ପୋଖରୀରେ ପଶିଲା ସ୍କୁଲଭ୍ୟାନ୍‌

ଦିଗପହଣ୍ଡି, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଯିବା କାରଣରୁ ଗାଡ଼ିରେ ଥିବା ୧୩ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିଭଳି ଗୁରୁତର ଥିବା ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ୨୩ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଭ୍ୟାନ୍‌ଟି ନୂଆପଡ଼ା ମାର୍ଗଦର୍ଶୀ ଶିଶୁ ବିଦ୍ୟା ମନ୍ଦିର ଅଭିମୁଖେ ଯାଉଥିଲା। ହେଲେ ପହଁରାବାଡ଼ି ଗ୍ରାମ ପୋଖରୀ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ଯାଇଥିଲା। ସେଠାରେ ଅମରି ବୁଦା ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଛାତ୍ରୀଛାତ୍ରମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ସହାୟତା

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ...

ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ...

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ...

ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀ

କେନ୍ଦୁଝର,୧୪।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଛାତ୍ରୀମାନେ ଗେଟ୍‌ରେ ତାଲା ପକାଇ ବିରୋଧ କରିଛନ୍ତି।...

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ତାଳଚେର, ୨୭ା୬(ନି.ପ୍ର.) : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ୨୬ ତାରିଖରେ...

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ମୁନିଗୁଡା,୨୯।୧୦(ଡି.ଏନ୍‌.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି...

ବିଜେପୁର: ବିଜୟ ନେଇ ସମସ୍ତେ ଆଶାବାଦୀ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି...

ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ପୁରୀ ଅଫିସ, ୧୪-୧: ମକରସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ତେଣୁ...

Coronavirus Update


Archives

Model This Week

Why Dharitri