ପୋଲିସକୁ ଛତା, ଅସହାୟଙ୍କୁ ଖାଦ୍ୟ

ଅନୁଗୋଳ ଅଫିସ, ୧୭।୪ – କରୋନା ମହାମାରୀ ସଂକ୍ରମଣ ଭୟ ଓ ଲକ୍‌ ଡାଉନ୍‌ ଯୋଗୁ ଅନୁଗୋଳ ଜିଲାରେ ବହୁ ଗରିବ, ଅସହାୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ, କମ୍ପାନୀ କର୍ତ୍ତୃପକ୍ଷ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଦିନରାତି ରାସ୍ତାରେ ଠିଆ ହେଉଥିବା ପୋଲିସ କର୍ମଚାରୀଙ୍କୁ ଅନୁଗୋଳ ଲକ୍ଷ୍ମୀ ଗ୍ରୁପ୍‌ ଅଫ୍‌ କମ୍ପାନୀର ଚେୟାରମ୍ୟାନ ରମେଶ ଅଗ୍ରୱାଲ ଗୁରୁବାର ଛତା ପ୍ରଦାନ କରିଛନ୍ତି। ଅନୁଗୋଳର ପ୍ରତ୍ୟେକ ଥାନାକୁ ୨ଟି ଓ ଫାଣ୍ଡିକୁ ଗୋଟିଏ ଲେଖାଏ ଛତା ଦାନ କରିଛନ୍ତି। ଏହି କାର୍ଯ୍ୟରେ ଶିରିଡିସାଇ ଆତ୍ମାଦର୍ଶନ ଚାରିଟେବୁଲ୍‌ ଟ୍ରଷ୍ଟର ସଭ୍ୟ ରାଜକୁମାର ଅଗ୍ରୱାଲ, ଅଜୟ ତ୍ରିପାଠୀ, ପ୍ରବୀର କୁମାର ପ୍ରଧାନ ଓ ରାଜେଶ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ମାଉଳୀ ଯୁବକ ସଂଘ ତରଫରୁ ଆଠମଲ୍ଲିକ ଥାନା ଅଧିକାରୀ, ବନଖଣ୍ଡ ଅଧିକାରୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଷ୍ଟାଫ, ଖବରଦାତା, ବେଲାଦୁଲା, କନ୍ଧପାଲି, ବିଜିପୁର, ତେଣ୍ଠେଇପାଲି, ଲୁହସିଙ୍ଗା ଆଦି ଗ୍ରାମର ଅସହାୟ, ଗରିବ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଛି। ପ୍ରତାପ ମେହେର ମାସ୍କ ତିଆରି କରୁଥିବା ବେଳେ ରାଜୀବ ମେହେର, କୌଶିକ ମେହେର, ଦୁଃଖୀଶ୍ୟାମ ମେହେର, ଶ୍ରୀକାନ୍ତ ମେହେର, ବୀରେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରୁଛନ୍ତି। ବଅଁରପାଳ ବ୍ଲକ ବଳରାମପ୍ରସାଦ ଗଡସାହିର ୩୦ ଅସହାୟ ପରିବାରକୁ ଅପରାଜିତା ଓମେନ୍ସ କ୍ଲବ ପକ୍ଷରୁ ଖାଦ୍ୟ ସାମଗ୍ରୀ, ସାବୁନ, ମାସ୍କ ଆଦି ବଣ୍ଟନ କରାଯାଇଛି। କ୍ଲବ ସମ୍ପାଦିକା ସୁଚିସ୍ମିତା ସିଂଙ୍କ ନେତୃତ୍ୱରେ ଉପସଭାପତି ଶୁଭଦର୍ଶନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ମିନତୀ ସିଂ, ସାବିତ୍ରୀ ସିଂ, ବିଜୟାଲକ୍ଷ୍ମୀ ତାରେଣୀୟା, ନମିତା ସିଂ, କଳ୍ପନା ଷଣ୍ଢ, ଭାରତୀ ଦାସ ପ୍ରମୁଖ ବିତରଣରେ ସହଯୋଗ କରିଥିଲେ। ତାଳଚେର ଡେରା ଜଗନ୍ନାଥ ଡିଏଭି ସ୍କୁଲ ପକ୍ଷରୁ ପୌରାଞ୍ଚଳର ଶ୍ରମଜୀବୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସ୍କୁଲ ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଏହି କାର୍ଯ୍ୟରେ ସାମିଲ ହୋଇ ବସ୍ତି ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। କଣିହାଁ ବ୍ଲକ ଅଧ୍ୟକ୍ଷ ନମିତା ସାହୁଙ୍କ ନେତୃତ୍ୱରେ କମରେଇ ପଞ୍ଚାୟତର ଅସହାୟ ଓ ଜୀବିକା ହରାଇଥିବା ଶତାଧିକ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ, ସାବୁନ ପ୍ରଦାନ କରାଯାଇଛି। ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କ ସହ ସ୍ଥାନୀୟ ସାମାଜିକକର୍ମୀମାନେ ସହଯୋଗ କରିଥିଲେ। ସେହିପରି ତାଳପଦା ପଞ୍ଚାୟତ ଦୁର୍ଗାପୁର ଗ୍ରାମ ସାଇ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାସ୍କ ବଣ୍ଟନ କରାଯାଇଛି। ସଭାନେତ୍ରୀ ନିରୁପମା ବିଶ୍ୱାଳ, ସମ୍ପାଦିକା ଟୁନିଲତା ବିଶ୍ୱାଳଙ୍କ ନେତୃତ୍ୱରେ ସଦସ୍ୟମାନେ କିଆଝାର ଓ ଦୁର୍ଗାପୁର ଗ୍ରାମର ୫ ଶହ ଜଣଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। କଣିହାଁ ବିଡିଓ ରମେଶ କୁମାର ଜେନା, ତହସିଲଦାର ରବୀନ୍ଦ୍ର ସାମଲ ଯୋଗଦେଇଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri