ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ ପରିଡା(୪୦) ଓ ସମ୍ପର୍କୀୟ ଭାଇ ଲିକୁନା (୩୫)ଙ୍କ ଘର ଉପରକୁ ୪ ବୋମା ଫିଙ୍ଗିଛନ୍ତି। ସେଥିମଧ୍ୟରୁ ୩ ବୋମା ଫୁଟିଥିଲା। ବୋମାମାଡରେ କାନ୍ଥଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ କୋଟିଏ ଅଫୁଟା ବୋମାକୁ ଜବତ କରି ନିଷ୍କ୍ରିୟ କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ସେମାନଙ୍କ ନଁ। ପ୍ରକାଶ କରିବାକୁ ମନା କରିଛି। ଏ ନେଇ ଗୋଲକ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗୋଲକ ଓ ଉକ୍ତ ଅଞ୍ଚଳର ହାଡିଆଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗୋଲକ ଓ ତାଙ୍କ ଭାଇ ପଦ୍ମନାଭଙ୍କର ଅଶ୍ୱିନୀ ହସ୍ପିଟାଲ ପାଖରେ ଦୁଇଟି ଦୋକାନ ଥିଲା। ସେଥିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ହାଡିଆଙ୍କ ସମ୍ପୃକ୍ତି ଥିବା ନେଇ ଗୋଲକ ଓ ପଦ୍ମନାଭ ସନ୍ଦେହ କରିବା ସହ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୂର୍ବରୁ ହାଡ଼ିଆଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଥିବାବେଳେ ସେ କିଛିଦିନ ତଳେ ଜେଲ୍‌ରୁ ଫେରିଥିଲେ। ବୁଧବାର ଅପରାହ୍ନ ୧ଟାରେ ହାଡିଆ ଓ ତାଙ୍କ ଦୁଇ ଜ୍ୱାଇଁ ଦୁଇଟି ବାଇକ୍‌ରେ ଗଳିମୁଣ୍ଡରେ ଆସି ପହଞ୍ଚତ୍ଥିଲେ। ଦୁଇ ଜ୍ୱାଇଁ ଗାଡ଼ି ଷ୍ଟାର୍ଟ କରି ଛିଡ଼ା ହୋଇଥିବାବେଳେ ହାଡିଆ ପ୍ରଥମେ ଲିକୁନାଙ୍କ ଘର ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲେ। ପରେ ଗୋଲକଙ୍କ ଘର ଉପରକୁ ତିନୋଟି ବୋମାମାଡ଼ କରିଥିଲେ। ସେଥିରୁ ଦୁଇଟି ବୋମା ଫୁଟିଥିଲା ବୋଲି ଗୋଲକ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ବୋମାମାଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ଖାନ୍‌ନଗରରେ ବୋମାମାଡ ହୋଇଥିଲା। ଆଗକୁ ପାର୍ବଣ ଆସୁଥିବାବେଳେ ପୁଣି ବୋମାମାଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏ ନେଇ ଗୋଲକ କହିଛନ୍ତି, ଉକ୍ତ ଘଟଣା ପରଠାରୁ ମୁଁ ଓ ମୋ ପରିବାର ଭୟଭୀତ ଅବସ୍ଥାରେ ରହିଛୁ। ହାଡିଆ ଜଣେ ବଡ଼ ଗୁଣ୍ଡା ଓ ତାଙ୍କ ପାଖରେ ଅର୍ଥବଳ ରହିଛି। ତେଣୁ ସେ ଆଗକୁ ଆମର ଅନେକ କ୍ଷତି ଘଟାଇପାରେ। ପୋଲିସ ତାଙ୍କୁ କଠୋର ଦଣ୍ଡ ଦେବା ସହ ଆମକୁ ସୁରକ୍ଷା ପ୍ରଦାନ କରୁ। ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର ପରିଡା କୁହନ୍ତି, ଘଟଣା ଘଟିବା ସମୟରେ ଛୋଟ ପିଲାମାନେ ଚଳପ୍ରଚଳ ହେଉଥିଲେ। ଠାକୁରଙ୍କ କୃପାରୁ କାହାର କିଛି କ୍ଷତି ହୋଇନି। ଏ ସମ୍ପର୍କରେ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ତଦନ୍ତ ସରିବା ପରେ ଯାହା କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ରେ ପ୍ରଥମରୁ ଦଶମ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ...

ଏପ୍ରିଲ୍‌ ୨ରୁ ଅନ୍‌ଲାଇନ୍‌ ପଞ୍ଜୀକରଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଚଳିତ ବର୍ଷ ଆସନ୍ତା ଜୁଲାଇ ୧୭ରେ ନିଟ୍‌ ୟୁଜି ପରୀକ୍ଷା ହୋଇପାରେ। ଏନେଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଶନିବାର(ଏପ୍ରିଲ୍‌ ୨)ରୁ ଆରମ୍ଭ ହେବ। ତେବେ ପଞ୍ଜୀକରଣର...

ରଥଯାତ୍ରା ପରିଚାଳନା ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ

ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି

ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର,୮।୧୨: ବାତ୍ୟା ‘ଜୱାଦ’ ଫଳରେ ବହୁ ଜିଲାର ଚାଷୀଭାଇମାନେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା,...

ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲୋକସେବା ଭବନ ବିଭିନ୍ନ କିସମର ଶୀତଦିନିଆ ଫୁଲର ସମ୍ଭାରରେ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ସର୍ବସାଧାରଣ ଜାନୁୟାରୀ ୧୧(ଦ୍ୱିତୀୟ ଶନିବାର),୧୨(ରବିବାର), ୧୯(ରବିବାର), ୨୫(ଚତୁର୍ଥ...

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

କଟକ ଅଫିସ/ପାରାଦୀପ,୪ା୮(ସ୍ବ.ପ୍ର.): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଅଫିସରେ ଗୁରୁବାର ସିବିଆଇ ଚଢ଼ାଉ କିରଛି। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ...

ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ: ଜେଲର, ଓ୍ବାର୍ଡନ ଅତ୍ୟାଧୁନିକ ପ୍ରଣାଳୀରେ ନେବେ ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ):ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ ରହିଛି। ପୁରୁଣା ଢାଞ୍ଚା ଓ ଦୂର...

Advertisement
Archives

Model This Week