୁଲ ବାତ୍ୟା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ବହୁ ଚାଷୀଙ୍କ ପାଚିଲା ଧାନ...

ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ

ସୋନପୁର,୧୪।୯(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ...

ସବୁଠି ପାଣି, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୦।୮: ମହାନଦୀର ହୀରାକୁଦ ଜଳଭଣ୍ଡାର ଧାରଣ କ୍ଷମତାକୁ ଲକ୍ଷ୍ୟ ରଖାଯାଇ ଗେଟ୍‌ଗୁଡ଼ିକ ବନ୍ଦ ହେଉଛି। ତଳମୁଣ୍ଡରେ କଟକର ମୁଣ୍ଡଳିଠାରେ ବନ୍ୟା ଜଳ ପ୍ରବାହ...

Advertisement
Archives

Model This Week