ପୃଥକ୍‌ ଦୁର୍ଘଟଣାରେ ୫ ଗୁରୁତର

ସୋରଡା,୨୩ା୧୨(ଡି.ଏନ୍‌.ଏ.) -ସୋରଡା-ଆସିକା ଜାତୀୟ ରାଜପଥ ନଂ.୫୯ କରଡାବାଡି ଗ୍ରାମଠାରେ କାର ଓ ବୁଲେଟ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ହାତ ଛିଣ୍ଡିବା ସହ ଗୋଡ ଭାଙ୍ଗି ଯାଇଛି। ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆସିକା କୋର୍ଟର ୬ଜଣ କର୍ମଚାରୀ ରବିବାର ସକାଳେ ସୋରଡା କାଳୀ ମନ୍ଦିରକୁ ଆସି ପହିଲି ଭୋଗ ଖାଇସାରି ଅପରାହ୍ନ ୩ଟାରେ ବାଇକରେ ଘରକୁ ଫେରୁଥିଲେ। ସେମାନଙ୍କ ମଧ୍ୟରୁ ସରୋଜ କୁମାର ଦାଶ ଓ ଶ୍ରବଣ କୁମାର ସାହୁ ଏକ ବୁଲେଟରେ ଯାଉଥିଲେ। କରଡାବାଡିଠାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ (ନଂ.ଓଡି୦୨ଡି-୯୫୬୬) ସହ ବୁଲେଟର ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ ସରୋଜଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଛିଡି ଯାଇଥିଲା। ଛିଣ୍ଡା ହାତକୁ ବରଫରେ ରଖି ସରୋଜଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଥାନା ଅଧିକାରୀ ରମେଶ ପ୍ରଧାନ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଥାନାକୁ ଆଣିଥିବାବେଳେ କାର ଚାଳକ ଫେରାର ହୋଇଯାଇଛନ୍ତି। ସେହିପରି ଜାତୀୟ ରାଜପଥ ନଂ.୫୯ ନୂଆଗଡ ନିକଟରେ ବ୍ରାହ୍ମଣଦେଇ ଗ୍ରାମର ନାରୁ ବିଷୋୟୀ ବିଲକୁ ଯାଉଥିଲେ। ଆସିକା ନିକଟ ମଣ୍ଟାପଡା ଗ୍ରାମର ସୋମନାଥ ବିଷୋୟୀ ସ୍ତ୍ରୀ ଇନ୍ଦୁଙ୍କୁ ବସାଇ ବାଇକରେ ଆସୁଥିବାବେଳେ ନାରୁଙ୍କୁ ଧକ୍କା ଦେଇଥିଲେ। ନାରୁ ଓ ଇନ୍ଦୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପ୍ରାଣୀ ସହାୟକ କେନ୍ଦ୍ର :୪ ବର୍ଷ ଧରି ତାଲା ପଡିଛି କାର୍ଯ୍ୟାଳୟ

ଗଣିଆ,୨୮ା୧୧(ଡି.ଏନ.ଏ.): ଗଣିଆ ବ୍ଲକ ଛାମୁଣ୍ଡିଆଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଗତ ୪ବର୍ଷ ଧରି କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ପ୍ରାଣୀ ସହାୟକ...

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

ବିପଦସଙ୍କୁଳ ଅବସ୍ଥାରେ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

ସୋରଡ଼ା,୨୫ା୭(ଡି.ଏନ.ଏ.)- ସୋରଡା ବ୍ଲକ ସୁରମଣି ପଞ୍ଚାୟତ ବିଷ୍ଣୁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଚେରି, କାନ୍ଥ, କାର୍ଯ୍ୟାଳୟ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବାରମ୍ବାର...

ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର,୨୩।୧୦(ଡି.ଏନ.ଏ): ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ମାତ୍ର ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ...

ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ତାଳଚେର, ୮।୧୦(ନି.ପ୍ର.)-ତାଳଚେର କିଶୋର କ୍ଲବର ୫୪ତମ ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ବ୍ଲକ...

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ...

ଘରକୁ ବୁଲି ବହି ବାଣ୍ଟିଲେ

ସରଣ୍ଡା,୨୧।୪(ଡି.ଏନ.ଏ): କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏଭଳି ସ୍ଥିତିରେ...

ମମିତା ହତ୍ୟା ମାମଲା: ଆଜି କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୩୦ା୧୦: ବଲାଙ୍ଗୀର ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ବନ୍ଦ ହୋଇଛି। ସହରର ତିନିମୁହାଣୀ...

Advertisement
Archives

Model This Week