ପୋଖରୀରେ କୁମ୍ଭୀର: ଭୟରେ ସ୍ନାନ ପାଇଁ ଯାଉନାହାନ୍ତି ଲୋକେ

ନୟାଗଡ ଅଫିସ, ୩ା୨: ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ଗୋପୀନାଥପୁର (ଖଳିସାହି) ଗ୍ରାମର ପାଖାପାଖି ଥିବା ୪ ପୋଖରୀରେ ୩ କୁମ୍ଭୀର ଆତଙ୍କ ଖେଳାଇଛନ୍ତି। ଭୟରେ ସ୍ଥାନୀୟ ଲୋକେ ସ୍ନାନ ପାଇଁ ପୋଖରୀକୁ ଯାଉନାହାନ୍ତି। ପ୍ରାପ୍ତ ସୂଚନା ଅନୁସାରେ ପ୍ରାୟ ୨ବର୍ଷ ତଳେ ମୋ ପୋଖରୀ ଯୋଜନାରେ ଗୋପୀନାଥପୁରର ଶରତ ସାମଲ, ତ୍ରିଲୋଚନ ସାମଲ, ଅନାଦି ସାମଲ ଓ ମନମୋହନ ସାମଲ ୪ଟି ପୋଖରୀ ଖୋଳିଥିଲେ। ପରେ ଏଠାରେ ମାଛଚାଷ କରି ଆମତ୍ନିର୍ଭରଶୀଳ ହେଉଥିଲେ। ତେବେ ମହାନଦୀରୁ ୪ କୁମ୍ଭୀର ଆସି ଉକ୍ତ ପୋଖରୀରେ ରହିବା ପରେ ମାଛ ଖାଇ ଯାଉଛନ୍ତି। ଫଳରେ ଚାଷୀମାନେ ମାଛ ଚାଷ ଛାଡି ଦେଇ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଚାଷୀ ତ୍ରିଲୋଚନ ସାମଲ କୁହନ୍ତି, କୁମ୍ଭୀର ସ୍ଥାନାନ୍ତର ପାଇଁ ବାରମ୍ବାର ଛାମୁଣ୍ଡିଆ ବନ୍ୟପ୍ରାଣୀ କାର୍ଯ୍ୟାଳୟକୁ ଅନୁରୋଧ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଚାଷୀ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଡେପୁଟି ରେଞ୍ଜ ଅଫିସର ମାଧବ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଡିଏଫଓଙ୍କ ସହ ଆଲୋଚନା କରାଯାଇଛି। ନନ୍ଦନକାନନରୁ କର୍ମଚାରୀ ଆସିଲେ କୁମ୍ଭୀରଗୁଡିକୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା...

୬୫ତମ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଧର୍ମଶାଳା/ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୬୫ତମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ...

ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯୋଡ଼ା,୫।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର...

ଭୁବନେଶ୍ୱର ଫେରନ୍ତାଙ୍କ ଉପରେ ପ୍ରଶାସନର ନଜର, ବଢୁଛି ଅସନ୍ତୋଷ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଶହ ଶହ ସଂଖ୍ୟାରେ ଶ୍ରମିକ ଗତ ଦୁଇ ଦିନ ମଧ୍ୟରେ ଚାଲି ଚାଲି କିମ୍ବା ସ୍ବତନ୍ତ୍ର ଗାଡ଼ି ଭଡ଼ା କରି ଦିଗପହଣ୍ଡି ଅଞ୍ଚଳର ଗଁାମାନଙ୍କରେ...

ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର...

ସାପକାମୁଡ଼ାରେ ମହିଳାଙ୍କ ଜୀବନଗଲା

କୋରୁକୋଣ୍ଡା,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ ଅନ୍ତର୍ଗତ ବାମରାଇ ଗ୍ରାମର ବାଲିଆ ମୁଦୁଲିଙ୍କ ସ୍ତ୍ରୀ ସୁମି(୩୦)ଙ୍କ ବୁଧବାର ସନ୍ଧ୍ୟାରେ ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା...

ବିଷାକ୍ତ ଛତୁ ଖାଇ ସ୍ବାମୀଙ୍କ ଜୀବନଗଲା, ସ୍ତ୍ରୀଙ୍କ ସମେତ ୩ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କେଲୋବଲମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଛତୁ ତରକାରୀ ଖାଇ ରମେଶ ଲୁଗୁନ୍‌ଙ୍କ ମୃତ୍ୟୁ ଘଟିଥିବା...

ଖବରଦାତାଙ୍କୁ ଦୁର୍ବ୍ୟବହାର, ହତ୍ୟା ଧମକ

ଝାରସୁଗୁଡା ଅଫିସ,୨୦।୪: ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ବେଆଇନ ଭାବେ ବ୍ୟବସାୟ କରୁଥିବା କିଛି ଇଟା ଭାଟି ମାଲିକ ଦୁର୍ବ୍ୟବହାର ଓ ହତ୍ୟା ଧମକ...

Coronavirus Update


Archives

Model This Week

Why Dharitri