Posted inରାଜ୍ୟ

ପୋଡ଼ିହୋଇଥିବା ମହିଳାଙ୍କୁ ଚିକିତ୍ସା କଲା ଟାଟା ଷ୍ଟିଲ

କଳିଙ୍ଗନଗର, ୬ା୬(ଡି.ଏନ୍‌.ଏ.): ଗତ ବର୍ଷ ଜୁନ୍‌ ମାସରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର ପ୍ରତିମା ଦାସ ଘରେ ରୋଷେଇ କରୁଥିବା ସମୟରେ ନିଅଁାରେ ପୋଡି ଗୁରୁତର ହୋଇଥିଲେ। ତାଙ୍କ ଶରୀର ପଛପଟର ଅଧିକାଂଶ ଭାଗ ପୋଡ଼ିଯାଇଥିଲା। ଏପରିକି ଶରୀରର ଅଧିକାଂଶ ଜାଗାରେ ହାଡ ମଧ୍ୟ ଦେଖାଯାଉଥିଲା। କିନ୍ତୁ ସ୍ବାମୀ ବଳରାମ ଅର୍ଥଭାବ କାରଣରୁ ପ୍ରତିମାଙ୍କ ଠିକ୍‌ଭାବେ ଚିକିତ୍ସା କରିପାରି ନ ଥିଲେ। ଫଳରେ ଦୀର୍ଘଦିନ ଧରି ଘରେ ପଡି ରହିବାରୁ ପ୍ରତିମାଙ୍କ ପୋଡ଼ିଯାଇଥିବା ସ୍ଥାନ ସଂକ୍ରମଣ ହୋଇଥିଲା। ଏ ନେଇ ବଳରାମ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ ଚିକିତ୍ସା ଦଳର ସହଯୋଗ ଲୋଡିଥିଲେ। ପ୍ରତିମାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଚିକିତ୍ସକ ଦଳ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ନିୟମିତଭାବେ ୫ ମାସର ଚିିକିତ୍ସା ପରେ ପ୍ରତିମା ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ପାରିଛନ୍ତି। ବର୍ତ୍ତମାନ ସେ ପୂର୍ବପରି ନିଜର ସମସ୍ତ କାର୍ଯ୍ୟ କରୁଥିବା ଜଣାପଡିଛି। ଟାଟା ଷ୍ଟିଲର ଏଭଳି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସାର ପାତ୍ର ପାଲଟଛି। ଟାଟା ଷ୍ଟିଲ ମେଡ଼ିକାଲ୍‌ ଟିମର ଡ଼. ଅଭିନାଶ ଚୌହ୍ବାନ କୁହନ୍ତି, ଏହା ଏକ ଗୁରୁତର ଅଘାତ ଯେଉଁଥିରେ କି ତାଙ୍କର ପଛଭାଗ ସମ୍ପୂର୍ଣ୍ଣଭାବେ ଜଳିବା ସହିତ ହାଡ଼ ମଧ୍ୟ ଦେଖାଯାଉଥିଲା। ପ୍ରତିମାଙ୍କ ଚିକିତ୍ସା ତୁରନ୍ତ କରାଯାଇ ନ ଥିଲେ, ହୁଏତ ଏହା ଜୀବନଘାତକ ହୋଇଥାନ୍ତା। ଆଘାତ ସ୍ଥାନ ଯେପରି ଅଧିକ ସଂକ୍ରମିତ ନ ହେବ ସେଥିପାଇଁ ତାଙ୍କୁ ଘରେ ଅଲଗା ରଖାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଟିମ୍‌

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନ କିଣାକୁ ନେଇ ବିଧାନସଭାରେ ଗତ ୩ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ସୋମବାର ବିଜେଡି ସଂସଦୀୟ ଦଳର ଏକ ପ୍ରତିନିଧି...

କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର...

ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ...

୭ ଜିଲାରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭...

୪ହଜାର ଛୁଇଁବ ଦୈନିକ ସଂକ୍ରମଣ: ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣବିହୀନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ସମୟରେ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ମାସ ଶେଷବେଳକୁ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଏଥର ଆସିବ ୧୪ଟି ରଥ ଟଣା ଦଉଡ଼ି

ପୁରୀ ଅଫିସ,୧୩ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ ଆଗେଇ ଚାଲିଥିବାବେଳେ ରଥ ଦଉଡ଼ି ପାଇଁ ଓଡ଼ିଶା...

ନବରଙ୍ଗପୁର ଜିଲା ଚାଷୀଙ୍କ ଉନ୍ନତି ପାଇଁ ନୂତନ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବିନିଯୋଗ ହେବ ୫.୨୧ କୋଟି

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବୁଧବାର ରାଜ୍ୟ ସରକାର ଏକ ପାଇଲଟ୍‌ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବିଶେଷକରି ନବରଙ୍ଗପୁର ଜିଲାରେ...

ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର,୧।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ...

Advertisement
Archives

Model This Week