Posted inଖେଳ

ପେସାଦାର ମହିଳା ଫୁଟବଲର

ମାତ୍ର ୧୦ ବର୍ଷ ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ
ଖେଳିବା ଆରମ୍ଭ କରିଥିବା ମହିଳା ଷ୍ଟ୍ରାଇକର ବାଲା ଦେବୀ ଏବେ ଇତିହାସ ସୃଷ୍ଟି କରିଛନ୍ତି। ସେ ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ପ୍ରଥମ ଭାରତୀୟ ଫୁଟବଲର ଭାବେ ଏହି କ୍ଲବ୍‌ ସହ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି…

ଭାରତର ଉତ୍ତରପୂର୍ବାଞ୍ଚଳ ଜାତୀୟ ମୁଖ୍ୟ ସ୍ରୋତରୁ ପଛରେ ପଡିବା କଥା ସମସ୍ତେ ଜାଣନ୍ତି।ତେବେ କ୍ରୀଡ଼ା କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକର ଦେଶ ପାଇଁ ଯଥେଷ୍ଟ ଅବଦାନ ରହିଛି। ଜାତୀୟ କ୍ରୀଡ଼ା ହକିଠାରୁ ଆରମ୍ଭ କରି ଫୁଟବଲ, ଆଥ୍‌ଲେଟିକ୍ସ, ବକ୍ସିଂ, ଶୁଟିଂ ଏପରି କି ପ୍ରାୟ ସବୁ ଖେଳରେ ଏହି ଅଞ୍ଚଳର କ୍ରୀଡ଼ାବିତ୍‌ମାନେ ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଅଲିମ୍ପିକ୍ସ ପଦକ ବିଜୟିନୀ ଏମ୍‌ ମେରୀକମ। ସେହିପରି ଫୁଟବଲର ବାଇଚୁଙ୍ଗ ଭୂତିଆ, ବକ୍ସର ଏଲ୍‌ ସରିତା ଦେବୀ, ତୀରନ୍ଦାଜ ଜୟନ୍ତ ତାଲୁକଦାର, ଓ୍ବେଟଲିଫ୍ଟର କେ. ସଞ୍ଜିତା ଚାନୁ, ମୀରାବାଇ ଚାନୁ, ମହିଳା ଜିମ୍ନାଷ୍ଟ ଦୀପା କର୍ମାକର ଓ ଆହୁରି ଅନେକ।
ଏବେ ଏହି ଅଞ୍ଚଳରୁ ଆସିଥିବା ଅଭିଜ୍ଞ ମହିଳା ଫୁଟବଲର ତଥା ତାରକା ଷ୍ଟ୍ରାଇକର ନାଙ୍ଗମ ବାଲା ଦେବୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଣିପୁର ଜନ୍ମିତ ଏହି ମହିଳା ଫୁଟବଲର ଏବେ ଅନ୍ତର୍ଜାତୀୟ କ୍ଲବରେ କମାଲ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଶ୍‌ ନାମ କମାଇଥିବା ବାଲା ଦେବୀ ସ୍କଟଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଚୁକ୍ତି କରି ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ଫୁଟବଲ୍‌ରେ ଏହା ପ୍ରଥମ ଘଟଣା ସାବ୍ୟସ୍ତ ହୋଇଛି।
ଭାରତୀୟ ଫୁଟବଲ୍‌ରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ କ୍ଲବ ସହ ଜଣେ ଖେଳାଳି ଚୁକ୍ତି କରିଛନ୍ତି। ରେଞ୍ଜର୍ସ ସହ ବାଲା ଦେବୀ ଏକ ୧୮ମାସିଆ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଗତ ନଭେମ୍ବରରେ ଅନୁଷ୍ଠିତ ରେଞ୍ଜର୍ସର ଟ୍ରାଏଲ୍‌ରେ ୨୯ ବର୍ଷୀୟା ବାଲା ଦେବୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହିତ ପ୍ରଥମ ଭାରତୀୟ ମହିଳା ପେସାଦାର ଫୁଟ୍‌ବଲର ଭାବେ ବାଲା ଦେବୀ ଏଭଳି ଚୁକ୍ତି କରିଛନ୍ତି। ସେ ମଧ୍ୟ ରେଞ୍ଜର୍ସର ପ୍ରଥମ ଏସୀୟ ମହିଳା ଅନ୍ତର୍ଜାତୀୟ ଫୁଟ୍‌ବଲର ସାବ୍ୟସ୍ତ ହୋଇଛନ୍ତି।
ବାଲା ଦେବୀ ଏପର୍ଯ୍ୟନ୍ତ ଭାରତ ପାଇଁ ୫୮ଟି ମ୍ୟାଚ୍‌ ଖେଳି ସର୍ବାଧିକ ୫୨ଟି ଗୋଲ ସ୍କୋର କରିଛନ୍ତି। ଦକ୍ଷିଣ ଏସିଆରେ ସେ ସର୍ବାଧିକ ଅନ୍ତର୍ଜାତୀୟ ଗୋଲସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଘରୋଇ ଫୁଟ୍‌ବଲରେ ବାଲା ଦେବୀ ୧୨୦ଟି ମ୍ୟାଚ୍‌ ଖେଳି ୧୦୦ ଗୋଲ ସ୍କୋର କରିବା ସହ ରେକର୍ଡ କରିଛନ୍ତି। ଗତ ଦୁଇଟି ସେସନରେ ସେ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୫ ଓ ୨୦୧୬ରେ ସେ ଦୁଇଥର ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓମେନ୍ସ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ରେଞ୍ଜର୍ସ ସହ ଚୁକ୍ତି କରିବା ଓ ଖେଳିବା ମୋ ପାଇଁ ଏକ ସ୍ବପ୍ନ ସତ ହେବା ଭଳି ଘଟଣା ବୋଲି ବାଲା କହିଛନ୍ତି। ଏହା ମୋ ପାଇଁ ଏକ ଉପଲବ୍ଧି ବୋଲି ସେ କହିଛନ୍ତି।
ବାଲା ଦେବୀ ମଣିପୁରର ବିଷ୍ଣୁପୁର ଜିଲାରେ ୧୯୯୦ ଫେବୃୟାରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେତେବେଳେ ଝିଅମାନେ ଫୁଟବଲ ଖେଳୁ ନ ଥିଲେ। ତେବେ ପୁଅପିଲା ଫୁଟବଲ ଖେଳିବା ଦେଖିଥିଲେ। ପ୍ରଥମେ ପୁଅଙ୍କ ସହ ସେ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। କେତେକ ତାଙ୍କୁ ଏଥିରୁ ବାରଣ କରିଥିଲେ ଓ ଆଉ କେତେକ ସମର୍ଥନ କରିଥିଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ୧୯ ବର୍ଷରୁ କମ୍‌ ଦଳରେ ସାମିଲ ହୋଇଥିଲେ। ଏହାପରେ ରାଜ୍ୟ ଦଳ ପାଇଁ ସେ ପ୍ରତିନିଧିତ୍ୱ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।
୨୦୦୨ରେ ଆସାମରେ ଆୟୋଜିତ ୧୯ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ମଣିପୁର ତରଫରୁ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ସର୍ବାଧିକ ଗୋଲ ସ୍କୋର କରି ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୦୩ରେ ସେ ପୁଣି ଥରେ ଏହି ପୁରସ୍କାର ହାସଲ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ସର୍ବାଧିକ ଗୋଲ ସ୍କୋର କରିବାର ସଫଳତା ଅର୍ଜନ କରିଥିଲେ। ସେ ୨୦୧୪ରେ ସିନିୟର ଦଳ ତରଫରୁ ଅଂଶଗ୍ରହଣ କରିଥିଲେ। ମଣିପୁର ପୋଲିସ ଡିପାର୍ଟମେଣ୍ଟ ପାଇଁ କାର୍ଯ୍ୟକରୁଥିବା ବାଲା ଦେବୀ ୨୦୧୦, ୨୦୧୪ ଓ ୨୦୧୬ରେ ସାଫ ମହିଳା ଚାମ୍ପିୟନଶିପ୍‌ ହାସଲ କରିଥିଲେ। ସେହିପରି ସାଉଥ ଏସିଆନ ଗେମ୍ସରେ ସେ ୨୦୧୦ ଓ ୨୦୧୬ରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏବେ ରେଞ୍ଜର୍ସ ତରଫରୁ ଖେଳି ସେ ଅନ୍ତର୍ଜାତୀୟସ୍ତରରେ ନିଜ ଦେଶକୁ ଗୌରବାନ୍ବିତ କରିବେ ବୋଲି ଆଶା କରାଯାଉଛି।

ନାମ- ନାଙ୍ଗମ ବାଲା ଦେବୀ
ଜନ୍ମ- ମଣିପୁର
ପ୍ଲେଇଂ ପୋଜିଶନ- ଷ୍ଟ୍ରାଇକର
ଅନ୍ତର୍ଜାତୀୟ ମ୍ୟାଚ୍‌- ୫୮
ଗୋଲ – ୫୨
ଏବେକାର ଦଳ- ରେଞ୍ଜର୍ସ
ପ୍ରତିନିଧିତ୍ୱ- ୧୬, ୧୯ ବର୍ଷରୁ କମ୍‌ ଦଳ ଓ ଭାରତ ସିନିୟର ଦଳ
ପୁରସ୍କାର: ୨୦୧୪, ୨୦୧୫ ଏଆଇଏଫ୍‌ଏଫ୍‌ ଓମ୍ୟାନ ଫୁଟବଲର ଅଫ୍‌ ଦି ଇୟର।
ସାଫ୍‌ ମହିଳା ଚାମ୍ପିୟନଶିପ: ଟାଇଟଲ (୨୦୧୦, ୨୦୧୪, ୨୦୧୬)
ସାଉଥ ଏସିଆନ ଗେମ୍ସ: ୨ ସ୍ବର୍ଣ୍ଣ(୨୦୧୦, ୨୦୧୬)


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri