ପୃଥକ୍‌ ଦୁର୍ଘଟଣାରେ ୫ ଗୁରୁତର

ସୋରଡା,୨୩ା୧୨(ଡି.ଏନ୍‌.ଏ.) -ସୋରଡା-ଆସିକା ଜାତୀୟ ରାଜପଥ ନଂ.୫୯ କରଡାବାଡି ଗ୍ରାମଠାରେ କାର ଓ ବୁଲେଟ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ହାତ ଛିଣ୍ଡିବା ସହ ଗୋଡ ଭାଙ୍ଗି ଯାଇଛି। ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆସିକା କୋର୍ଟର ୬ଜଣ କର୍ମଚାରୀ ରବିବାର ସକାଳେ ସୋରଡା କାଳୀ ମନ୍ଦିରକୁ ଆସି ପହିଲି ଭୋଗ ଖାଇସାରି ଅପରାହ୍ନ ୩ଟାରେ ବାଇକରେ ଘରକୁ ଫେରୁଥିଲେ। ସେମାନଙ୍କ ମଧ୍ୟରୁ ସରୋଜ କୁମାର ଦାଶ ଓ ଶ୍ରବଣ କୁମାର ସାହୁ ଏକ ବୁଲେଟରେ ଯାଉଥିଲେ। କରଡାବାଡିଠାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ (ନଂ.ଓଡି୦୨ଡି-୯୫୬୬) ସହ ବୁଲେଟର ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ ସରୋଜଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଛିଡି ଯାଇଥିଲା। ଛିଣ୍ଡା ହାତକୁ ବରଫରେ ରଖି ସରୋଜଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଥାନା ଅଧିକାରୀ ରମେଶ ପ୍ରଧାନ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଥାନାକୁ ଆଣିଥିବାବେଳେ କାର ଚାଳକ ଫେରାର ହୋଇଯାଇଛନ୍ତି। ସେହିପରି ଜାତୀୟ ରାଜପଥ ନଂ.୫୯ ନୂଆଗଡ ନିକଟରେ ବ୍ରାହ୍ମଣଦେଇ ଗ୍ରାମର ନାରୁ ବିଷୋୟୀ ବିଲକୁ ଯାଉଥିଲେ। ଆସିକା ନିକଟ ମଣ୍ଟାପଡା ଗ୍ରାମର ସୋମନାଥ ବିଷୋୟୀ ସ୍ତ୍ରୀ ଇନ୍ଦୁଙ୍କୁ ବସାଇ ବାଇକରେ ଆସୁଥିବାବେଳେ ନାରୁଙ୍କୁ ଧକ୍କା ଦେଇଥିଲେ। ନାରୁ ଓ ଇନ୍ଦୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri