Posted inଜାତୀୟ

‘ପେହଲୁ ଖାନ୍‌ ମରିନାହାନ୍ତି’

ଜୟପୁର,୧୫ା୮: ଗୋରୁ ବ୍ୟବସାୟୀ ପେହଲୁ ଖାନ୍‌ଙ୍କୁ ଦୁଇବର୍ଷ ତଳେ କେହି ମାରିନାହାନ୍ତି। ଅର୍ଥାତ ସେ ମରିନାହାନ୍ତି। ରାଜସ୍ଥାନର ଏହି ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାରେ ଅଲଓ୍ବର କୋର୍ଟ ବୁଧବାର ପ୍ରମାଣ ଅଭାବରୁ ସମସ୍ତ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପରେ ଏହା ମନେହେଉଛି। ଅଦାଲତଙ୍କ ରାୟ ପରେ ସୋସିଆଲ ମିଡିଆରେ ୟୁଜର୍ସ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
୨୦୧୭ ଏପ୍ରିଲ ୧ରେ ହରିୟାଣାର ନୁହ ଜିଲା ନିବାସୀ ପେହଲୁ (୫୫) ରାଜସ୍ଥାନ ରାଜଧାନୀ ଜୟପୁରରୁ ଦୁଇଟି ଗାଈ କିଣି ନିଜ ଘରକୁ ନେଉଥିଲେ। ଦୁଇପୁଅ ଓ ଅନ୍ୟ କେତେଜଣ ବ୍ୟକ୍ତି ତାଙ୍କ ସହ ଥିଲେ। ସେମାନେ ସନ୍ଧ୍ୟା ୭ଟାରେ ବହରୋଡ୍‌ ପୋଲ ଦେଇ ଅତିକ୍ରମ କରୁଥିବାବେଳେ କେତେଜଣ ଲୋକ ସେମାନଙ୍କ ଗାଡ଼ିକୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କଠାରୁ ମାଡ଼ ଖାଇ ଲହୁଲୁହାଣ ହେବା ପରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ପେହଲୁ ୩ ତାରିଖରେ ଆଖିବୁଜି ଦେଇଥିଲେ। ଅଲଓ୍ବର ଜିଲା ଅତିରିକ୍ତ ଜଜ୍‌ ସରିତା ସ୍ବାମୀ ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାୟକୁ ଉଚ୍ଚତର କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ଯୋଗେନ୍ଦ୍ର ଖଟାନା କହିଛନ୍ତି।
ପ୍ରକାଶ ଯେ, ବେହରାର ପୋଲିସ ମାମଲାର ତଦନ୍ତ କରି ପେହଲୁ ହତ୍ୟା ଓ ବେଆଇନ ଗୋରୁ ପରିବହନ ନେଇ ୭ଟି ମାମଲା ରୁଜୁ କରିଥିଲା। ଭିଡ଼ହିଂସା ମାମଲାରେ ବିପିନ, ରବୀନ୍ଦ୍ର, କାଲୁରାମ, ଦୟାନନ୍ଦ ଏବଂ ଯୋଗେଶ କୁମାରଙ୍କ ବିରୋଧରେ ଚାର୍ଜଶିଟ୍‌ ହୋଇଥିଲା। ପରେ ଗୋଲିୟା ଏବଂ ଭୀମ ରାଠିଙ୍କ ବିରୋଧରେ ଅତିରକ୍ତ ଚାର୍ଜଶିଟ ଦାଖଲ କରାଯାଇଥିଲା। ପେହଲୁଙ୍କ ଦୁଇ ପୁଅଙ୍କ ସମେତ ୪୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଦୁଇବର୍ଷ ଧରି ଏହି ମାମଲାର ବିଚାର ଚାଲିବା ପରେ ଗତ ୭ ତାରିଖରେ ଅଦାଲତ ଏହାର ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ଏହି ରାୟ ଆସିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପ୍ରମାଣ ଯୋଗାଡ଼ କରି ପାରିନାହିଁ ଅଥବା ସେମାନଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଜାଣିଶୁଣି ପ୍ରମାଣଗୁଡ଼ିକୁ ନଷ୍ଟ କରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri