Posted inଜାତୀୟ

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ ପୋଲିଓରେ ପୀଡ଼ିତ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଗୁମୋଦି ଗଁା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପାଖରେ କୌଣସି ହସ୍ପିଟାଲ ନ ଥିବା ବେଳେ ଚିକିତ୍ସା ପାଇଁ ସୁକମାର କୋଣ୍ଡାସାଭଲି ଯିବାକୁ ପଡ଼ିଥାଏ। ତେବେ ସିଆରପିଏଫ୍‌ ଯବାନ ଉକ୍ତ ଯୁବକଙ୍କୁ ଖଟରେ ବୋହି ଦୀର୍ଘ ୮ କିଲୋମିଟର ଚାଲି କୋଣ୍ଡାସାଭଲି ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଇଥିବା ବେଳେ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅପରପକ୍ଷରେ ଯବାନଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ: ପଠାଇଲା ୪୦ହଜାର ଟନ୍‌ ଚାଉଳ

ନୂଆଦିଲ୍ଲୀ,୨।୪: କଠିନ ପରିସ୍ଥିତିରେ ସବୁବେଳେ ପଡ଼ୋଶୀ ହିଁ ପଡ଼ୋଶୀର ସାହାଯ୍ୟ ଆସିଥାଏ। ଏହି ଉକ୍ତିଟିକୁ ସଫଳ କରିଦେଖାଇଛି ଭାରତ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା...

ରାଜ୍ୟପାଳଙ୍କୁ ନେଇ ପୋଷ୍ଟର ଯୁଦ୍ଧ

ଚେନ୍ନାଇ,୧୧ା୧: ତାମିଲନାଡୁ ବିଧାନସଭାରେ ଅଭିଭାଷଣକୁ ନେଇ ଶାସକ ଦଳ ଡିଏମ୍‌କେ ଏବଂ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦର ଦିନକ ପରେ ଚେନ୍ନାଇର ବିଭିନ୍ନ ସ୍ଥାନରେ...

ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ,୧୯।୫:ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସିଦ୍ଧୁଙ୍କୁ...

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ...

ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ...

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ...

ସିଦ୍ଧୁ କେବେ ରାଜନୀତି ଛାଡିବେ ବୋଲି ଲେଖି ଲଗାଗଲା ପୋଷ୍ଟର

ଲୁଧିଆନା,୨୨।୬: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏବେ ଅଡୁଆରେ ପଡିଯାଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ସେ...

ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର...

Advertisement
Archives

Model This Week